ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କଲା ବାଙ୍ଗଲୋର


ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ୫ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ବିଜୟ ପାଇଁ ୧୩୬ ରନର ପିଛା କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ସଭରରେ ୬ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା। ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା। ବାଙ୍ଗାଲୋର୍ ପକ୍ଷରୁ ଏଲିସ୍ ପେରି ସର୍ବାଧିକ ୬୬ ରନ୍ କରିଥିବାବେଳେ ଶ୍ରେୟଙ୍କା ପାଟିଲ୍ ୨ଟି ୱିକେଟ୍ ନେଇଥିଲେ। ରବିବାର ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ । ପଏଣ୍ଟ ଟେବୁଲର ଶୀର୍ଘରେ ରହି ଦିଲ୍ଲୀ କ୍ୟାପିଟାଲ୍ସ ସିଧାସଳଖ ଫାଇନାଲରେ ପ୍ରବେଶ କରିଛି। ସେହି ପଡିଆରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ଗୁଜୁରାଟ ଜାଏଣ୍ଟସକୁ ପରାସ୍ତ କରିଛି।


Share It

Comments are closed.