ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ନେଇ ଟିପିଡବ୍ଲୁଓଡିଏଲ୍ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ, ଜଣେ ଗିରଫ


ବୁର୍ଲା: ପଶ୍ଚିମ ଓଡ଼ିଶାର ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲର ଜଣେ କାର୍ଯ୍ୟରତ କର୍ମଚାରୀଙ୍କୁ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ଘଟଣାରେ ମରଣାତ୍ମକ ଆକ୍ରମଣ କରାଯାଇଅଛି । ଘଟଣା ନେଇ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଥାନାରେ ମାମଲା ରୁଜୁ ହେବା ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଅଛି ।
ଏହି ମରଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ସେକ୍ସନରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଡ କମର୍ସିଆଲ୍ ଅଫିସର୍ ଶ୍ରୀ ସମୀର କୁମାର ସାହୁ । ଗତ ତା- 19.12.2023 ରିଖ ଦିନ ଅପରାହ୍ନ ପ୍ରାୟ 1.15 ସମୟରେ ଶ୍ରୀ ସାହୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ବ୍ଲକ ଅନ୍ତର୍ଗତ ବେହେରାପଡ଼ା ୱାର୍ଡ- 10 ବାସିନ୍ଦା ଶ୍ରୀ ତୁଳାରାମ ବେହେରା (ଉପଭୋକ୍ତା ସଂଖ୍ୟା\କଞ୍ଜୁମର ନଂ- 912211100625) ଙ୍କ ଉପରେ ମୋଟ୍ 1 ଲକ୍ଷ 44 ହଜାର 9 ଶହ 25 ଟଙ୍କା ବକାୟା ବିଦ୍ୟୁତ୍ ବିଲ ବାକି ଥିବାରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଶ୍ରୀ ତୁଳାରାମ ବେହେରାଙ୍କ ଦୁଇ ପୁଅ ରାଜେନ୍ଦ୍ର ହେବେରା ଏବଂ ଗାଲୁ ବେହେରା ଟିପିଡବ୍ଲୁଓଡିଏଲର ଆସିଷ୍ଟାଣ୍ଡ କମର୍ସିଆଲ୍ ଅଫିସର୍ ଶ୍ରୀ ସମୀର କୁମାର ସାହୁଙ୍କୁ ମରଣାତ୍କମ ଆକ୍ରମଣ କରିଥିଲେ । ଏପରି କି ପରବର୍ତ୍ତି ସମୟରେ ଶ୍ରୀ ସାହୁଙ୍କୁ ଜୀବନରୁ ମାରି ଦେବାକୁ ଦୁଇ ଅଭିଯୁକ୍ତ ଧମକ ଦେଇଛନ୍ତି । ଏହି ଘଟଣାରେ ଶ୍ରୀ ସାହୁଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଅଛି ।
ଏହି ଘଟଣା ନେଇ ଉକ୍ତ ତା-19.12.2023 ରିଖ ଦିନ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଥାନାରେ ଶ୍ରୀ ସାହୁ ଏତଲା ଦେଇଥିଲେ । ଶ୍ରୀ ସାହୁଙ୍କ ଏତଲା ଆଧାରରେ କଣ୍ଟାବାଞ୍ଝି ଥାନା ପୋଲିସ୍ ଆଇପିସି ଧାରା 341\ 294\ 323\ 506\ 34 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଗତ ତା- 30.12.2024 ରିଖ ଦିନ ଅଭିଯୁକ୍ତ ଗାଲୁ ବେହେରାକୁ ପୋଲିସ ଗିରଫ କରିଥିବା ଖବର ଆମର ହସ୍ତଗତ ହୋଇଅଛି ।



ଏତଦ୍ ଦ୍ୱାରା ଟିପିଡ୍ଲୁଓଡିଏଲ୍ ତରଫରୁ ସମସ୍ତ ଗ୍ରାହକଙ୍କୁ ଅନୁରୋଧ କରାଯାଉଅଛି ଯେ, ବକେୟା ବିଦ୍ୟୁତ୍ ବିଲ୍ ନିୟମିତ ଭାବରେ ପୈଠ କରନ୍ତୁ । ଯେକୌଣସି ପରିସ୍ଥିତିରେ ଆଇନକୁ ହାତ ମୁଠାକୁ ନିଅନ୍ତୁ ନାହିଁ ଏବଂ ବିଦ୍ୟୁତ୍ ସେବା ପ୍ରଦାନକାରୀ କର୍ମଚାରୀଙ୍କୁ ସହଯୋଗ କରନ୍ତୁ ।


Share It

Comments are closed.