ସହିଦଙ୍କ ପରିବାର ଏବଂ କୃଷକଙ୍କ ପାଇଁ ସହାୟତାର ହାତ ବଢାଇଲେ ଅମିତାଭ


ବଲିଉଡର ମହାନାୟକର ତଥା ଆଙ୍ଗରିମ୍ୟାନ ଅମିତାଭ ବଚ୍ଚନ ସହୀଦ ହୋଇଥିବା ଭାରତୀୟ ଯବାନଙ୍କ ବିଧବା ପତ୍ନୀ ଏବଂ କୃଷକଙ୍କ ବିକାଶ ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଅମିତା ପୂର୍ବରୁ ଏହିଭଳି ଅନେକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ ରହିଥିବା ବେଳେ ବର୍ତ୍ତମାନ ସହୀଦଙ୍କ ବିଧବା ପତ୍ନୀ ଏବଂ କୃଷକଙ୍କ ଆର୍ଥିକ ବିକାଶ ପାଇଁ ସହଯୋଗର ଘୋଷଣା କରି ନିଜର ମହତ୍ତ୍ୱପଣିଆକୁ ପୁଣି ଥରେ ଦେଖାଇଛନ୍ତି ।
ଅମିତାଭ ପୋଲିଓ ନିବାରଣ, ଟିଭି ନିରୋଧ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଭଳି କାର୍ଯ୍ୟକ୍ରମର ମୁଖ୍ୟ ଚେହେରା ରହିଛନ୍ତି । ମିଳିଥିବା ସୂତ୍ର ମୁତାବକ ଅମିତାଭ ୨ କୋଟିର ଆର୍ଥିକ ସହାୟତା ପ୍ରଦାନ କରିବାର ଘୋଷଣା କରିଛନ୍ତି । ଏହି ୨ କୋଟିର ଆର୍ଥିକ ସହାୟତା ମଧ୍ୟରୁ ୧ କୋଟି ସହିଦ ସୈନ୍ୟଙ୍କ ପରିବାର ପାଇଁ ଏବଂ ଆଉ ୧ କୋଟି କୃଷକଙ୍କ ଆର୍ଥିକ ବିକାଶରେ ସହଯୋଗ କରିବା ପାଇଁ ସହାୟକ କରିବେ ।
ଅମିତାଭଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଯେପରି ପ୍ରକୃତ ବ୍ୟକ୍ତି ପାଖରେ ପହଞ୍ଚିପାରିବ ସେଥିପାଇଁ ସେ ବ୍ୟକ୍ତିଗତ ରୂପରେ ଏକ ଟିମ ପ୍ରସ୍ତୁତ କରିଛନ୍ତି, ଯେଉଁମାନେ ଟିକ ନିକ କରି ନୀରିକ୍ଷଣ କରିବେ । ଏହା କରିବାର ତାଙ୍କର ପ୍ରକୃତ କାରଣ ହେଉଛି ଯେ, ତାଙ୍କ ଦ୍ୱାରା ପ୍ରଦତ ହୋଇଥିବା ସହୟତା ରାଶି ଦ୍ୱାରା ସଭିଏଁ ଭବିଷ୍ୟତରେ ଯେପର ଉପକୃତ ହୋଇପାରିବେ ।
ଏହି ଘୋଷଣା ସମ୍ବନ୍ଧରେ ଅମିତାଭ କହିଛନ୍ତି ଯେ, କୃଷକ ଏବଂ ସୈନ୍ୟ ହେଉଛନ୍ତି ଦେଶର ଅଭିନ୍ନ ଅଙ୍ଗ । ଏମାନଙ୍କ ପାଇଁ ଭାରତ ଗର୍ବିତ ଯେଉଁଥିପାଇଁ ତାଙ୍କୁ ଅଣଦେଖା କରାଯାଇପାରିବ ନାହିଁ । ଅମିତାଭ ଏହା ପୂର୍ବରୁ ଅନ୍ଧ୍ର-ପ୍ରଦେଶ ଏବଂ ବିଦର୍ଭର କୃଷକଙ୍କୁ ତାଙ୍କର କରଜ ଫେରସ୍ତ କରିବାରେ ସହାୟକ କରି ସାରିଛନ୍ତି ।


Share It

Comments are closed.