ସ୍ମାର୍ଟ ଏବଂ ବୁଦ୍ଧିମାନ ଶିଶୁ ପାଇଁ ଗର୍ଭାବସ୍ଥାରେ ଖାଆନ୍ତୁ ଏହି ସମସ୍ତ ଖାଦ୍ୟ . . . . . .


ସମସ୍ତେ ସ୍ମାର୍ଟ ଏବଂ ବୁଦ୍ଧିମାନ ଶିଶୁ ଚାହିଁଥାନ୍ତି । ସ୍ମାର୍ଟ ଶିଶୁ ପାଇଁ ଗର୍ଭାବସ୍ଥାରୁ ହିଁ ମା ମାନଙ୍କୁ ସଠିକ ଖାଦ୍ୟପେୟରେ ଧ୍ୟାନ ଦେବା ଉଚିତ । ଆପଣ ଖାଉଥିବା ସମସ୍ତ ପ୍ରକାରର ଖାଦ୍ୟର ବିଭିନ୍ନ ପ୍ରକାରର ଗୁଣବତ୍ତା ରହିଛି ଯାହା ଗର୍ଭାବସ୍ଥାରେ ହିଁ ଶିଶୁଙ୍କ ଉପରେ ପ୍ରଭାବ ପକାଇଥାଏ ।
ଆସନ୍ତୁ ଜାଣିବା ବିଭିନ୍ନ ଖଦ୍ୟପେୟ ସମ୍ପର୍କରେ ଯାହା ଖାଇବା ଦ୍ୱାରା ଗର୍ଭାବସ୍ଥାରୁ ହିଁ ଶିଶୁର ମସ୍ତିଷ୍କରେ ପ୍ରଭାବ ପଡିଥାଏ ଏବଂ ଶିଶୁ ସ୍ମାର୍ଟ ଏବଂ ବୁଦ୍ଧିମାନ ହୋଇଥାଏ ।
୧. ମାଛ – ମାଛରେ ଥିବା ଓମେଗା -୩ ଫ୍ୟାଟି ଏସିଡ ବ୍ରେନର ବିକାଶ ପାଇଁ ଖୁବ ଭଲ । ଗର୍ଭାବସ୍ଥାରେ ସପ୍ତାହକୁ ଦୁଇଥର ମାଛ ଖାଇବା ଉଚିତ । କିନ୍ତୁ ମାଛରେ ଆଲର୍ଜି ଥିବା କିମ୍ବା ସାମୁଦ୍ରିକ ମାଛର ସେବନ କମ କରିବା ଉଚିତ ।
୨. ସବୁଜ ପନିପରିବା – ସବୁଜ ପନିପରିବା ଶରୀର ପାଇଁ ଖୁବ ହିତକାରୀ ଏବଂ ବ୍ରେନର ବିକାଶ ପାଇଁ ଖୁବ ଉପଯୋଗୀ । ପାଳଙ୍ଗ ଏବଂ ବିଭିନ୍ନ ଶାଗରେ ଫଲିକ ଏସିଡ ଭରପୁର ମାତ୍ରାରେ ଥାଏ । ତେଣୁ ଏହା ଶିଶୁର ମସ୍ତିଷ୍କର ପ୍ରସ୍ତୁତିରେ ସାହାଯ୍ୟ କରିଥାଏ ।
୩. ବ୍ଲୁ ବେରି – ବ୍ଲୁ ବେରିରେ ଆଂଟି-ଅକ୍ସିଡାଂଟର ମାତ୍ରା ଅଧିକ ଥାଏ ତେଣୁ ଗର୍ଭାବସ୍ଥାରେ ବ୍ଲୁ ବେରି ନିଶ୍ଚିନ୍ତ ଭାବେ ଖାଆନ୍ତୁ । ଆପଣ ବ୍ଲୁ ବେରି ପରିବର୍ତ୍ତେ ଟମାଟର,ଷ୍ଟ୍ରବେରି ଇତ୍ୟାଦି ସେବନ କରିପାରିବେ ।
୪. ଅଣ୍ଡା – ଅଣ୍ଡା ଓମେଗା-୩, ଆମିନୋ ଏସିଡ ଏବଂ ବିଭିନ୍ନ ପୋଷକ ତତ୍ତ୍ୱର ଉତ୍ତମ ସ୍ରୋତ ଅଟେ । ଏହା ବ୍ରେନର ବିକାଶରେ ସାହାଯ୍ୟ କରିବା ସହିତ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୫. ଆଲମଣ୍ଡ – ଆଲମଣ୍ଡରେ ଓମେଗା-୩ ଫ୍ୟାଟି ଏସିଡ, ମ୍ୟାଗ୍ନେସିୟମ, ଭିଟାମିନ-ଇ ଭରପୁର ମାତ୍ରାରେ ରହିଛି । ପ୍ରତ୍ୟେକ ଗର୍ଭବତୀମାନେ ସକାଳେ ୪ରୁ ୫ଟି ଆଲମଣ୍ଡ ଖାଇପାରିବେ । ଏହା ସହିତ ଆପଣ ୱାଲନଟ, ବାଦାମ ଏବଂ କାଜୁର ସେବନ କରିପାରିବେ ।
୬. ଦହି – ଦହି କ୍ୟାଲସିୟମ ଏବଂ ପ୍ରୋଟିନର ଉତ୍ତମ ସ୍ରୋତ ଅଟେ । ଏହା ବ୍ରେନର ବିକାଶ ସହିତ ନର୍ଭ କୋଷକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
୭. ଚିଜ – ଚିଜ ଭିଟାମିନ -ଡିର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ଗର୍ଭାବସ୍ଥାରେ ଶିଶୁର ଆଇକ୍ୟୁ ସ୍ତରକୁ ବୃଦ୍ଧି କରିଥାଏ ।
୮. କଖାରୁ ମଞ୍ଜି – କକ୍ଷାରୁ ମଞ୍ଜି ଜିଙ୍କର ଉତ୍ତମ ସ୍ରୋତ । ଜିଙ୍କ ଶିଶୁର ବ୍ରେନର ବିକାଶରେ ସହାୟକ ହୋଇଥାଏ । ଏଥିରେ ଆପଣ ସୂର୍ଯ୍ୟମୁଖିର ମଞ୍ଜି ଏବଂ ସବଜା ସିଡ ମଧ୍ୟ ମିଶାଇପାରିବେ ।
୯. ଦୁଗ୍ଧ – ଗର୍ଭବାସ୍ଥାରେ ଶିଶୁକୁ ବୁଦ୍ଧିମାନ ଏବଂ ଶକ୍ତିଶାଳୀ କରିବା ପାଇଁ ଦୁଗ୍ଧର ମୁଖ୍ୟ ଭୂମିକା ରହିଛି । ଦୁଗ୍ଧ କ୍ୟାଲସିୟମ ଏବଂ ଆଇରନର ଉତ୍ତମ ସ୍ରୋତ । ଏହା ଶାରିରୀକ ଶକ୍ତି ପ୍ରଦାନ କରିବା ସହିତ ବ୍ରେନର ବିକାଶରେ ସାହାଯ୍ୟ କରିଥାଏ ।


Share It

Comments are closed.