ଅଲ୍ଟିମେଟ ଖୋ ଖୋ ସିଜନ-୨: ଚେନ୍ନାଇ କ୍ୱିକ ଗନ୍ସ ଓ ଗୁଜରାଟ ଜିଆଂଟ୍ସ ମଧ୍ୟରେ ଫାଇନାଲ


କଟକ,୧୧ ଜାନୁଆରୀ ୨୦୨୪: ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ର ୨ୟ ସେମି ଫାଇନାଲ ମ୍ୟାଚରେ ଚେନ୍ନାଇ କ୍ୱିକ ଗନ୍ସ, ତେଲୁଗୁ ୟୋଦ୍ଧାସକୁ ୩୧-୨୯ ପଏଂଟରେ ପରାଜିତ କରି ଫାଇନାଲରେ ପ୍ରବେଶ କରିଛି । ଏହି ରୋମାଂଚକର ବିଜୟ ସହିତ ଏବେ ଚେନ୍ନାଇ କ୍ୱିକ ଗନ୍ସ ଆସନ୍ତା ଜାନୁଆରୀ ୧୩ ତାରିଖରେ ଗୁଜରାଟ ଜିଆଂଟ୍ସ ସହ ଫାଇନାଲ ମ୍ୟାଚରେ ପ୍ରତିଦ୍ୱନ୍ଦିତା କରିବ । ଏହାପୂର୍ବରୁ ଆଜି ୧ମ ସେମି ଫାଇନାଲ ମ୍ୟାଚରେ ଗୁଜରାଟ ଜିଆଂଟ୍ସ, ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସକୁ ୨୯-୨୭ ପଏଂଟରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଏହି  ସେମି ଫାଇନାଲ ମ୍ୟାଚରେ ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭିକେ ପାଣ୍ଡିଆନ, ରାଜ୍ୟ କ୍ରୀଡା ସଚିବ ଶ୍ରୀ ଭିନିଲ କ୍ରିଷ୍ଣା, ଅର୍ଜୁନ ପୁରସ୍କାର ବିଜେତା ତଥା ଇଣ୍ଡିଆନ ଖୋ ଖୋ ଟିମ କ୍ୟାପ୍ଟେନ ନସରିନ ଆଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଶ୍ରୀ ଭିକେ ପାଣ୍ଡିଆନ ନିଜ ବକ୍ତବ୍ୟରେ କହିଥିଲେ,‘ଓଡିଶା ଖୋ ଖୋ ଭଳି ସ୍ୱଦେଶର କ୍ରୀଡା ସମେତ ଦେଶରେ କ୍ରୀଡାର ବିକାଶ ଓ ପ୍ରଚାରପ୍ରସାର କ୍ଷେତ୍ରରେ ଆଗଧାଡିରେ ରହିଛି । ଅଲ୍ଟିମେଟ ଖୋ ଖୋରେ ଏକ ଫ୍ରାଂଚାଇଜି ରଖିବା ବ୍ୟତୀତ ଓଡିଶା ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ସହ ମିଶି ଖୋ ଖୋ ପାଇଁ ଏକ ଉଚ୍ଚ ପ୍ରଦର୍ଶନକ୍ଷମ କେନ୍ଦ୍ର ସ୍ଥାପନ କରୁଛି ।’ ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍‌ରେ ପରିଣତ ହୋଇଛି । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ  ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେଉଛି ।

ଆଜିର ୨ୟ ସେମି ଫାଇନାଲ ମ୍ୟାଚରେ ବିଜୟୀ ଦଳ ଚେନ୍ନାଇ କ୍ୱିକ୍ ଗନ୍ସରେ ଅମିତ ପାଟିଲ, ମଦନ, ରାମଜୀ କଶ୍ୟ, ଲକ୍ଷ୍ମଣ ଗାୱାସ, ଆଦର୍ଶ ମୋହିତେ, ସଚିନ ଭର୍ଗୋ, ଜୋରା ସୁରଜ, ସୁରଜ ଲାଣ୍ଡେ, ଆଦିତ୍ୟ କୁଡାଲେ, ଦୁର୍ଭେଶ ସାଲୁଙ୍କେ, ଚନ୍ଦୁ ଚାଭରେ, ଆକାଶ କଦମ, ନରେନ୍ଦ୍ର କାଟକାଟେ, ମୁସ୍ତାଫା ବାଗୱାନ, ଅର୍ଜୁନ ସିଂ, ବିଜୟ ସିନ୍ଦେ, ଆଶିଷ ପଟେଲ, ଏମ ମୁଗିଲାନ, ଆକାଶ ବାଲିୟାନ, ସୁମନ ବର୍ମନ, ପବନ କୁମାର ଓ ଗିରି ଏସ ଆଦି ସାମିଲ ଥିଲେ । ସେହିପରି ତେଲୁଗୁ ୟୋଦ୍ଧାସ ଦଳରେ ଅରୁଣ ଗୁଙ୍କି, ଅବଧୁତ ପାଟିଲ, ପ୍ରତୀକ ୱାଇକର, ଅଧିକାର ଗାନପୁଲେ, ରାହୁଲ ମଣ୍ଡଳ, ନିଖିଲ ବାଘେ, ମିଲିନ୍ଦ ଚାଭରେକର, ଆକାଶ ତୋଗାରେ, କିରଣ ଭାସାଭେ, ଧ୍ରୁବ, ପ୍ରସାଦ ରାଡ଼ି, ରୁଦ୍ର ଥୋପାଟେ, ପ୍ରେମ ରାଣ୍ଡିଭ, ବୈଭବ ନିପ୍ପାନେ, ସୌରଭ ଆଡଭାକର, ବିଜୟଭାଇ ଭେଗଡ଼, ଅନୁକୁଳ ସରକାର, ଏମ ଫନି କୁମାର, ମହାମଦ ଉଜେର ହାରୁନ ମୋମିନ୍‌, ମାତଲୁମ, ଲିପୁନ ମୁଖୀ, ଅର୍ଜୁନ ବିଶୁକର୍ମା, ପ୍ରସାଦ ପାଟିଲ, ବୋଜଜମ ରଂଜିତ୍ ଏବଂ ରଜତ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।


Share It

Comments are closed.