୧୧ ବର୍ଷ ପରେ ଦିଲ୍ଲୀ ବିଧାୟକଙ୍କ ବଢ଼ିଲା ଦରମା, ଏବେ ପାଇବେ ୯୦,୦୦୦ ଟଙ୍କା


ଦିଲ୍ଲୀ ବିଧାୟକଙ୍କ ଦରମା ୬୬% ବୃଦ୍ଧି ପାଇଛି । ଦରମା ଓ ଅନ୍ୟାନ୍ୟ ଭତ୍ତାକୁ ମିଶାଇ ଏବେ ସେମାନେ ମାସକୁ ୫୪,୦୦୦ ଟଙ୍କା ପାଉଥିବା ବେଳେ ଏହା ୬୬% ବଢ଼ି ୯୦,୦୦୦ ଟଙ୍କା ହୋଇଛି । ଏ ନେଇ ସୋମବାର ଦିଲ୍ଲୀ ବିଧାନସଭାରେ ଏକ ବିଲ୍‌ ପାରିତ ହୋଇଯାଇଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ ।

ଦିଲ୍ଲୀର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଓ ବିରୋଧୀ ଦଳ ନେତାଙ୍କ ଦରମା ବୃଦ୍ଧି ପାଇବ । ଏ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ୧୧ ବର୍ଷ ହେଲା ବିଧାୟକମାନେ ୧୨,୦୦୦ ଟଙ୍କା ଦରମା ପାଉଥିଲେ । ଏହା ଏବେ ୩୦,୦୦୦ ଟଙ୍କା ହେବ । ଭତ୍ତା ଓ ଦରମାକୁ ମିଶାଇ ଏହା ଏବେ ୫୪,୦୦୦ ଟଙ୍କାରୁ ୯୦,୦୦୦ ଟଙ୍କା ହେବ ।


Share It

Comments are closed.