କରୋନାରୁ ଶୀଘ୍ର ସୁସ୍ଥ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପିଅନ୍ତୁ ଏହି ଜୁସ


ଗତ ବର୍ଷ ଠାରୁ କରୋନା ଦ୍ରୁତ ଗତିରେ ବଢୁଛି। ପ୍ରତିଦିନ, ଲକ୍ଷ ଲକ୍ଷ ସଂଖ୍ୟାରେ, ଲୋକମାନେ ଏଥିରେ ସଂକ୍ରମିତ ହେଉଛନ୍ତି । ତେଣୁ ଏଥିରୁ ବଞ୍ଚିବା ପାଇଁ ଏବଂ ଶୀଘ୍ର ପୁନରୁଦ୍ଧାର ପାଇଁ ବିଶେଷଜ୍ଞମାନେ ଇମ୍ୟୁନିଟି ବୁଷ୍ଟ ଜିନିଷ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି । ବାସ୍ତବରେ, ଇମ୍ୟୁନିଟି ଷ୍ଟ୍ରଙ୍ଗ ରହିଲେ ଏହି ଜୀବାଣୁ ବିରୁଦ୍ଧରେ ଲଢିବାର କ୍ଷମତା ବଢିଇଥାଏ । ଏଥିସହିତ କରୋନା କାରଣରୁ ଶରୀରରେ ଥିବା ଥକାପଣ ଏବଂ ଦୁର୍ବଳତା ଦୂର କରିବାରେ ସାହାଯ୍ୟ କରିଥାଏ । ତେଣୁ କରୋନା ରୋଗୀମାନେ ବିଶେଷକରି ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ୪ ଟି ଜୁସ୍ ବିଷୟରେ । ଏହାକୁ ପିଇବା ଦ୍ୱାରା କରୋନାରୁ ଶୀଘ୍ର ପୁନରୁଦ୍ଧାର ସହିତ ଏନର୍ଜି ମିଳିଥାଏ ।
୧. ପୁଦିନା-ଟମାଟୋ ଜୁସ୍: ଏହି ଦୁଇଟି ଜିନିଷ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଇରାଲ୍ ଗୁଣରେ ପରିପୂର୍ଣ୍ଣ । ଏହାର ଜୁସ୍ ପିଇଲେ ଥକ୍କା, ଦୁର୍ବଳତା ଦୂର ହୋଇ ଶରୀରକୁ ଏନର୍ଜି ମିଳିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ରକ୍ତ ମଧ୍ୟ ବଢିଥାଏ । ଏହା ବ୍ୟତୀତ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ହୋଇଥାଏ ।

ପ୍ରସ୍ତୁତି ପ୍ରଣାଳୀ: ଏଥିପାଇଁ 4 ଟି ଟମାଟୋ ଏବଂ ୧୦-୧୨ ପୁଦିନା ପତ୍ର ଧୋଇ କାଟି ଦିଅନ୍ତୁ। ତା’ପରେ ୧ ଗ୍ଲାସ୍ ପାଣି ମିଶାଇ ଏହାକୁ ଗ୍ରାଇଣ୍ଡ୍ କରିନିଅନ୍ତୁ । ଏଥିରେ ଅଳ୍ପ ଗୋଲ ମରିଚ, କଳା ଲୁଣ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ ।

୨. ବିଟ୍, ଗାଜର୍, ଅଁଳା ଏବଂ ଅଦା ଜୁସ୍: ଦୈନିକ ଖାଦ୍ୟରେ ଏହି ଇମ୍ୟୁନିଟି ବୁଷ୍ଟ ଜୁସକୁ ଅନ୍ତର୍ଭୁକ୍ତ କରିବା ଉଚିତ୍ । ବିଟ୍ ଏବଂ ଗାଜର ଶରୀରକୁ ଭିତରୁ ସଫା କରିଥାଏ । ଏହା ସହିତ ଯକୃତ ଏବଂ ଫୁସଫୁସ ମଧ୍ୟ ସୁସ୍ଥ ରଖିଥାଏ । ଭିଟାମିନ୍ ସିରେ ଭରପୂର ଅଁଳା ଏବଂ ଅଦା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

