ଆସନ୍ତାକାଲି ଓଡିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର


ଆସନ୍ତାକାଲି ଓଡିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୧୨ଟାରେ ନବୀନ ନିବାସରେ ଭେଟଘାଟର କାର୍ଯ୍ୟକ୍ରମ । ନୀତିଶ କୁମାର ନବୀନ ନିବାସରେ ଲଞ୍ଚ କରିପାରନ୍ତି । ତେବେ ନବୀନଙ୍କ ସହ କଣ ଆଲୋଚନା କରିବେ ନୀତିଶ, ଏହାକୁ ନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।କୁହାଯାଉଛି ତୃତୀୟ ସାମୁଖ୍ୟ ସମ୍ପର୍କରେ ନୀତିଶ କୁମାର, ନବୀନଙ୍କ ସହ ଆଲୋଚନା କରିପାରନ୍ତି । ପୂର୍ବରୁ ଅନେକ ଥର ନବୀନ ନିବାସ ଆସିଛନ୍ତି ନୀତିଶ କୁମାର । ସେପଟେ ନବୀନ- ନୀତିଶଙ୍କ ଭେଟଘାଟ ନେଇ ବିଜେପିର କଟାକ୍ଷ । କହିଲା ରାଜ୍ୟ ଶାସନର ନିୟନ୍ତ୍ରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ । ନବୀନଙ୍କ ପାଖରେ ନିଷ୍ପତି ନେବାର ଅଧିକାର ବି ନାହିଁ ।


Share It

Comments are closed.