ସୂର୍ଯ୍ୟଦୋଷ ଦୂର କରିବା ପାଇଁ ପିନ୍ଧନ୍ତୁ ତମ୍ବାମୁଦି


ଲୋକମାନେ ଗ୍ରହ ଶାନ୍ତି ପାଇଁ କିମ୍ବା ଗ୍ରହଦୋଷ ଦୂର କରିବା ପାଇଁ ବିଭିନ୍ନ ଧାତୁର ମୁଦି ହାତରେ ପିନ୍ଧିଥାନ୍ତି । ଅଲଗା ଅଲଗା ଗ୍ରହ ପାଇଁ ଅଲଗା ଅଲଗା ଧାତୁ ରହିଛି । କିନ୍ତୁ ସମସ୍ତ ଗ୍ରହଙ୍କ ରାଜା ହେଉଛନ୍ତି ସୂର୍ଯ୍ୟ ଦେବତା । ସେହିପରି ଜ୍ୟୋତିଷଶାସ୍ତ୍ରରେ ତମ୍ବାକୁ ସୂର୍ଯ୍ୟଙ୍କର ଧାତୁ ବୋଲି କୁହାଯାଇଛି । ସୂର୍ଯ୍ୟଙ୍କ ସମ୍ବନ୍ଧିତ ବିଭିନ୍ନ ରୋଗ ଓ ସମସ୍ୟା ଦୂର କରିବା ପାଇଁ ଲୋକମାନେ ତମ୍ବାମୁଦି ପିନ୍ଧିଥାନ୍ତି । ଏହା ଦ୍ୱାରା କ’ଣ ଲାଭ ମିଳିଥାଏ ଆସନ୍ତୁ ଜାଣିନେବା ।
୧. ତମ୍ବା ମୁଦିକୁ ରିଙ୍ଗ ପିଙ୍ଗରେ ଅର୍ଥାତ ଅନାମିକା ଆଙ୍ଗୁଳୀରେ ପିନ୍ଧନ୍ତୁ । ଏହା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟଦୋଷ ଥିଲେ ମଧ୍ୟ ଏହା ଦୂର କରିବାରେ ସହାୟକ ହେବା ।
୨. ତମ୍ବା ମୁଦି ପିନ୍ଧିବା ଦ୍ୱାରା ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ ।
୩. ତମ୍ବା ମୁଦି ହାତରେ ପିନ୍ଧିବା ଦ୍ୱାରା ଏହାର ଔଷଧୀୟ ଗୁଣ ଆମ ଶରୀରକୁ ଯାଇଥାଏ । ଏହା ରକ୍ତ ପରିଷ୍କାର କରିବାରେ ମଧ୍ୟ ସହାୟକ ହୋଇଥାଏ ।
୪. ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା ଏବଂ ତମ୍ବା ମୁଦି ପିନ୍ଧିବା ଦ୍ୱାରା ଆମକୁ ଅନେକ ଫାଇଦା ମିଳିଥାଏ ।
୫. ତମ୍ବା ମୁଦି ପିନ୍ଧିବା ଦ୍ୱାରା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସହ ତ୍ୱଚାର ଚମକ ମଧ୍ୟ ବୃଦ୍ଧି ପାଇଥାଏ ।
୬. ସୂର୍ଯ୍ୟଙ୍କୁ ଯଶ ଓ ସମ୍ମାନର ପ୍ରତୀକ ବୋଲି କୁହାଯାଏ । ଏଣୁ ତମ୍ବା ମୁଦି ପିନ୍ଧିବା ଦ୍ୱାରା ବ୍ୟକ୍ତିକୁ ସମାଜରେ ପଦ ପ୍ରତିଷ୍ଠା ଓ ସମ୍ମାନ ମିଳିଥାଏ ।
୭. ଏହା ପିନ୍ଧିବା ଦ୍ୱାରା ହୃଦରୋଗ ସମସ୍ୟା ହ୍ରାସ ପାଇଥାଏ ।
୮. ତମ୍ବା ମୁଦି ପିନ୍ଧିବା ଦ୍ୱାରା ଶାରୀରିକ ଓ ମାନସିକ ସମସ୍ୟ ଦୂର ହୋଇଥାଏ । ଏହା ସହିତ କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରିତ ରହିଥାଏ ।


Share It

Comments are closed.