ଗୋଟିଏ ଦିନରେ ସ୍ୱିଗିରୁ ୨୦୭ ପିଜା ଅର୍ଡର କରି ଜାତୀୟ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର


ଭୁବନେଶ୍ୱର: ଭାରତର ଅଗ୍ରଣୀ ଅନ୍‌-ଡିମାଣ୍ଡ ସୁବିଧା ପ୍ଲାଟଫର୍ମ ସ୍ୱିଗି ଏହାର ବାର୍ଷିକ ରିପୋର୍ଟ ‘ହାଓ ଇଣ୍ଡିଆ ସ୍ୱିଗିଡ୍ ୨୦୨୩’ରେ ଭୁବନେଶ୍ୱରର ରୋଷେଇ ଧାରାକୁ ଉନ୍ମୋଚନ କରିଛି । ନିଜର ସମୃଦ୍ଧ ରୋଷେଇ ଐତିହ୍ୟ ପାଇଁ ଜଣାଶୁଣା ଭୁବନେଶ୍ୱରବାସୀ ଉତର ଭାରତୀୟ ଖାଦ୍ୟ ପ୍ରତି ଭଲ ପାଇବା ପ୍ରଦର୍ଶନ କରିଥିଲେ ଏବଂ ଏହା ପରେ କଂଟିନେଂଟାଲ୍ ଏବଂ ପିଜ୍ଜା ମଧ୍ୟ ରହିଥିବା ରିପୋର୍ଟରେ ଜଣାପଡ଼ିଛି । ବାସ୍ତବରେ ସହରର ଜଣେ ଉପଭୋକ୍ତା ସ୍ୱିଗିରେ ୨୦୭ ପିଜା ବରାଦ ଦେଇ ଗୋଟିଏ ଦିନରେ ସର୍ବାଧିକ ପିଜା ଅର୍ଡରର ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । ବର୍ଗର କିଙ୍ଗ୍‌, ବିରିୟାନି ବକ୍ସ, ଜୁଗାଡ ଜନ୍‌, ପିଜା ହଟ୍ ଏବଂ କେଏଫସି ଭୁବନେଶ୍ୱରର ଶ୍ରେଷ୍ଠ ପାଂଚଟି ରେସ୍ତୋରାଁ ଭାବେ ଉଭା ହୋଇ ସହରର ଖାଦ୍ୟପ୍ରେମୀଙ୍କ ମଧ୍ୟରେ ନିଜର ଲୋକପ୍ରିୟତା ପ୍ରଦର୍ଶନ କରିଛନ୍ତି ।

୨୦୨୩ରେ ସ୍ୱିଗିରେ ଭୁବନେଶ୍ୱରରରେ ଶ୍ରେଷ୍ଠ ୫ଟି ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ମଧ୍ୟରେ ଚିକେନ ବିରିୟାନି, ଭେଜ ବିରିୟାନ, ମସଲା ଦୋସା , ପନିର ବଟର ମସଲା ଏବଂ ଅଣ୍ଡା ଚିକେନ୍ ରୋଲ୍ ରହିଛି । ଆଶ୍ଚର୍ଯ୍ୟର କଥା ହେଉଛି, ରାତ୍ରୀ ଭୋଜନ ଅଧିକାଂଶ ଅର୍ଡର ପାଇଁ ପ୍ରାଇମ୍ ଟାଇମ୍ ଭାବେ ଦେଖିବାକୁ ମିଳିଛି । ଭାରତୀୟ ବ୍ୟଞ୍ଜନ ସ୍ଥାନୀୟ ପସନ୍ଦର ହୋଇଥିବା ବେଳେ ଶ୍ରେଷ୍ଠ ୫ଟି ଜଳଖିଆରେ ଚିକେନ୍ ପପ୍‌କର୍ଣ୍ଣ, ଚିକେନ୍ ୱିଙ୍ଗ୍ସ, ସମୋସା, ଇଡଲି-ଦୋସା ଏବଂ ପାପ୍‌ଡି ଚାଟ୍ ରହିଛି । ଚୋକୋ ଲାଭା କପ୍‌, ଚକୋଲେଟ୍ ମାଉସ୍ କପ୍‌, ଚକୋଲେଟ୍ ବ୍ରାଉନି ସୁଣ୍ଡେ, ୱାଲନଟ୍ ବ୍ରାଉନି ସହରର ଶ୍ରେଷ୍ଠ ମିଠା ପାଲଟିଥିଲେ । ଗୋଟିଏ ବରାଦ ୧୨,୧୧୯ ଟଙ୍କାର ଥିଲା, ଯାହା ଜଣେ ଉପଭୋକ୍ତାଙ୍କ ଦ୍ୱାରା ଦିଆଯାଇଥିବା ସର୍ବାଧିକ ବିଲ୍ ଅଟେ ।

ସ୍ୱିଗିର ଜାତୀୟ ବ୍ୟବସାୟ ମୁଖ୍ୟ ତଥା ଭିପି ସିଦ୍ଧାର୍ଥ ଭାକୁ କହିଛନ୍ତି ଯେ, “ଚଳିତ ବର୍ଷ ଭୁବନେଶ୍ୱର ସ୍ୱାଦିଷ୍ଟ ବିରିୟାନୀ ଉପରେ ନଜର ରଖିଥିବା ବେଳେ ସ୍ୱିଗି ସହରର ଖାଦ୍ୟ ପ୍ରେମୀଙ୍କ ପାଇଁ ଏକ ଅଗ୍ରଣୀ ସୁବିଧା ପ୍ଲାଟଫର୍ମ ଭାବେ ଗର୍ବିତ ଯାହା ଅସାଧାରଣ ରୋଷେଇ ଅନୁଭୂତି ପ୍ରଦାନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ସୁବିଧା ଓ ଆନନ୍ଦ ଉପରେ ଗୁରୁତ୍ୱ ଦେଇ ଆମେ ଭୁବନେଶ୍ୱରର ଜୀବନ୍ତ ରୋଷେଇ କ୍ଷେତ୍ର ଏବଂ ଦ୍ରୁତ ବାଣିଜ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଉତ୍ସର୍ଗୀକୃତ ।’’


Share It

Comments are closed.