୯୪ ବର୍ଷରେ ପାଦ ଥାପିଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ


ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କ ଆଜି ଜନ୍ମଦିନ । ୯୪ ବର୍ଷରେ ପାଦ ଥାପିଛନ୍ତି ଆଡଭାନୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ସମ୍ମାନିତ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ମୁଁ ତାଙ୍କର ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି । ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗର୍ବ ବଢାଇବା ଦିଗରେ ତାଙ୍କର ଅନେକ ଉଦ୍ୟମ ପାଇଁ ଦେଶ ତାଙ୍କ ନିକଟରେ ଋଣୀ ରହିବ । ତାଙ୍କର ବୌଦ୍ଧିକ ଦକ୍ଷତା ପାଇଁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଏ । କେବଳ ସେତିକି ନୁହେଁ ତାଙ୍କ ବାସଭବନରେ ଯାଇ କେକ୍ କାଟି ଜନ୍ମଦିନ ପାଳନ କରିଛନ୍ତି । ଭାରତୀୟ ଜନତା ପାର୍ଟି ସଭାପତି ଜେ.ପି ନଡା ଟୁଇଟ୍ କରି ଲାଲ କୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ସେ ନିଜ ଟୁଇଟରେ ଲେଖିଛନ୍ତି, ‘ସମ୍ମାନିତ ଶ୍ରୀ ଏଲ.କେ ଆଡଭାନୀ ଜୀଙ୍କୁ ଅନେକ ଜନ୍ମଦିନର ଶୁଭେଚ୍ଛା, ଯିଏକି ବିଜେପିକୁ ଜନସାଧାରଣଙ୍କ ନିକଟକୁ ନେଇଥିଲେ ଏବଂ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଡଭାନି ଜୀ କୋଟି କୋଟି କର୍ମୀଙ୍କ ପାଇଁ ଏକ ପ୍ରେରଣା । ତୁମର ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରେ ।


Share It

Comments are closed.