ଆଜିଠୁ ଏହି ସବୁ ରାଶିର ଖୋଲିବ ଭାଗ୍ୟ


ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ସମସ୍ତ ଗ୍ରହମାନଙ୍କ ମଧ୍ୟରେ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ୨୭ ଏପ୍ରିଲରେ ବୃହସ୍ପତି ମେଶ ରାଶିରେ ପ୍ରବେଶ କରିଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଶୁଭ କାର୍ଯ୍ୟକୁ ଆଗେଇ ଥାଏ। ବୃହସ୍ପତି ମଧ୍ୟ ଗ୍ରହମାନଙ୍କ ମଧ୍ୟରେ ଶୁଭ ବୋଲି ବିବେଚନା କରାଯାଏ । ୨୭ ଏପ୍ରିଲରେ ବୃହସ୍ପତି ମେଶ ରାଶିରେ ଚଳନ କରିବା ହେତୁ ମହାଧନ ରାଜଯୋଗ (Mahadhan Raja Yoga) ସୃଷ୍ଟି ହୋଇଛି । ଏହି କାରଣରୁ ୩ ରାଶିରେ ମହାଧନ ରାଜଯୋଗ ସଂଯୋଗ ସୃଷ୍ଟି ହୋଇଛି। ଫଳରେ ଏହି ତିନି ରାଶିର (zodiac signs) ଲୋକଙ୍କୁ ଧନ(rich ), ଐଶ୍ବର୍ଯ୍ୟ ଓ ସୌଭାଗ୍ୟ ପ୍ରାପ୍ତ ହେବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ । …

ଏହି ତିନି ରାଶିର ଲୋକେ ହେବେ ମାଲାମାଲ୍:

ମେଷ: ଜ୍ୟୋତିଷ ଶାସ୍ତ୍ରରେ ଏହି ରାଶିରେ ବୃହସ୍ପତି ପ୍ରବେଶ କରିବା ହେତୁ , ଏହି ରାଶିର ବ୍ୟକ୍ତି ଶୁଭଫଳ ପ୍ରାପ୍ତ କରିବେ। ଏହି ରାଶିର ଲୋକଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ । କ୍ୟାରିୟରରେ ଆଶାତିତ ସଫଳତା ପାଇବେ । ଏବଂ ଦିର୍ଘ ଦିନ ଧରି ଅଟକି ଥିବା କାର୍ଯ୍ୟ ମଧ୍ୟ ସମ୍ପୁର୍ଣ୍ଣ ହେବା । ଏବଂ ଚାକିରିରେ ପଦୋନ୍ନତିର ସୁଯୋଗ ମଧ୍ୟ ରହିଛି । ସେହିପରି ନୂଆ ଚାକିରିର ମଧ୍ୟ ଯୋଗ ରହିଛି । ଏହି ସମୟରେ ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରି ପାରିବେ। ଯାହା ଦ୍ବାରା ଆପଣ ବେଶ ଅଧିକ ଲାଭ ମଧ୍ୟ ପାଇପାରିବେ । ଏହି ରାଶିରେ ବୃହସ୍ପତିଙ୍କ ସ୍ଥିତି ଦୃଢ ଥିବାରୁ ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ । ହଠାତ୍ କେଉଁ ଆଡୁ ଧନଯୋଗର ମଧ୍ୟ ସୁଯୋଗ ରହିଛି।
କର୍କଟ: ମହାଧନ ରାଜଯୋଗ (Mahadhan Raja Yoga) କାରଣରୁ କର୍କଟ ରାଶିର ଭାଗ୍ୟ ମଧ୍ୟ ଚମକିବ । ତେବେ, ଏଠାରେ ଆମେ କହି ରଖୁଛୁ ଯେ, ବୃହସ୍ପତି କର୍କଟ ରାଶିର ନବମ ଘରେ ରହିଛି। ଏପରି ପରିସ୍ଥିତିରେ, ଆପଣ ଏହି ସମୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । କ୍ୟାରିୟରରେ ଆଶାତିତ ସଫଳାତ ପାଇବେ। କାର୍ଯ୍ୟାଳୟରେ ନୂଆ ଦାୟିତ୍ବ ଆପଣଙ୍କୁ ମିଳିପାରେ। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଏହି ସମୟରେ ଖୁବ୍ ଭଲ ଅଟେ । ବ୍ୟବସାୟୀମାନେ ଏହି ସମୟରେ ଏକ ବଡ ଡିଲ୍ ଫାଇନାଲ କରି ପାରିବେ। ଶନିଙ୍କ ସାଢେସତୀ ଆପଣଙ୍କ ଉପରେ ଥିବାରୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଏଥିପାଇଁ ଆପଣ ପ୍ରତ୍ୟକ ଶନିବାର ଶନିଦେବଙ୍କୁ ପୂଜା କରିବା ସହ ଶନି ମନ୍ତ୍ର ଜପ କରନ୍ତୁ । ଯାହା ଦ୍ବାରା ଶନିଙ୍କ ସାଢେସତୀରୁ ଆପଣ ରକ୍ଷା ପାଇ ପାରିବେ।

ଧନୁ : ମହାଧନ ରାଜଯୋଗ କାରଣରୁ (Mahadhan Raja Yoga) ଏହି ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି । ତେବେ, ଏହି ରାଶିରେ ବୃହସ୍ପତି ପଞ୍ଚମ ଘରେ ଗମନାଗମନ କରିବାକୁ ଯାଉଛନ୍ତି । ଏହି ସମୟରେ ଆପଣଙ୍କ ସନ୍ତାନମାନଙ୍କର କୌଣସି ନୂଆ ଚାକିରି ହେବାର ସମ୍ଭାବନା ରହିଛି । କ୍ୟାରିୟରରେ ପିଲାମାନଙ୍କର ଅଗ୍ରଗତି ହୋଇପାରେ । ଏହି ସମୟ ମଧ୍ୟରେ ପ୍ରେମ ଜୀବନ ଭଲ ହେବ। ଚାକିରୀ କରୁଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଏକ ନୂତନ ଦାୟିତ୍ବ ପାଇପାରିବେ । ବୃହସ୍ପତି ଧନୁ ରାଶିର ଚତୁର୍ଥ ଘରର ପ୍ରଭୁ ବୋଲି କୁହାଯାଏ। ସେଥିପାଇଁ ଆପଣ ଏହି ସମୟରେ ସମ୍ପତ୍ତି ଏବଂ ନୂଆ ଯାନ କିଣି ପାରିବେ।

 


Share It

Comments are closed.