ପୁଣି ଲୋକଙ୍କୁ ହସାଇବେ କପିଲ ଶର୍ମା, ଖୁବ ଶୀଘ୍ର ଆରମ୍ଭ ହେବ ଶୋ’


କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ ‘ଦି କପିଲ ଶର୍ମା ଶୋ’ ଖୁବ୍ ଶୀଘ୍ର ଟିଭିରେ ପ୍ରସାରଣ ହେବାକୁ ଯାଉଛି। ଏହି ଶୋ’କୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ଶୋ’ର ଲଞ୍ଚ ଡେଟ୍ ସାମ୍ନାକୁ ଆସିଛି, ଏବଂ ଏକ ମାସ ପରେ ଏହି ଶୋ ’ପ୍ରସାରଣ ହୋଇପାରେ।

କିଛି ଦିନ ପୂର୍ବରୁ କପିଲ ଶର୍ମା ତାଙ୍କ ଟିମ୍ ସହିତ ବିଦେଶ ଟୁର୍‌ରେ ଯାଇଥିଲେ। ଏବେ ଖବର ଅନୁଯାୟୀ, ସେ ତାଙ୍କ ସୁପରହିଟ୍ ଶୋ’ ସହିତ ଟିଭିକୁ ଫେରୁଛନ୍ତି। ସେପ୍ଟେମ୍ବରରୁ ଏହି ଶୋ’ ଆରମ୍ଭ ହେବ ବୋଲି ନିଶ୍ଚିତ ହୋଇଛି। ଏହା ସେପ୍ଟେମ୍ବର ୩ରେ ସୋନି ଟିଭିକୁ ଫେରିପାରେ ବୋଲି କୁହାଯାଉଛି।

କପିଲ ଶର୍ମା ଶୋ’ ରେ ଭାରତୀ ସିଂହ, ଚନ୍ଦନ ପ୍ରଭାକର, କୃଷ୍ଣା ଅଭିଷେକ, ସୁମୋନା ଚକ୍ରବର୍ତ୍ତୀ, କିକୁ ଶାରଦା ଲୋକଙ୍କୁ ମନୋରଞ୍ଜନ କରନ୍ତି। କିନ୍ତୁ ଏଥର ସିଜନରେ କିଛି ନୂଆ କଳାକାର ମଧ୍ୟ ଯୋଗଦେବେ। ତେବେ ସେହି ନାମଗୁଡିକ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।


Share It

Comments are closed.