୪-୫ ମାସ ମଧ୍ୟରେ ଟୀକାକରଣ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟର ଲକ୍ଷ୍ୟ


ରାଜ୍ୟରେ ଗତ ସୋମବାର ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ହୋଇଛି ଟିକାକରଣ। ଦିନକୁ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଗତକାଲି ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ କରୋନା ଟିକା ଦିଆଯାଇଛି। ୧ ହଜାର ୭୩୫ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଟିକାକରଣ ହୋଇଛି । ୧୬୫୭ଟି ଟିକାକରଣ କେନ୍ଦ୍ରରେ ଟିକାକରଣ ଚାଲିଛି । ୪ରୁ ୫ ମାସ ମଧୟରେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ତେବେ ଟିକାକରଣ କେନ୍ଦ୍ରରେ ଅଧିକ ଭିଡ଼ ହେବା ପ୍ରସଙ୍ଗକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ଟିକା ନେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଅନସାଇଟ ଉପରେ ଲୋକମାନେ ଅଧିକ ଟିକା ନେବାକୁ ଆସୁଥିବାରୁ ଭିଡ଼ ହେଉଛି।

ସେହିପରି ଗର୍ଭବତୀ ମହିଳାମାନଙ୍କୁ ଟିକା ଦେବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଗର୍ଭବତୀ ମହିଳାମାନଙ୍କ ଟିକାକରଣ ଲାଗି ଆଜି କେନ୍ଦ୍ର ସରକାର ରାଜ୍ୟର ଅଧିକାରୀଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି । ଏଥିରେ ଜିଲ୍ଲାମାନେ ବି ସାମିଲ ରହିବେ । ଯେତେ ଶୀଘ୍ର ସମ୍ଭବ ଏହା ଆରମ୍ଭ ହେବ । ସେମାନଙ୍କୁ ଯେପରି ବେଶୀ ସମୟ ଅପେକ୍ଷା କରିବାକୁ ପଡିବନି ତାହା ଉପରେ ଦୃଷ୍ଟି ଦିଆଯିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

ଜିଲ୍ଲା ସ୍ତରରେ କୋଭିଡ୍ ଡେଥ୍ ଅଡ଼ିଟ୍ ଟିମ୍ ଅଛି । ସେମାନେ ଜିଲ୍ଲା ସ୍ତରରେ ଅଡ଼ିଟ୍ କରିବା ପରେ ରିପୋର୍ଟ ଦେଉଛନ୍ତି । ରାଜ୍ୟ ସ୍ତରକୁ ଏହି ରିପୋର୍ଟ ଆସିବ ପରେ ଘୋଷଣା କରାଯାଉଛି । ବର୍ତ୍ତମାନ ରାଜ୍ୟର ଯାହା ଡେଥ୍ ହେଉଛି ତାହା ପୂର୍ବ ଦିନର ଡେଥ୍ ରିପୋର୍ଟ । ଅଡ଼ିଟ୍ ନ ହେବା ଯାଏଁ କେମିତି ଡେଥ୍ ହୋଇଛି କହି ହେବନି। ଆଜି ଡେଥ୍ ହେଲା ଆଜି ହିଁ ଘୋଷଣା କରିବା ସମ୍ଭବ ନୁହେଁ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।


Share It

Comments are closed.