ଜନସନ ବେବି ଓଏଲ ସହିତ ପାଳନ କରନ୍ତୁ ଶିଶୁ ମସାଜ ଦିବସ: ଆପଣଙ୍କ ଛୋଟ ପିଲାଙ୍କ ଚର୍ମକୁ ପୁଷ୍ଟିକର କରିବାର ଉପଯୁକ୍ତ ପସନ୍ଦ


ଭୁବନେଶ୍ୱର : ଶିଶୁକୁ ମସାଜ୍ କରିବାର ଅନେକ ଲାଭ ଅଛି ଏବଂ ସେଥିପାଇଁ ଏହା ଭାରତୀୟ ପରମ୍ପରାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ମସାଜ ଶରୀରରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା, ଅଙ୍ଗକୁ ଅଧିକ ନମନୀୟ କରିବା, ଶିଶୁର ଓଜନରେ ଉନ୍ନତି ଆଣିବା ଏବଂ ଶିଶୁର କୋମଳ ଚର୍ମକୁ ପୋଷଣ କରିବାରେ ସାହାଯ୍ୟ କରେ । ମସାଜ ଶିଶୁକୁ ଆରାମ ଏବଂ ଶାନ୍ତି ଯୋଗାଇଥାଏ, ଶାରୀରିକ ଏବଂ ମାନସିକ ଚାପରୁ ମୁକ୍ତି ଦେଇଥାଏ ଏବଂ ତାଙ୍କୁ ବହୁତ ଭଲ ଶୋଇବାକୁ ସକ୍ଷମ କରିଥାଏ । ୮ ଏପ୍ରିଲରେ ଶିଶୁ ମସାଜ ଦିବସ ପାଳନ କରାଯାଇଥିଲା, ଆସନ୍ତୁ ଏହି ସୁଯୋଗ ନେଇ ଉପଯୁକ୍ତ ଶିଶୁ ମସାଜର ସ୍ୱାସ୍ଥ୍ୟ ଉପକାରିତା ଏବଂ ନବଜାତ ଶିଶୁର ସାମଗ୍ରିକ ବିକାଶରେ ମସାଜର ଭୂମିକାକୁ ଆଲୋଚନା କରିବା ।

ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ (ଆଇଏପି) ନବଜାତ ଶିଶୁ, ଶିଶୁ ଏବଂ ଛୋଟ ପିଲାମାନଙ୍କର ଗୁଣାତ୍ମକ ଚର୍ମର ଯତ୍ନ ପାଇଁ ମାନକ ନିର୍ଦ୍ଦେଶାବଳୀ ଜାରି କରିଛି । ସେମାନଙ୍କ ଅନୁଯାୟୀ, ତେଲ ଶରୀରର ଉତାପ ଏବଂ ପୁଷ୍ଟିକର ଉତ୍ସ ଭାବରେ କାର୍ଯ୍ୟ କରିଥାଏ ଏବଂ ଶିଶୁମାନଙ୍କର ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ । ଯେଉଁ ଶିଶୁମାନଙ୍କୁ ତେଲ ସହିତ ମାଲିସ୍ କରାଯାଇଥିଲା, ସେମାନେ କମ୍ ଚାପଗ୍ରସ୍ତ ଥିବା ଦେଖିବାକୁ ମିଳିଥିଲା ଏବଂ ତେଲ ବିନା ମାଲିସ୍ ହୋଇଥିବା ଶିଶୁମାନଙ୍କ ତୁଳନାରେ କର୍ଟିସୋଲ୍ ସ୍ତର ମଧ୍ୟ କମ୍ ଥିଲା । ଶିଶୁ ମସାଜ ପାଇଁ ପ୍ରାକୃତିକ ଅଲିଭ୍ ତେଲ ଏବଂ ସୋରିଷ ତେଲ ବ୍ୟବହାର ନକରିବାକୁ ଆଇଏପି ମଧ୍ୟ ପରାମର୍ଶ ଦେଇଥାଏ କାରଣ ଏହା ଚର୍ମର ପ୍ରତିରକ୍ଷା ସ୍ତରକୁ ନଷ୍ଟ କରିପାରେ ।

