ଚା ସହ ପରଟା ଖାଇବାର ଅଭ୍ୟାସ ରହିଛି କି? ତେବେ ଏହାକୁ ନିଶ୍ଚୟ ପଢନ୍ତୁ


ସକାଳର କିମ୍ବା ସନ୍ଧ୍ୟା ସମୟରେ ଜଳଖିଆରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ଚା’ ସହ ପରଟା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାକୁ ଖୁବ ଶୀଘ୍ର ପ୍ରସ୍ତୁତ ମଧ୍ୟ କରାଯାଇଥାଏ। ମାତ୍ର ଆପଣ ହୁଏତ ଜାଣିନଥିବେ, ଏହା ଖାଇବାକୁ ସ୍ୱାଦିଷ୍ଟ ଲାଗିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆପଣଙ୍କୁ ଯଦି ଚା’ ସହ ପରଟା ଖାଇବାକୁ ପସନ୍ଦ ଓ ନିୟମିତ ରୂପରେ ଏହାକୁ ଖାଉଥିବେ, ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ..

ଚା’ ସହ ପରଟା ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ। ପରଟାରେ ଥିବା ଏକ ପ୍ରକାର ଫ୍ୟାଟ୍‌‌ ଶରୀରରେ କୋଲେଷ୍ଟେରୋଲ୍‌‌କୁ ବୃଦ୍ଧି କରିଥାଏ। ତେଣୁ ଏହାକୁ ନିୟମିତ ସେବନ କଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଜଳଖିଆରେ ନିୟମିତ ଭାବେ ଚା’ ସହ ପରଟା ସେବନ କଲେ ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ଏହା ସହ ବଦହଜମି ଓ ପାଚନ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଚା’ ସହ ପରଟା ଖାଇବା ଦ୍ୱାରା ଶରୀରରେ ଆଇରନର ଅଭାବ ହୋଇଥାଏ। ଅନ୍ୟ ଖାଦ୍ୟରୁ ସଠିକ୍‌‌ ଭାବେ ଆଇରନ ଅବଶୋଷଣ ହୋଇ ପାରିନଥାଏ। ତେଣୁ ଚା’ ସହ ପରଟା ଖାଇବାକୁ ବାରଣ କରାଯାଇଥାଏ। ଆପଣ ଯଦି ଏନିମିଆ ରୋଗୀ ତେବେ ଚା’ ସହ ପରଟା ଆଦୌ ସେବନ କରନ୍ତୁ ନାହିଁ।

ଜଳଖିଆରେ ଚା’ ସହ ପରଟା ଏକାଠି ଖାଇବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ। ଏହା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ।


Share It

Comments are closed.