ପ୍ରସ୍ତୁତ ପ୍ରଣାଳୀ: ଏଥିପାଇଁ ୨ ଖଣ୍ଡ ଗାଜର, ୧ ବିଟ୍, ୨ ଅଁଳା ଏବଂ ୧ ଇଞ୍ଚ ଅଦା ନିଅନ୍ତୁ । ସବୁକିଛି ଧୋଇ କାଟି ଦିଅନ୍ତୁ । ତା’ପରେ ଗ୍ରାଇଣ୍ଡ କରି ଜୁସ୍ ବାହାର କରନ୍ତୁ । ପ୍ରସ୍ତୁତ ଜୁସରେ ଟିକେ କଳା ଲୁଣ ଏବଂ ଲେମ୍ବୁ ମିଶାଇ ପିଅନ୍ତୁ ।

ସପୁରୀ, ଗ୍ରୀନ୍ ଆପଲ୍, ମୌସମ୍ବୀ ଜୁସ୍: କରୋନାରୁ ବଞ୍ଚିବା ଏବଂ ଶୀଘ୍ର ପୁନରୁଦ୍ଧାରକୁ ପାଇଁ ଆପଣ ଏହି ଜୁସ୍ ପିଇପାରିବେ । ଏହି ସମସ୍ତ ଜିନିଷରେ ଭିଟାମିନ୍ ସି, କାଲସିୟମ୍, ଆଇରନ୍ ଆଦି ପୋଷକ ତତ୍ତ୍ୱ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ରହିଥାଏ । ଏହି ଜୁସକୁ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ଏହି ଇମ୍ୟୁନିଟି ବୁଷ୍ଟର ଜୁସ୍ ତିଆରି କରିବା ପାଇଁ ୨୫୦ ଗ୍ରାମ କଟା ସପୁରୀ, ୨ ଟି ମୌସମ୍ବି ଏବଂ ୧ ଗ୍ରୀନ୍ ଆପଲ୍ ମିଶାଇ ଗ୍ରାଇଣ୍ଡ କରନ୍ତୁ । ତା’ପରେ ଜୁସ୍ ବାହାର କରି ଗ୍ଲାସରେ ଭରନ୍ତୁ । ସ୍ୱାଦ ଅନୁସାରେ କିଛି କଳା ଲୁଣ ଏବଂ ପୁଦିନା ମିଶାଇ ଏହାକୁ ପିଅନ୍ତୁ ।

କିୱି, ଷ୍ଟ୍ରବେରୀ ଏବଂ କମଳା ଜୁସ୍: ଏଥିରେ ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ସହିତ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଭାଇରାଲ୍ ଗୁଣ jହିଥାଏ । ଏହାକୁ ପିଇବା ଦ୍ୱାରା ଶୀଘ୍ର ପୁନରୁଦ୍ଧାର ହେବାରେ ସହାୟକ ହୋଇଥାଏ । ଏଥି ସହିତ, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ପ୍ରସ୍ତୁତି ପ୍ରଣାଳୀ: ଏଥିପାଇଁ ୨ଟି କିୱି, ୧ କପ୍ ଷ୍ଟ୍ରବେରି, ୧ କମଳା, ୧ /୨ କପ୍ ପାଣି ଏବଂ ୧ ବଡ ଚାମଚ ମହୁ ନେଇ ଏହାକୁ ଗ୍ରାଇଣ୍ଡ କରି ଜୁସ୍ କରନ୍ତୁ | ପ୍ରସ୍ତୁତ ଜୁସକୁ ପିଅନ୍ତୁ ।


Share It

Comments are closed.