ୟୁଜବେନ୍ଦ୍ରଙ୍କ ସହ ବିଚ୍ଛେଦ ଖବର ଭାଇରାଲ ହେବାପରେ ସୋସିଆଲ ମିଡିଆରେ ଷ୍ଟାଟସ ସେୟାର କରି କିଛି ଏପରି ଲେଖିଲେ ଧନଶ୍ରୀ


ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା । ସେ ଜଣେ ୟୁଟ୍ୟୁବର୍ ସହ ସୋସିଆଲ୍ ମିଡିଆର ଜଣାଶୁଣା ଷ୍ଟାର। ୟୁଜବେନ୍ଦ୍ର ଚହଲଙ୍କୁ ବିବାହ କରିବା ପୂର୍ବରୁ ସେ ଖୁବ୍‌ ଡ୍ୟାନ୍ସ ଭିଡିଓ ସେୟାର କରନ୍ତି। ହେଲେ କ୍ରିକେଟରଙ୍କୁ ବିବାହ କରିବା ପରେ ତାଙ୍କର ଲୋକପ୍ରିୟତା ବହୁଗୁଣିତ ହୋଇପାରିଛି। ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ଧନଶ୍ରୀ ଅଢେଇ ମାସ ହେବ ଇନଷ୍ଟାଗ୍ରାମରୁ ଦୂରେଇ ଯାଇଛନ୍ତି । ହେଲେ ହଠାତ୍‌ କାହିଁକି ଦୂରେଇ ଯାଇଛନ୍ତି । ଧନଶ୍ରୀଙ୍କ ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ ମେ ୩୧ ରେ ଅଛି। ଯେଉଁଥିରେ ସେ ଜୁଗ୍ ଜୁଗ୍ ଜିଓର ନାଚ୍ ପଞ୍ଚାବନ୍ ଗୀତରେ ଏକ ରିଲ୍ ସେୟାର କରିଥିଲେ। ବିଶେଷ କଥା ହେଉଛି ଯେ ସେବେଠାରୁ ତାଙ୍କ ଏବଂ ୟୁଜବେନ୍ଦ୍ରଙ୍କ ମଧ୍ୟରେ ମତଭେଦ ହେବାର ଖବର ରହିଛି। ଏନେଇ ଗୁରୁବାର ଦିନ ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଥିବା ମତଭେଦକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଯେତେବେଳେ ଧନଶ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ନାମରୁ ଚହଲ ଉପନାମ ହଟାଇ ଦେଇଥିଲେ। ଲୋକମାନେ ଏହା ଦେଖିବା ମାତ୍ରେ ଚହଳ ପଡିଥିଲା । ଏହି ସବୁ ଘଟିବା ପରେ ସନ୍ଧ୍ୟା ସୁଦ୍ଧା ଦୁହେଁ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଥିଲେ । ସେହି ପୋଷ୍ଟରେ ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ମିଥ୍ୟା ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହ ତୁରନ୍ତ ଏପରି ଖବର କରିବା ବନ୍ଦ କରିବାକୁ କହିଛନ୍ତି।


Share It

Comments are closed.