ଶୁକ୍ରବାର ଭୁଲରେ କରନ୍ତୁନି ଏହି କାମ, କ୍ରୋଧିତ ହେବେ ମାଆ ଲକ୍ଷ୍ମୀ


ପ୍ରତ୍ୟକ ବ୍ୟକ୍ତିର ସ୍ୱପ୍ନ ଥାଏ ଧନବାନ ହେବାପାଇଁ । ତେଣୁ ଧନ ପ୍ରାପ୍ତି ନିମନ୍ତେ ମାଆ ଲକ୍ଷ୍ମୀଙ୍କୁ ଖୁସି କରିବା ଆବଶ୍ୟକ ହୋଇଥାଏ । ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଆଶୀର୍ବାଦ ପ୍ରାପ୍ତି କରିବା ପାଇଁ ଶୁକ୍ରବାର ଦିନଟିର ଗୁରୁତ୍ୱ ରହିଛି । ଯେଉଁମାନେ ଶୁକ୍ରବାର ଦିନ ନୀତି ନିୟମ ଅନୁଯାୟୀ ଧନୀର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତି । ସେମାନଙ୍କ ଉପରେ ମାଆ ଲକ୍ଷ୍ମୀ ସନ୍ତୁଷ୍ଟ ହେବା ସହ ସର୍ବଦା ଆଶୀର୍ବାଦ ରଖନ୍ତି। ଏଥିସହିତ ଏପରି ଅନେକ କାମ ଅଛି ଯାହା ଶୁକ୍ରବାର କରିବା ଅନୁଚିତ ବୋଲି ବିବେଚନା କରାଯାଇଥାଏ । ଯଦି ଆପଣ ନିୟମ ନମାନି ଏହିସବୁ କାମ ଗୁଡିକ କରିଥାନ୍ତି ତେବେ ଏହା ଦେବୀ ଲକ୍ଷ୍ମୀଙ୍କୁ କ୍ରୋଧିତ କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ, ଶୁକ୍ରବାର ଦିନ କେଉଁ ଭୁଲ୍ ଗୁଡିକ କରିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କୁ ତାହା କ୍ରୋଧିତ କରିଥାଏ ।

ଶୁକ୍ରବାର ଦିନ ଏହା କରନ୍ତୁ ନାହିଁ

ଘର ଅପରିଷ୍କାର କରନ୍ତୁ ନାହିଁ
ଶୁକ୍ରବାର ଦିନ ଯଥା ସମ୍ଭବ ଘରକୁ ସଫା ରଖିବାକୁ ଚେଷ୍ଟା କରନ୍ତୁ । ଘରର କୌଣସି କୋଣରେ ମଇଳା ଏକାଠି କରନ୍ତୁ ନାହିଁ । ମାଆ ଲକ୍ଷ୍ମୀ ସର୍ବଦା ପରିଷ୍କାରକୁ ପସନ୍ଦ କରନ୍ତି । ଏଥି ସହିତ ଆପଣ ସଫା ହୋଇନଥିବା କିମ୍ୱା ଚିରା ପୋଷାକ ପିନ୍ଧନ୍ତୁ ନାହିଁ ।

ଆର୍ଥିକ କାରବାରଠାରୁ ଦୂରେଇ ରୁହନ୍ତୁ
ଶୁକ୍ରବାର ଦିନ କୌଣସି ବ୍ୟକ୍ତିଙ୍କ ଠାରୁ ଟଙ୍କା ଗ୍ରହଣ କିମ୍ୱା ଧାର୍ କରନ୍ତୁ ନାହିଁ । ଏହି ଦିନ ଟଙ୍କା କାରବାର ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ ।

ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରିବା ମନା
ଶୁକ୍ରବାର ଦିନରେ ସମ୍ପତ୍ତି କିଣା ବିକା କିମ୍ୱା ସେ ସମ୍ୱନ୍ଧୀୟ ଅନ୍ୟାନ୍ୟ କାଗଜପତ୍ର କାର୍ଯ୍ୟ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି ।

ଚିନି କାରବାର
ଚିନି ଶୁକ୍ର ଗ୍ରହ ସହିତ ସିଧାସଳଖ ଜଡିତ । ତେଣୁ ଶୁକ୍ରବାର ଦିନ ଚିନି କିଣନ୍ତୁ ନାହିଁ କିମ୍ୱା ପଡୋଶୀଙ୍କୁ ଦିଅନ୍ତୁ ନାହିଁ । ଏପରି କରିଲେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ନାହିଁ ।

ଏହି ଜିନିଷ କିଣନ୍ତୁ ନାହିଁ
ଶୁକ୍ରବାର ଦିନ ଭୁଲରେ ମଧ୍ୟ କୌଣସି ରୋଷେଇ ସାମଗ୍ରୀ କିଣନ୍ତୁ ନାହିଁ । ଏପରି କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କୁ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ରହିବ ନାହିଁ ।


Share It

Comments are closed.