ନୂତନ ମା’ମାନଙ୍କ ମଧ୍ୟରେ ଜନସନ ବେବି ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ ୫୯୬ ଜଣ ଉତରଦାତା ଏକମତ ହୋଇଥିଲେ ଯେ ହାଡର ବୃଦ୍ଧି, ରକ୍ତ ସଂଚାଳନ, ଭଲ ନିଦ ଏବଂ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇଁ ମସାଜ ଲାଭଦାୟକ ଅଟେ । ୮୫ ପ୍ରତିଶତ ମାଆ ନିଜ ଶିଶୁମାନଙ୍କୁ ଦିନକୁ ଅତି କମରେ ଥରେ ମାଲିସ କରିବା ସହିତ, ସେମାନଙ୍କର ଦୈନନ୍ଦିନ ଚର୍ମ ଯତ୍ନର ଏକ ଅତ୍ୟାବଶ୍ୟକ ଅଂଶ ହୋଇସାରିଛି । ୪୪ ପ୍ରତିଶତ ମା’ ନିଜ ଶିଶୁର ଦୌନିକ ମସାଜ ପାଇଁ ନଡିଆ ତେଲ ପରି ହାଲୁକା ତେଲକୁ ପସନ୍ଦ କରନ୍ତି । ୩୦ ପ୍ରତିଶତ ମାତା ଅଲିଭ୍ ତେଲ ଏବଂ ସୋରିଷ ତେଲ ପରି ଉଦ୍ଭିଦ ତେଲ ବ୍ୟବହାର କରନ୍ତି, ଯାହା ଅଧ୍ୟୟନ ଏବଂ ଅନୁସନ୍ଧାନ ଅନୁଯାୟୀ ଶିଶୁର ସୂକ୍ଷ୍ମ ଚର୍ମର ପ୍ରତିରକ୍ଷା ସ୍ତରକୁ କ୍ଷତି ପହଂଚାଇପାରେ । ୪୦% ମା’ କହିଛନ୍ତି ଯେ ସଠିକ୍ ମସାଜ୍ କୌଶଳ ବୁଝିବା ସେମାନଙ୍କ ପାଇଁ ସବୁଠାରୁ ବଡ କଷ୍ଟକର ବ୍ୟାପାର । ୭୩ ପ୍ରତିଶତ ମା’ ମାନେ ବିଶ୍ୱାସ କରନ୍ତି ଯେ ନବଜାତ ଶିଶୁମାନଙ୍କୁ ହାଲୁକା ହାତରେ ମାଲିସ୍ କରାଯିବା ଉଚିତ୍ ।

ଶିଶୁର ସୂକ୍ଷ୍ମ ଚର୍ମକୁ ପୋଷଣ କରିବା ପାଇଁ ଜନସନଙ୍କ ବେବି ତେଲ ହେଉଛି ଉପଯୁକ୍ତ ସାଥୀ । କେବଳ ଶିଶୁ ସୁରକ୍ଷିତ ଉପାଦାନରେ ନିର୍ମିତ, ଜନସନ ବେବି ଓଏଲ ଶୁଦ୍ଧ ଭିଟାମିନ୍ ଇ ସହିତ ସମୃଦ୍ଧ ଏବଂ ତେଣୁ ଦୈନିକ ମସାଜ୍ ଏବଂ ଶିଶୁର ସୂକ୍ଷ୍ମ ଚର୍ମର ପୁଷ୍ଟିକର ଖାଦ୍ୟ ପାଇଁ ଉପଯୁକ୍ତ । ଯେହେତୁ ଏହି ତେଲ ହାଲୁକା ଏବଂ ଅଠାଳିୟା ନୁହେଁ, ଏହା ଶିଶୁର ଚର୍ମର ପ୍ରତିରକ୍ଷା ସ୍ତରକୁ ସୁରକ୍ଷା ଦେଇଥାଏ, ପ୍ରଥମ ଦିନରୁ ଶିଶୁର ବିକାଶରେ ସାହାଯ୍ୟ କରିଥାଏ । ଏହାକୁ ତିଆରି କରିବା ପାଇଁ କେବଳ ଶୁଦ୍ଦ ଏବଂ ନିରାପଦ ଉପାଦାନଗୁଡିକ ବ୍ୟବହୃତ ହୋଇଛି, ଏଥିରେ ପାରାବେନ୍ସ, ରଙ୍ଗ ଏବଂ ଫଥାଲେଟ୍ ଭଳି କୌଣସି କ୍ଷତିକାରକ ରାସାୟନିକ ପଦାର୍ଥ ନାହିଁ ।

ସଠିକ୍ ଶିଶୁ ମସାଜ୍ କୌଶଳ ବିଷୟରେ ସଚେତନତା ସୃଷ୍ଟି କରିବାକୁ, ଜନସନଙ୍କ ବେବି ଏକ ପ୍ରଭାବଶାଳୀ ଅଭିଯାନ ଆରମ୍ଭ କରିଛନ୍ତି – ବିଭିନ୍ନ ସୋସିଆଲ ମିଡିଆ ଚ୍ୟାନେଲ ଏବଂ ଡିଜିଟାଲ ମିଡିଆ ମସାଜ କୌଶଳ ବିଷୟରେ ନୂତନ ମା’ଙ୍କ ସହ ଜଡିତ ହେବା ପାଇଁ ଫାଷ୍ଟ-ମସାଜ-କି-ତୟାରି । ଏହି ଅଭିଯାନ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ୧୦୦୦ ରୁ ଅଧିକ ପୋଷ୍ଟ ସୃଷ୍ଟି କରିବା ସହିତ ୯,୦୦୦ ରୁ ଅଧିକ ପାରସ୍ପରିକ ସଂଳାପ ଏବଂ ଫେସବୁକ ମାଧ୍ୟମରେ ବିଭିନ୍ନ ସମ୍ପ୍ରଦାୟରେ ଯୋଗଦାନ ସୃଷ୍ଟି କରିଥିଲା ।


Share It

Comments are closed.