ଫ୍ରିଜରେ ଏହି ସବୁ ଜିନିଷ ରଖୁଛନ୍ତି କି ? ତେବେ ରୁହନ୍ତୁ ସାବଧାନ


ଫ୍ରିଜରେ ଅଧିକାଂଶ ଲୋକେ ସମସ୍ତ ପ୍ରକାର ଜିନିଷକୁ ଅଧିକ ଦିନ ଯାଏଁ ସତେଜ ରଖିବା ପାଇଁ ଏସବୁକୁ ଫ୍ରିଜରେ ରଖି ଦେଇଥାଆନ୍ତି । ମାତ୍ର ଏପରି କେତେକ ଜିନିଷ ରହିଛି,ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ତାହାର ପୋଷକ ତତ୍ତ୍ୱ ନଷ୍ଟ ହୋଇ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ପିଆଜ : ତରକାରୀ ଠାରୁ ଆରମ୍ଭ କରି ସାଲାଡ଼ ପର୍ଯ୍ୟନ୍ତ ପିଆଜ ସବୁଥିରେ ଆବଶ୍ୟକ ଅଟେ। ଛୋପା ଲାଗିଥିବା ପିଆଜକୁ ସର୍ବଦା ଶୁଷ୍କ ଓ ସତେଜ ପବନରେ ଖୋଲା ବ୍ୟାଗରେ ରଖିବା ଉଚିତ। କିନ୍ତୁ ଏହାକୁ ଫ୍ରିଜରେ ରଖିବା ଅନୁଚିତ। କିନ୍ତୁ ବେଳେ ବେଳେ କଟା ପିଆଜ ଏବଂ ପିଆଜକୁ ବହୁ ଲୋକେ ଫ୍ରିଜରେ ରଖିଥାଆନ୍ତି। ମାତ୍ର ଏପରି ରଖିବା ଉଚିତ ନୁହେଁ। ପିଆଜକୁ ଫ୍ରିଜରେ ରଖିଲେ ଏହା ଆମ ପାଇଁ ଉପକାରୀ ହେବା ବଦଳରେ ଆମ ଶରୀରର କ୍ଷତି କରିଥାଏ।

କଟା ପିଆଜକୁ ଖାଲିରେ ଅଥବା ଫ୍ରିଜରେ ରଖିଲେ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆର ବୃଦ୍ଧି ହୋଇଥାଏ। ସେହି ପିଆଜକୁ ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟର କ୍ଷତି କରିଥାଏ। ଆମ ଶରୀରର ଶକ୍ତିକୁ ତଥା କାର୍ଯ୍ୟ କରିବାର କ୍ଷମତାକୁ ଏହା ହ୍ରାସ କରିଥାଏ। ଶରୀରରେ ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାଏ।

ଫ୍ରିଜରେ ଗୋଟା ପିଆଜକୁ ରଖିଲେ ଏହାର ଭିତର ଅଂଶ ଶୁଷ୍କ ହୋଇଯାଏ ଏବଂ ଏହାର ଭଲ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ଆମେ ଏହି ପିଆଜକୁ ଖାଇଲେ ଆମ ଶରୀରରେ ବିଭିନ୍ନ ରୋଗ ହୋଇଥାଏ। ଆଣ୍ଠୁଗଣ୍ଠି ଓ ହାଡ଼ ଜନିତ ବହୁ ସମସ୍ୟା ମଧ୍ୟ ହୋଇଥାଏ।

ଆଳୁ : ଆଳୁକୁ ଫ୍ରିଜରେ ରଖିବା ଦ୍ବାରା ସେଥିରେ ଥିବା ଷ୍ଟ୍ରାର୍ଚ୍ଚ ଚିନି ରୂପେ ବଦଳିଯାଏ। ଏହାର ସ୍ବାଦ ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଘରର କୌଣସି ଥଣ୍ଡା ସ୍ଥାନରେ ପ୍ଲାଷ୍ଟିକ ବ୍ୟାଗରୁ ଆଳୁକୁ କାଢି ରଖନ୍ତୁ। ଆଳୁକୁ ସାଧାରଣ ତାପମାତ୍ରାରେ ରଖିବା ସବୁଠାରୁ ଉତ୍ତମ ଅଟେ।

କଖାରୁ : କଖାରୁକୁ ଅନେକ ଫ୍ରିଜରେ​‌ ରଖିଥାଆନ୍ତି। ଏହାକୁ ଫ୍ରିଜ ବଦଳରେ ବାହାରେ ରଖିବା ଉଚିତ। କାରଣ ପବନ ଯିବା ଆସିବା କରୁଥିବା ଓ ଶୁଖିଲା ସ୍ଥାନରେ କଖାରୁ ରଖିବା ଦ୍ବାରା ତାହା ଶୀଘ୍ର ନଷ୍ଟ ହୋଇନଥାଏ।


Share It

Comments are closed.