ଆତଙ୍କବାଦୀ ହୋଇ ମୁଁ ବହୁତ ଖୁସି : ପ୍ରତୀକ ବବର


ଫିଲ୍ମ ‘ବାଗି ୨’ରେ ଖଳନାୟକ ଭୂମିକାରେ ନଜର ଆସିଥିବା ଅଭିନେତା ପ୍ରତୀକ ବବର ନିର୍ଦ୍ଦେଶକ ଅନୁଭବ ଶିହ୍ନାଙ୍କର ଆଗାମୀ ଫିଲ୍ମ ‘ମୁଲକ’ରେ ଭିନ୍ନ ଏକ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସେ ଏକ କଠିନ ଭୂମିକାରେ ନଜର ଆସିବେ । ଫିଲ୍ମ ‘ମୁଲକ’ରେ ସେ ମହମ୍ମଦ ନାମକ ଏକ ଯୁବକଙ୍କ ଭୂମିକାରେ ନଜର ଆସିବେ । ଯିଏକି ରାସ୍ତାରେ ପଥଭ୍ରଷ୍ଟ ହୋଇ ଏକ ଆତଙ୍କବାଦୀ ସଂଙ୍ଗଠନରେ ଯାଇକି ମିଶିଯାଉଛି ।
ଏହି ଫିଲ୍ମ ସଂପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ପ୍ରତୀକ କହିଛନ୍ତି ଯେ, ଏହି ଫିଲ୍ମରେ ଆତଙ୍କବାଦୀ ଭୂମିକାରରେ ଅଭିନୟ କରିବା ପାଇଁ ମୋତେ ବହୁତ କଷ୍ଟ କରିବାକୁ ପଡିଥିଲା । ଅଭିନୟରେ ଅନେକ ଜିନିଷ ମୋତେ ଭିନ୍ନ ଭିନ୍ନ ଉପାୟରେ ଶିଖିବାକୁ ପଡିଥିଲା । ମୁଁ ଏଭଳି ଏକ ଯୁବକର ଭୂମିକାରେ ଅଭିନୟ କରୁଛି ଯିଏକି ଭୁଲରେ ପଥଭ୍ରଷ୍ଟ ହୋଇଯାଇଛି । ଏହି ଯୁବକ ଜଣେ କିଛି କରିବା ପାଇଁ ମନରେ ଅନେକ କିଛି ଭାବୁଥାଏ । ଏହି ବୟସରେ ସେ ଏଭଳି ଏକ ଲକ୍ଷ ହାସଲ କରିବାକୁ ଚାହିଁଥାଏ, ଯେଉଁଥିପାଇଁ ସେ କୌଣସି ବି ରାସ୍ତା ଆପଣାଇବା ପାଇଁ ପ୍ରସ୍ତୁତ ହୋଇଯାଇଥାଏ । ସେ ନିଜ ପାରିବାରିକ ପରିବେଶରେ ଖୁସି ରୁହେନାହିଁ । ଯେଉଁଥିପାଇଁ ସେ ବିଚଳିତ ହୋଇ ପଥଭ୍ରଷ୍ଟ ହୋଇ ଆତଙ୍କବାଦୀ ସଂଙ୍ଗଠନରେ ଯୋଗ ଦେଇଦେଉଛି ।

ଯେତେବେଳେ ପ୍ରତୀକଙ୍କୁ ପଚାରଗଲା ସେ ଏହି ଅଭିନୟରେ କେତେ ଖୁସି ଅଛନ୍ତି ?
ସେ ଏହାର ପ୍ରତିଉତ୍ତରରେ କହିଥିଲେ ଯେ, ଏହି ଭୂମିକାରେ ଅଭିନୟ କରି ମୁଁ ବହୁତ ଖୁସି, ଯାହାକି ମୋତେ ସ୍ୱତନ୍ତ୍ର ଏନର୍ଜି ପ୍ରଦାନ କରୁଛି । ଏଥିରୁ ମୋତେ ବହୁତ କିଛି ଶିଖିବାକୁ ମିଳୁଛି । ମୁଁ ଏଥିରୁ ଜାଣିଲି ଯେ କିପରି ଜଣେ ବ୍ୟକ୍ତି ପରିବେଶରେ ନିଜକୁ ଖାପ ଖୁଆଇ ନପାରି ଭୁଲ ରାସ୍ତାରେ ଚାଲିଯାଇଥାଏ । ସେ କହିଛନ୍ତି ‘ବାଗି ୨’ରେ ଖଳନାୟକ ଭୂମିକାରେ ମୋତେ ଏତେ କଷ୍ଟ କରିବାକୁ ପଡିନଥିଲା ଯେବେକି ଏହି ‘ମୁଲକ’ ଫିଲ୍ମରେ ମୋତେ କରିବାକୁ ପଡିଥିଲା ।
ସହିଦ ମହମ୍ମଦ ହେବା ପାଇଁ ମୋତେ ଅନେକ ଜିନିଷ ପଢିବାକୁ ପଡିଥିଲା । ତାର କ୍ୟାରେକ୍ଟର ଛିଡା ହେବା ପାଇଁ ମୋତେ ବହୁତ କଷ୍ଟ ହୋଇଥିଲା । ସେ କହିଛନ୍ତି ମୋତେ ଖଳନାୟକ ଭୂମିକାରେ ଅଭିନୟ କରିବାକୁ ବହୁତ ଖୁସି ଲାଗିଥାଏ ।


Share It

Comments are closed.