ଏହି ସ୍ଥାନରେ କାଉ ବସିଲେ ମିଳିଥାଏ ଶୁଭଫଳ, ଜାଣନ୍ତୁ କେଉଁଠି


କାଉକୁ ମଣିଷ ସବୁବେଳେ ଏକ ଅଶୁଭ ପକ୍ଷୀ ଭାବେ ଗଣନା କରିଥାଏ | କାଉ ଆମକୁ ଅଶୁଭ ସଂକେତ କିମ୍ବା ଅଶୁଭ ସମାଚାର ଦେଇଥାଏ ବୋଲି ଅନେକ ଲୋକ ବିଶ୍ୱାସ କରିଥାନ୍ତି | କିନ୍ତୁ ସବୁବେଳେ କାଉକୁ ନେଇ ଅଶୁଭ ଚିନ୍ତା କରିବା ଠିକ ନୁହେଁ | କାଉ ବେଳେବେଳେ ଆମକୁ ଶୁଭ ସଂକେତ ମଧ୍ୟ ଦେଇଥାଏ | ସେହି ସଂକେତକୁ ଆମେ ଠିକ ଭାବେ ବୁଝି ଗ୍ରହଣ କରିବା ଉଚିତ | ଆସନ୍ତୁ ଜାଣିବା କାଉର ଶୁଭ ଅଶୁଭ ସଂକେତ :

ଯଦି ପାଣି ଭର୍ତ୍ତି ମାଠିଆ କିମ୍ବା ଅନ୍ୟ କୌଣସି ପଦାର୍ଥ ଉପରେ କାଉ ବସେ ତାହେଲେ ତାକୁ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଇଥାଏ | ପାଣି ଭର୍ତ୍ତି ମାଠିଆରେ କାଉ ବସିବା ଦ୍ୱାରା ଧନବର୍ଷା ହୋଇଥାଏ ବୋଲି ବିଶ୍ୱାସ କରାଯାଏ | ଏହାସହ ଭାଗ୍ୟ ଉଦୟ ମଧ୍ୟ ହୋଇଥାଏ |

ଯଦି କାଉ ଥଣ୍ଟରେ ରୁଟି କିମ୍ବା ମାଂସ ଟୁକୁଡା ନେଇ ଆସିଥାଏ ତାହେଲେ ତାକୁ ମଧ୍ୟ ଶୁଭ ବୋଲି ବିଚାର କରାଯାଇଥାଏ | ମନୋସ୍କାମନା ପୁର୍ଣ ହେବ ନେଇ କାଉ ଏଭଳି ସୂଚନା ଦେଇଥାଏ ବୋଲି ବିଶିଷ୍ଟ ଲୋକେ ମତ ପୋଷଣ କରିଛନ୍ତି |

ଅନେକ ସମୟରେ ଆମେ ଦେଖିଥାଉ ଅନେକ କାଉ ଏକାଠି ମିଶି ବହୁତ ଜୋର ଜୋରରେ ରାବିଥାନ୍ତି | ଏତେ ଗୁଡ଼ାଏ କାଉଙ୍କ ଏକସଙ୍ଗେ ରବିବା ଅଶୁଭ ବୋଲି ଦର୍ଶାଇ ଥାଏ | ତେବେ ଯେଉଁ ଗାଁରେ କିମ୍ବା ସହରରେ କିମ୍ବା ଯେଉଁ ସ୍ଥାନରେ କାଉମାନେ ଏଭଳି ରାବନ୍ତି ସେହି ସ୍ଥାନ ପାଇଁ ଅଶୁଭ ହୋଇଥାଏ କିମ୍ବା କୌଣସି ଦୁଃସମ୍ବାଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି | ସେହି ସ୍ଥାନରେ କୌଣସି ବଡ ବିପଦ ଆସିବାର ସଂକେତ ଦେଇଥାଏ କାଉଙ୍କ ରାବ |

ଯଦି କାଉ କୌଣସି ବ୍ୟକ୍ତିଙ୍କ ଉପରେ ଆସି ବସିଥାଏ ତାହେଲେ ସେହି ବ୍ୟକ୍ତିଙ୍କର ଧନ ଏବଂ ସମ୍ମାନର ହାନୀ ଘଟିଥାଏ |

ଯଦି କୌଣସି ମହିଳାଙ୍କ ଉପରେ କାଉ ବସିପଡ଼େ ତାହେଲେ ମହିଳାଙ୍କ ସ୍ୱାମୀଙ୍କୁ ଗଭୀର ସଙ୍କଟର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି ବିଶ୍ୱାସ ରହିଛି |


Share It

Comments are closed.