ଏହି ୧୦ଟି ଆପ ମାଧ୍ୟମରେ ଟଙ୍କା ଲୁଟୁଛନ୍ତି ହ୍ୟାକର୍ସ: ଆପଣଙ୍କ ଫୋନରେ ଥିଲେ ତୁରନ୍ତ କରନ୍ତୁ ଡିଲିଟ


କ୍ରିପ୍ଟୋକରେନ୍ସି ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ଆସୁଛି | ସମ୍ପ୍ରତି ଜଣେ ହ୍ୟାକର ଦୁନିଆର ସବୁଠୁ ବଡ କ୍ରିପ୍ଟୋକରେନ୍ସି ଚୋରି କରିଛି, ତଥାପି ପରେ ସେ କିଛି କରେନ୍ସି ମଧ୍ୟ ଫେରାଇ ଦେଇଛନ୍ତି ଏବଂ ବର୍ତ୍ତମାନ ସେହି ହ୍ୟାକରଙ୍କୁ ସେହି କମ୍ପାନୀ ଦ୍ୱାରା ନିଯୁକ୍ତି ଦିଆଯାଇଛି ଯେଉଁଠାରେ ହ୍ୟାକର ଚୋରି କରିଛି। କ୍ରିପ୍ଟୋକରେନ୍ସି ପ୍ରତି ଲୋକଙ୍କ ଆଗ୍ରହ ଦିନକୁ ଦିନ ବଢ଼ୁଛି ଏବଂ ହ୍ୟାକର୍ମାନେ ଏହାର ଫାଇଦା ନେଉଛନ୍ତି |ଗୁଗୁଲରେ ସର୍ଚ୍ଚ କଲେ ଆପଣ ଏପରି ଶହ ଶହ ଆପ୍ ପାଇବେ ଯାହା ଲୋକଙ୍କୁ କ୍ରିପ୍ଟୋକ୍ୟୁରେନ୍ସିରେ ବିନିଯୋଗ କରିବାକୁ କହୁଛି ଏବଂ ବଡ ଲାଭ ଦେବାକୁ ମଧ୍ୟ ପ୍ରତିଶୃତି ଦେଉଛି, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ନାମରେ ଲୋକଙ୍କୁ ଚୂନା ମଧ୍ୟ ଲଗାଯାଉଛି | ବର୍ତ୍ତମାନ ଗୁଗୁଲ ପ୍ଲେ ଷ୍ଟୋରରୁ ଏହିପରି ୧୦ ଟି କ୍ରିପ୍ଟୋକରେନ୍ସି ଆପ୍ ଡିଲିଟ କରିଛି ଯେଉଁଥିରେ ଠକେଇର ସନ୍ଦେହ କରାଯାଉଥିଲା | ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ …

Bitcoin 2021
Bitcoin (BTC) – Pool Mining Cloud Wallet
Bitcoin Miner – Cloud Mining
BitFunds – Crypto Cloud Mining
Crypto Holic – Bitcoin Cloud Mining
Daily Bitcoin Rewards – Cloud Based
Eth Pro Miner
Ethereum (ETH) – Pool Mining Cloud
MineBit Pro – Crypto Cloud Mining & btc miner
Mining Forever


Share It

Comments are closed.