୧୦୬୧ଟି ସ୍ନାତକତ୍ତୋର ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି, ଆବେଦନ ପ୍ରକ୍ରିୟା ଆସନ୍ତା ୧୮ରୁ ହେବ ଆରମ୍ଭ


ରାଜ୍ୟରେ ଶିକ୍ଷା ଭିତ୍ତିଭୂମି କ୍ରମାଗତ ଭାବେ ସୁଦୃଢ ହେଉଛି। ଉନ୍ନତ ଶୈଖିକ ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୁଦାୟ ୨୩ଟି ବିଷୟରେ ୧୦୬୧ ଜଣ ନୂତନ ସ୍ନାତକତ୍ତୋର ଶିକ୍ଷକ (ପିଜିଟି) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୪୮୮ ବର୍ଗ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତାଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟ ପ୍ରବରଣ ମଣ୍ତଳୀ (ଏସଏସବି) ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପାଇଁ ଆସନ୍ତା ୧୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଶାୟୀ ପ୍ରାର୍ଥୀମାନେ ଏପ୍ରିଲ୍ ୧୮ ତାରିଖ ପୂର୍ବରୁ ଏସ୍ଏସ୍ ବି ଓ୍ବେବସାଇଟ୍ www.ssbodisha.ac.in ରେ ଆବେଦନ କରିପାରିବ।


Share It

Comments are closed.