ମୁସଲମାନଙ୍କ ଉପରେ ଚୀନର ଅତ୍ୟାଚାର, ଶରୀରରୁ ଲିଭର-କିଡନୀ କାଢି କଳାବଜାରୀରେ ଆୟ କରୁଛି କୋଟି କୋଟି ଟଙ୍କା


ଚୀନ୍‌ରେ ଉଇଗର ମୁସଲମାନଙ୍କ ସହ ଜଡିତ ଏକ ଭୟଙ୍କର ଅତ୍ୟାଚାର ଘଟଣା ଏବେ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନା ଏହି ଉଇଗୁରୁ ମୁସଲମାନ ମାନଙ୍କ ଅଙ୍ଗକୁ କଳା ବଜାରୀ କରି କୋଟି କୋଟି ଟଙ୍କା ରୋଜଗାର କରିଛି । ଖବରକାଗଜ ‘ହେରାଲ୍ଡ ସନ୍’ର ଏକ ରିପୋର୍ଟ ଅନୁଯାୟୀ ଏଠାରେ ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ଜବରଦସ୍ତ କାରାଗାରରେ ରଖାଯାଇଛି । ବନ୍ଦୀ ଅବସ୍ଥାରେ କିଡନୀ ଏବଂ ଲିଭର ପରି ଏହି ମୁସଲମାନ ମାନଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ଜବରଦସ୍ତ ଦେହରୁ କାଢି ଦିଆଯାଉଛି । ଆଉ ସେଗୁଡିକୁ ନେଇ କଳା ବଜାରୀ କରାଯାଉଛି ।

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଅବସ୍ଥିତ ଏକ ମର୍ଣ୍ଣିଂ ଟାବଲୋଡ୍ ଖବରକାଗଜ ରିପୋର୍ଟରେ ଚୀନ୍ କିପରି ଏକ ସୁସ୍ଥ ଲିଭର ବିକ୍ରୟ କରି ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ରୋଜଗାର କରେ ଏବଂ ଏହି ବ୍ୟବସାୟରେ ବାର୍ଷିକ ପ୍ରାୟ ୭୫ ଅରବ ରୋଜଗାର କରେ ସେ ବିଷୟରେ ଅନେକ ଖୁଲାସା କରିଛି । ଉଲ୍ଲେଖନୀୟ କଥା ହେଉଛି, ଚୀନ୍‌ର ମାନବ ଅଙ୍ଗ କଳା ବଜାରରେ ବିକ୍ରି କରିବା ଏହା ପ୍ରଥମ ଘଟଣା ନୁହେଁ । ଚୀନ୍ ବିରୋଧରେ ଏଭଳି ଅଭିଯୋଗ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଛି । ଏହା ପୂର୍ବରୁ ମିଳିତ ଜାତିସଂଘ ମାନବ ଅଧିକାର ଆୟୋଗ (UNHRC) କହିଛି ଯେ ଉଇଗୁରୁ, ତିବ୍ଦତୀୟ, ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଙ୍ଗ କାରବାରକୁ ନେଇ ମାନବ ଅଧିକାର ବିଶେଷଜ୍ଞମାନେ ଗଭୀର ଭାବରେ ଚିନ୍ତିତ ଅଛନ୍ତି ।


Share It

Comments are closed.