ଓଡିଶାରେ ବିଜେପିର ରଣନୀତିକୁ ନେଇ ମୁହଁ ଖୋଲିଲେ ତୋମାର


ମେଣ୍ଟ ହେବ ନା ହେବନି। ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ କୁ ନେଇ ସସପେନ୍ସ ଲାଗିରହିଛି। ଗତ ଦୁଇ ସପ୍ତାହ ଧରି ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଆଜି (ଶନିବାର) ରାଜ୍ୟ ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତା​‌ରେ ବସିବାକୁ ଥିବା କୋର କମିଟି ବୈଠକରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୂଖ ଉପସ୍ଥିତ ରହିବେ । ତା ସହ ରାଜ୍ୟ ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଳ ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ମିଟିଂ ଅନୁ​‌ଷ୍ଠିତ ହେବ । ଯେଉଁଥିରେ ରାଜ୍ୟ ବିଜେପି ସଭାପତି , ବରିଷ୍ଠ ବିଧାୟକ ଏବଂ ସାଂସଦମାନେ ସାମିଲ ହେବେ । ତେବେ ଶନିବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପୂରା ରଣନୀତି ସରିଛି, ବୈଠକ ପରେ ସବୁ ଜଣାପଡ଼ିବ । ଦୃଢତାର ସହ ଆମେ ନିର୍ବାଚନ ଲଢ଼ିବୁ।


Share It

Comments are closed.