କରୋନାରୁ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ଦେଇପାରେ ଟିକା


ସ୍ୱିସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ଆଣ୍ଡ ଇମ୍ୟୁନୋଲଜିର ଅଧ୍ୟୟନରେ ଏହି ଖୁଲାସା ହୋଇଛି । ଭାକ୍‌ସିନ୍‌ର ଡୋଜ୍‌ ଗର୍ଭବତୀ ମହିଳାଙ୍କୁ ତାଙ୍କର ପ୍ଲେସେଣ୍ଟା ଓ ଭ୍ରୃଣକୁ କ୍ଷତିରୁ ଉତ୍ତମ ଉପାୟରେ ସୁରକ୍ଷା ଦେବାରେ ସହାୟକ ହୋଇଥାଏ । ଅଧ୍ୟୟନ ମୁତାବିକ୍‌ କୋଭିଡ୍‌-୧୯ ଭାଇରସ୍‌ ମାନବ ପ୍ଲେସେଣ୍ଟା କୋଶିକାଗୁଡିକୁ ସଂକ୍ରମିତ କରିପାରେ।

ଗର୍ଭବତୀ ମହିଳାଙ୍କୁ ସମ ବୟସ ବର୍ଗର ଅନ୍ୟ ଲୋକଙ୍କ ତୁଳନାରେ ସଂକ୍ରମିତ ହେବାର ୭୦ ପ୍ରତିଶତ ଅଧିକ ବିପଦ ଥାଏ। ସମୟ ପୂର୍ବରୁ ପ୍ରସବ ବା ଭ୍ରୃଣର ମୃତ୍ୟୁ ହେବା ବିପଦ ୨ଗୁଣ ବା ୩ଗୁଣ ବଢ଼ିଯାଏ । ଅଧ୍ୟୟନରେ କୁହାଯାଇଛି ମାଆ ଦ୍ୱାରା ବିକଶିତ ଆଣ୍ଟିବଡ଼ି ପ୍ଲେସେଣ୍ଟଲ ପ୍ରତିରୋଧକୁ ଅତିକ୍ରମ କରିଥାଏ , ଯେଉଁଥିରେ ଶିଶୁକୁ ସୁରକ୍ଷା ମିଳିଥାଏ । ୟୁରୋପିଆନ ମେଡିସିନ ଏଜେନ୍ସିର ଜଣେ ଅଧିକାରୀ ମାର୍କୋ କେଭେଲରୀ କହିଛନ୍ତି କି ୱାଚଡଗ୍‌ ଗର୍ଭବତୀ ମହିଳାଙ୍କର ଟିକାକରଣର ସମର୍ଥନ କରିଥାଏ , କାରଣ ଭାକସିନ୍‌ର ଡୋଜ୍‌ ତାଙ୍କର ପ୍ଲସେଣ୍ଟା ଓ ଭ୍ରୃଣକୁ କ୍ଷତିରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।


Share It

Comments are closed.