ଆଜି ‘ବିଶ୍ୱ କିଡ଼ନୀ ଦିବସ’ ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର


ଆଜି ‘ବିଶ୍ୱ କିଡ଼ନୀ ଦିବସ’ । ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାର କିଡ଼ନୀ ରୋଗ ପରି ମାରାତ୍ମକ ରୋଗର ଭୟାବହତାରୁ ବିଶ୍ବକୁ ରକ୍ଷା କରିବା ଓ ଧନୀ-ଗରିବ ନିର୍ବିଶେଷରେ ସମସ୍ତେ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ନେଇ ବ୍ୟବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ପାଳନ କରାଯାଏ । ସଚେତନତା, ରୋଗ ଚିହ୍ନଟ, ଚିକିତ୍ସା ଓ ଯତ୍ନ ଏହି ୪ଟି କିଡ଼ନୀ ରୋଗରୁ ମୁକ୍ତିର ମୁଖ୍ୟ ସୂତ୍ର ଅଟେ । ତେବେ ଚଳିତ ବର୍ଷ ‘ବିଶ୍ୱ କିଡ଼ନୀ ଦିବସ’ର ଥିମ୍ ରହିଛି, ‘ kidney Health for all- Advancing Equitable Access to care And Optimal Medication Practice’ । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ ।

ଡ଼ାକ୍ତରଙ୍କ ମତ ଅନୁଯାୟୀ, ଏହାର ପ୍ରମୁଖ କାରଣ ହେଲା ମଧୁମେହ ଓ ଉଚ୍ଚ ରକ୍ତଚାପ । କିଡ଼ନୀ ରୋଗରେ ସାଧାରଣତଃ ପ୍ରାଥମିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖାଦେଇନଥାଏ କିନ୍ତୁ ଏନେଇ ଜଣାପଡ଼ିବା ବେଳକୁ କିଡ଼ନୀ ଅନେକ ପରିମାଣରେ ନଷ୍ଟ ହୋଇଯାଇଥାଏ । ତେଣୁ ଯେଉଁମାନେ ମୁଖ୍ୟତଃ ମଧୁମେୟ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତି ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ୍, ଯଥା- ରକ୍ତ ୟୁରିଆ, ସେରମ୍ କ୍ରିଏଟିନିନ୍, ମୂତ୍ରରେ ପ୍ରୋଟିନ୍ ପରୀକ୍ଷା, କିଡ଼ନୀର ସ୍ଥିତି ଜାଣିବା ପାଇଁ ଅଲଟ୍ରାସାଉଣ୍ତ ଆଦି କରିବା ନିହାତି ଜରୁରୀ ।

ଲକ୍ଷଣ- ଦୁଇଟିଯାକ ଗୋଡ଼ ଫୁଲିବା, ରକ୍ତଚାପ ବଢିଯିବା, ପରିସ୍ରାରେ ଫେଣ ଆସିବା, ଧଇଁସଇଁ ଲାଗିବା, ବାନ୍ତି ଲାଗିବା ବା ହେବା, ଭୋକ ଓ ଓଜନ କମିବା, ହେମୋଗ୍ଲାବିନ୍ କମିବା, ଦେହହାତ ବିନ୍ଧା ହେବା ସହ କୁଣ୍ତାଇ ହେବା । ଏସବୁ ଲକ୍ଷଣ ଦେଖାଗଲେ ଆଦୌ ଅବହେଳା ନ କରି ତୁରନ୍ତ କିଡ଼ନୀ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

କ’ଣ ନ ଖାଇବା ଉଚିତ୍?

ଏହି ରୋଗୀମାନେ ଅତ୍ୟଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଯେପରିକି, ପ୍ରକ୍ରିୟାକୃତ ମାଂସ, ରେଡ଼ ମିଟ୍, ମାଛ, ଅଣ୍ତା ବା ଦୁଗ୍ଧ ଜାତୀୟ ଓ ଡ଼ାଲି ଜାତୀୟ ଖାଦ୍ୟ ନ ଖାଇବା ଭଲ । ସେହିପରି ଅଧିକ ପୋଟାସିୟମ୍ ଥିବା ଖାଦ୍ୟ, ଯଥା- ସଜନା ଛୁଇଁ, ପାଚିଲା କଦଳୀ, ଲେମ୍ବୁ, ଖଟା ବା ଆଚାର, ଟମୋଟେ, ବନ୍ଧାକୋବି, ଫଳ, ଶାଗ ଆଦିରୁ ଦୂରେଇ ରୁହନ୍ତୁ । ଏହାସହ ଅତ୍ୟଧିକ ତୈଳଜାତୀୟ ଖାଦ୍ୟ, ଆଲକୋହଲ, ମୃଦ୍ୟପାନୀୟ, ଧୂମପାନ ଠାରୁ ମଧ୍ଯ ଦୂରେଇ ରୁହନ୍ତୁ ।

କ’ଣ କରିବା ଉଚିତ୍- ପ୍ରତିଦିନ ଯୋଗ, ପ୍ରାଣାୟାମ, ଧ୍ୟାନ କରିବା ସହ ସନ୍ତୁଳିତ ଜୀବନଶୈଳୀ ଧାରଣ କରିନ୍ତୁ ।


Share It

Comments are closed.