ଗତ ୨୪ ଘଣ୍ଟାରେ ୬୯୭୭ ନୂଆ ମାମଲା, ୧୫୪ ମୃତ


ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦୦୦ ହଜାର ନୂଆ ମମଲା ସାମନାକୁ ଆସିଛି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ନିକଟତର ହୋଇଗଲାଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ, ଭାରତରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୮୮୪୫ରେ ଆସି ପହଞ୍ଚିଛି । ରବିବାର ଦିନ ସଂକ୍ରମିତଙ୍କ ସଂଖ୍ୟା ୧୩୧୮୬୮ରେ ଥିଲା । ଏଭଳି ଭାବରେ ଗୋଟିଏ ଦିନ ମଧ୍ୟରେ ଦେଶରେ ୬୯୭୭ଟି ନୂଆ ମାମଲା ସାମନାକୁ ଆସିଛି । ସେହିଭଳି ଦେଶରେ ମୃତକଙ୍କ ସଂଖ୍ୟା ୪୦୨୧ରେ ଆସି ପହଞ୍ଚିଛି । ବର୍ତ୍ତମାନ ସୁଧା ୫୭୭୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ।

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୨୩୧ରେ ପହଞ୍ଚିଥିବାବେଳେ ଏଠାରେ ୧୪୬୦୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ସେହିଭଳି ଏଠାରେ ୧୬୩୫ ଜଣଙ୍କ ମୃତ୍ୟୁ ଘଟିଛି । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୪୧୮ରେ ଆସି ପହଞ୍ଚିଛି । ବର୍ତ୍ତମାନ ସୁଧା ଏଠାରେ ୨୬୧ ଜଣ ସୁସ୍ଥ ହୋଇସାରିଛନ୍ତି ।
ଗୁଜୁରାଟରେ ୧୪୦୫୬ରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଥିବାବେଳେ ଏଠାରେ ବର୍ତ୍ତମାନ ସୁଧା ୬୪୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୮୫୮ ଜଣଙ୍କ ମୃତ୍ୟୁ ଘଟିଛି । ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨୭୭ରେ ଆସି ପହଞ୍ଚିଛି । ଏଠାରେ ୧୧୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ଓଡିଶାରେ କରୋନା ସଂକ୍ରମିତଙ୍କ ୧୩୩୬ରେ ପହଞ୍ଚିଥିବାବେଳେ ଏଠାରେ ୫୫୦ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି ।


Share It

Comments are closed.