କରୋନା ପ୍ରକୋପ : ଆମେରିକାରେ ଗତ ୨୪ ଘଣ୍ଟାରେ ୧୨୫୫ ଜଣଙ୍କ ମୃତ୍ୟୁ


କରୋନା ଭାଇରସର ପ୍ରକୋପ ଆମେରିକାରରେ ଜାରି ରହିଛି । କୋଭିଡ-୧୯ ଯୋଗୁଁ ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ମିଶାଇ ଆମେରିକାରେ କରୋନାରେ ମୃତ୍ୟୁ ସଂଖ୍ୟା ୯୫ ହଜାରରୁ ଉର୍ଦ୍ଧ୍ୱକୁ ବୃଦ୍ଦି ପାଇଛି । କରୋନା ଭାଇରସ ସଂକ୍ରମିତ ଏବଂ ଏଥିରେ ମୃତକଙ୍କ ସଂଖ୍ୟାରେ ଆମେରିକାର ଶୀର୍ଷକ ସ୍ଥାନରେ ରହିଛି ।
ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିଜର ସେହି ବୟାନକୁ ନେଇ ସମସ୍ତ ଚକିତ କରିଦେଇଥିଲେ ଯେଉଁଥିରେ ସେ କହିଥିଲେ ଯେ, ସାରା ବିଶ୍ୱରେ ଆମେରିକାରେ କରୋନା ଭାଇରସ ସଂକ୍ରମଣ ମମାଲାରେ ଶୀର୍ଷକରେ ରହିବା ଏକ ସମ୍ମାନ କଥା କାରଣ କରୋନା ଭାଇରସକୁ ନେଇ ଆମର ପରୀକ୍ଷଣ ଅନ୍ୟମାନଙ୍କ ଠାରୁ ଅନେକ ଗୁଣରେ ଉନ୍ନତ ବୋଲି ଏଥିରୁ ଜଣାପଡୁଛି । ଅର୍ଥାତ ଟ୍ରମ୍ଫଙ୍କ କହିବା ଅନୁଯାୟୀ ସେ ଏହା ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ, ସେ କରୋନା ବିରୋଧୀ ଲଢେଇରେ ସଫଳତା ହାସଲ କରିବାକୁ ପାଇଁ ପରୀକ୍ଷଣକୁ ଆହୁରୀ ଉପର ସ୍ତରକୁ ନେଇ ଯାଇଛନ୍ତି ।
ସେପଟେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧ ଲକ୍ଷ ପାର କରି ସରିଥିବାବେଳେ ଏହା ଯୋଗୁଁ ମୃତକଙ୍କ ସଂଖ୍ୟା ୩,୨୯,୭୬୮ ରେ ଆସି ପହଞ୍ଚିଛି । କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ କେବଳ ଜୀବନ ହାନୀ ହେଉ ନାହିଁ । ଏହା ସହ ଲକ୍ଷ ଲକ୍ଷ ଲୋକ ବେକାରୀ ହୋଇଯିବା ସହ ଦୁଇ ଓଳି ଖାଦ୍ୟ ଖାଇବା ପାଇଁ ସଂଘର୍ଷ ମଧ୍ୟ କରୁଛନ୍ତି । ପ୍ରକାଶ ଥାଉକି, ସାରା ବିଶ୍ୱରେ ଲକ୍‌ଡାଉନ ପରିସ୍ଥିତି ଯୋଗୁଁ ବିଭିନ୍ନ ସ୍ଥାନରେ ଶିଳ୍ପସଂସ୍ଥା ଠାରୁ ଆରମ୍ଭ ନିର୍ମାଣଧୀନ ଏବଂ ଅନ୍ୟାନ୍ୟ କାମ କାର୍ଯ୍ୟ ବନ୍ଦ ପଡିଥିବା ହେତୁ ଲକ୍ଷାଧିକ ଲୋକ ଚାକିରୀ ହରାଇଛନ୍ତି ।


Share It

Comments are closed.