ଡେଲ୍ ଟେକ୍ନୋଲୋଜିସ୍ ପକ୍ଷରୁ ୨୦୨୦ ପିସି ଗେମିଙ୍ଗ୍ ପୋର୍ଟଫୋଲିଓର ଶୁଭାରମ୍ଭ


ଭୁବନେଶ୍ୱର: ଡେଲ୍ ଟେକ୍ନୋଲୋଜିସ୍ ଓ ଏଲିଏନ୍‌ୱେୟାର ପକ୍ଷରୁ ପିସି ଗେମିଙ୍ଗ୍ କ୍ଷେତ୍ରରେ ଭାରତରେ ଏଲିଏନ୍‌ୱେୟାର ଏମ୍‌୧୫ ଆର୍‌୩, ଡେଲ୍ ଜି୫ ୧୫ ଏସ୍‌ଇ, ଡେଲ୍ ଜି୫ ୧୫ ଓ ଡେଲ୍ ଜି୩ ୧୫ ସହିତ ନୂଆ ଗେମିଙ୍ଗ୍ ପୋର୍ଟଫୋଲିଓର ଶୁଭାରମ୍ଭ କରାଯାଇଛି । ଭାରତରେ ଗେମିଙ୍ଗ୍ ପିସି ପାଇଁ ଏକ ନୂତନ ଓ ବିକଶିତ ବଜାରକୁ ଧ୍ୟାନରେ ରଖି ଡେଲ୍ ପକ୍ଷରୁ ୨୦୧୭ରେ ଡେଲ୍ ଡି ସିରିଜ୍ ଗେମିଙ୍ଗ୍ ଲାପ୍‌ଟପ୍‌ର ଶୁଭାରମ୍ଭ କରାଯାଇଥିଲା । ସାଧାରଣରୁ ଆରମ୍ଭ କରି ପେସାଦାର ଗେମର୍‌ଙ୍କ ମଧ୍ୟରେ ଡେଲ୍ ଡି ସିରିଜର ବର୍ଦ୍ଧିତ ଲୋକପ୍ରିୟତା ସହିତ ଡେଲ୍ ଉପଭୋକ୍ତାଙ୍କ ଗେମ୍‌କୁ ପ୍ରସ୍ତୁତ ରଖିବା ପାଇଁ ଡିଜାଇନ୍‌, ଗେମ୍ ଫଙ୍କ୍‌ସନାଲିଟି ଓ ପ୍ରଦର୍ଶନକୁ ଏକତ୍ରିତ କରି ଜି ସିରିଜ୍ ପୋର୍ଟଫୋଲିଓ ସହ ଏହାର ଧ୍ୟାନକୁ ଆହୁରି ମଜଭୁତ କରିଛି ।
ଏସମ୍ପର୍କରେ ଡେଲ୍ ଟେକ୍ନୋଲୋଜିସ୍‌, ଇଣ୍ଡିଆର ଉପଭୋକ୍ତା ଓ କ୍ଷୁଦ୍ର ବ୍ୟବସାୟ ବିଭାଗର ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରାଜ କୁମାର ରିଷି କହିଛନ୍ତି ଯେ, “ପିସି ଗେମିଙ୍ଗ୍ କ୍ଷେତ୍ରରୁ ନୂଆ ଅଛନ୍ତି କିମ୍ବା ମୋବାଇଲରୁ ପିସିକୁ ଯାଉଛନ୍ତି, ତେବେ ଆରମ୍ଭ କରିବା ପାଇଁ ଡେଲ୍ ଜି ସିରିଜ୍ ପୋର୍ଟଫୋଲିଓ ହେଉଛି ଏକ ଉତମ ସ୍ଥାନ ।” ଡେଲ୍ ଟେକ୍ନୋଲୋଜି, ଇଣ୍ଡିଆର ଉପଭୋକ୍ତା ଓ କ୍ଷୁଦ୍ର ବ୍ୟବସାୟ, ଉତ୍ପାଦ ମାର୍କେଟିଙ୍ଗ୍ ବିଭାଗର ନିର୍ଦ୍ଦେଶକ ଆନନ୍ଦ ସୁବ୍ରମଣ୍ୟ କହିଛନ୍ତି ଯେ, “ପିସି ଗେମିଙ୍ଗ୍ କ୍ଷେତ୍ରରେ ସର୍ବବୃହତ୍ ଉପଭୋକ୍ତା ସେଟ୍ ସ୍ଥାପନ କରୁଥିବା ଯୁବପିଢିଙ୍କ ପାଇଁ ଆମେ ଡେଲ୍ ଫ୍ୟୁଚରିଷ୍ଟ ବିକଶିତ କରିଛୁ- ଏହା ହେଉଛି ଗେମିଙ୍ଗ୍ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ୟୁଥ୍ ପ୍ରୋଗ୍ରାମ ।”
ନୂଆ ଏଲିଏନୱେୟାର ଏମ୍‌୧୫ ଆର୍‌୩ ହେଉଛି ସବୁଠାରୁ ପତଳା, ହାଲୁକା ଓ ଶକ୍ତିଶାଳୀ ୩୯.୬ ସେ.ମି. ଏଲିଏନ୍‌ୱେୟାର ଲାପ୍‌ଟପ୍ ଯାହାକି ନୂତନ ଭାପୋର ଚାମ୍ବର୍ କୁଲିଙ୍ଗ୍ ସହିତ ଆଡ୍‌ଭାନ୍ସଡ୍ ଏଲିଏନୱେୟାର କ୍ରାୟୋ-ଟେକ୍ ଥର୍ମାଲ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ । ସିଇଏସ୍ ୨୦୨୦ରେ ପ୍ରଥମେ ଉନ୍ମୋଚିତ ହୋଇଥିବା ଡେଲ୍ ଜି୫ ୧୫ ଏସ୍‌ଇ ହେଉଛି ଡେଲ୍ ଡି ସିରିଜ୍ ପୋର୍ଟଫୋଲିଓର ନୂତନ ଉତ୍ପାଦ । ସେହିଭଳି ଉଭୟ ଡେଲ୍ ଜି୫ ୧୫ ଏବଂ ଡେଲ୍ ଜି୩ ୧୫ରେ ୧୦ମ ପିଢିର ଇଂଟେଲ୍ କୋର୍ ଆଇ୭ ପ୍ରୋସେସର୍ ରହିଛି । ଏଲିଏନ୍‌ୱେୟାର ଏମ୍‌୧୫ ଆର୍‌୩, ଡେଲ୍ ଜି୫ ୧୫ ଏସ୍‌ଇ, ଡେଲ୍ ଜି୫ ୧୫ ଏବଂ ଡେଲ୍ ଜି୩ ୧୫ର ପ୍ରାରମ୍ଭିକ ମୂଲ୍ୟ ଜିଏସଟି ସହିତ ଯଥାକ୍ରମେ ୧,୯୯,୯୯୦ ଟଙ୍କା, ୭୪,୯୯୦ଟଙ୍କା, ୮୨,୫୯୦ ଟଙ୍କା ଏବଂ ୭୩,୯୯୦ଟଙ୍କା ରହିଛି । ଏହି ନୂଆ ଗେମିଙ୍ଗ୍ ଲାପ୍‌ଟପ୍‌ଗୁଡିକ ଆମାଜନ୍‌, ଫ୍ଲିପ୍‌କାର୍ଟ, ନିର୍ଦ୍ଧିଷ୍ଟ ବୃହତ୍ ଫର୍ମାଟ୍ ରିଟେଲ୍ ଓ ମଲ୍ଟିବ୍ରାଣ୍ଡ ଆଉଟ୍‌ଲେଟ୍ ସମେତ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ଷ୍ଟୋର୍‌ଗୁଡିକରେ ଏବଂ ନିର୍ଦ୍ଧିଷ୍ଟ ଡେଲ୍ ଏକ୍ସକ୍ଲୁସିଭ୍ ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହେବ ।


Share It

Comments are closed.