କାନାଡ଼ା ରାଜରାସ୍ତାରେ ପିଏମ ମୋଦୀଙ୍କ ବିରାଟ ହୋର୍ଡିଂ, କରୋନା ଟିକା ପାଇଁ ଜଣାଇଲେ କୃତଜ୍ଞତା


କରୋନା ଭାଇରସ ବିରୋଧୀ ଲଢେଇରେ ଭାରତର ଉଦ୍ୟମକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଉଛି । ଏଭଳି ଘଡ଼ିସନ୍ଧି ମୂହୁର୍ତରେ ଅନ୍ୟ ଦେଶଗୁଡ଼ିକୁ ଭାକସିନ୍ ପ୍ରଦାନ କରି ପ୍ରକୃତ ବନ୍ଧୁତାର ପରିଚୟ ଦେଇଛି ଭାରତ। ଏହିକାରଣରୁ ଭାରତର ଏହି ସାହାଯ୍ୟ ପ୍ରତିବଦଳରେ କାନାଡାର ରାସ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡବଡ ବ୍ୟାନର ଲାଗିଛି । କାନାଡାକୁ ଭାକସିନ୍ ପ୍ରଦାନ କରିଥିବାରୁ ଧନ୍ୟବାଦ ମୋଦୀ ଲେଖା ଥିବା ବିଲବୋର୍ଡ ଲଗାଯାଇଛି ।

ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ଖବର ଅନୁସାରେ, କାନାଡାରେ ଅନେକ ବିଲବୋର୍ଡ ଲାଗିଛି । ଯେଉଁଥିରେ ଭାକସିନ୍ ପ୍ରଦାନ କାରଣରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଗ୍ରେଟର୍ ଟରାଣ୍ଟୋ ଅଞ୍ଚଳରେ ଏହି ସବୁ ବୋର୍ଡ ଲାଗିଛି । ଏହାସହ ବୋର୍ଡରେ ଭାରତ-କାନାଡାର ବନ୍ଧୁତା ବାବଦରେ ଉଲ୍ଲେଖ ରହିଛି ।


ସୂଚନାନୁସାରେ, କରୋନା ମୁକାବିଲା ପାଇଁ ଭାରତ କାନାଡାକୁ ମଧ୍ୟ ଭାକସିନ୍ ଦେଇଛି । ଗତ ସପ୍ତାହରେ ଭାରତର ଭାକସିନ୍ କାନାଡାରେ ପହଁଚିଥିଲା । ଟିକାର ୫ ଲକ୍ଷ ଡୋଜ୍ ମାର୍ଚ୍ଚ ୪ରେ କାନାଡାର ଟରାଣ୍ଟୋରେ ପହଁଚିଥିଲା । ଆଷ୍ଟ୍ରାଜେନେକା ଭାକସିନର ୫ ଲକ୍ଷ ଡୋଜ୍ ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଟେକନୋଲୋଜିରେ ତିଆରି ହୋଇଛି ।

କାନାଡାର ମନ୍ତ୍ରୀ ଅନିତା ଆନନ୍ଦ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି । ବୁଧବାର କୋଭିସିଲ୍ଡ ଭାକସିନର ୫ ଲକ୍ଷ ଡୋଜ୍ ଆସି ପହଁଚିଛି । ଏହାସହ ସେମାନେ ମଧ୍ୟ ଭବିଷ୍ୟତରେ ଭାରତରୁ ସହଯୋଗ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ।


Share It

Comments are closed.