କ୍ରିକେଟ ଜଗତରେ ନୂଆ ଇତିହାସ ସୃଷ୍ଟି କରିଥିବା ନବାଗତ ଖେଳାଳୀ ଦୀପକ ଚହର ନିଜ ପ୍ରଦର୍ଶନକୁ ନେଇ କ’ଣ କହିଲେ, ଶୁଣନ୍ତୁ


ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚଟି ଦୀପକ ଚହରଙ୍କ ବିଶ୍ୱ ରେକର୍ଡ ସହ ସମାପ୍ତ ହୋଇଛି । ରବିବାର ଦିନ ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଏବଂ ଶେଷ ଟି-୨୦ ମ୍ୟାଚକୁ ଭାରତ ୩୦ ରନରେ ବିଜୟ ହୋଇଥିବାବେଳେ ଭାରତ ସିରିଜ ୨-୧ରେ କବଜା କରି ନେଇଛି ।
କେବଳ ଏତିକି ନୁହେଁ ସିରିଜର ଶେଷ ମ୍ୟାଚଟି ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କ ଏକ ସ୍ମରଣୀୟ ମ୍ୟାଚ ଏବଂ ଐତିହାସିକ ମ୍ୟାଚ ହୋଇ ରହିଗଲା । ସେ ଭାରତ ପକ୍ଷରୁ ଆନ୍ତର୍ଜାତିକ ଟି-୨୦ କ୍ରିକେଟରେ ପ୍ରଥମ ହ୍ୟାଟ୍ରିକକୁ ନିଜ ନାମରେ କରିଥିବାବେଳେ ଏହା ସହ ସେ ମାତ୍ର ୭ ରନ ଦେଇ ଟି-୨୦ କ୍ରିକେଟରେ ସର୍ବଶ୍ରେଷ୍ଠ ବୋଲର ରୂପେ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି ।
ଚହର ୩ଟି ମ୍ୟାଚ ବିଶିଷ୍ଟ ସିରିଜରେ ୮ଟି ୱିକେଟ ସଂଗ୍ରହ କରିଥିବାବେଳେ ଶେଷ ମ୍ୟାଚରୁ ଏକାକୀ ୬ଟି ୱିକେଟ ସଂଗ୍ରହ କରି ମ୍ୟାଚ ଅଫ ଦ ମ୍ୟାଚ ମଧ୍ୟ ବିବେଚିତ ହୋଇଛନ୍ତି ।
ନିଜ ଏହି ପ୍ରଦର୍ଶନକୁ ଚହର କହିଛନ୍ତି ଯେ, “ମୁଁ କେବେବି ଭାବିନଥିଲେ ଯେ ଏଭଳି କିଛି ହେବ ବୋଲି, ଏଥିପାଇଁ ମୁଁ ବହୁତ ଖୁସି । ମୁଁ କେବଳ କଠିନ ପରିଶ୍ରମ କରିବା ପାଇଁ ଚାହେଁ । ଏହା ସବୁ ଭଗବାନଙ୍କ ବରଦାନ । ମୁଁ ନୂଆ ବଲ ସହ ନିଜ ଯୋଜନା ଆଗକୁ ବଢାଇବାର ଥିଲା । ମୋତେ ଗୁରୁତ୍ୱପୂର୍ଣ୍ଣ ଓଭରରେ ବୋଲିଂ କରିବା ପାଇଁ କୁହାଯାଇଥିଲା । ଦଳ ପକ୍ଷରୁ ମୋତେ ଏହି ଦାୟିତ୍ୱ ଦିଆଯାଇଥିବା ହେତୁ ମୁଁ ଅତ୍ୟନ୍ତୁ ଖୁସି । ”


Share It

Comments are closed.