ଭିଜା ଆଲମଣ୍ଡ ଖାଇବାର ଉପକାରିତା ସଂପର୍କରେ ଜାଣନ୍ତୁ


ଆଲମଣ୍ଡ ଭିଟାମିନ ଏବଂ ଖଣିଜବ୍ରଦ୍ୟର ଏକ ଉତ୍ତମ ସ୍ରୋତ । ପ୍ରତିଦିନ ଏହାର ସେବନ ଦ୍ୱାରା କିଛି ମାରାତ୍ମକ ରୋଗରୁ ସୁଫଳ ମିଳିବା ସହିତ ଶରୀରରେ ପୋଷଣର ମାତ୍ରା ଅଧିକ କରିଥାଏ । ରାତି ସାରା ଭିଜା ହୋଇ ରହିଥିବା ବାଦାମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ବାଦାମରେ ଅନାବଶ୍ୟକ ତୈଳ ଅଂଶ ରହିଥାଏ ତେଣୁ ଆପଣ ରାତିସାରା ଏହାକୁ ଭିଜାଇ ରଖିବା ଦ୍ୱାରା ଏହାର ତୈଳ ଅଂଶ କିଛି ପରିମାଣରେ କମ ହୋଇଯାଇଥାଏ ଏବଂ ଏହା ମଧ୍ୟରେ ଭିଟାମିନ ଏବଂ ଏନଜାଇମର ମାତ୍ରା ବୃଦ୍ଧି ପାଇଥାଏ ।

୧- ଭିଜା ଆଲମଣ୍ଡର ଉପକାରିତା –

ଆଲମଣ୍ଡ ଗୋଟିଏ ରାତି ଜଳରେ ଭିଜାଇବା ପରେ ଏଥିରେ ଥିବା ଭିଟାମିନ ଇ, ଡାଏଟାରି ଫାଇବର, ଫଲିକ ଏସିଡର ମାତ୍ରା ବୃଦ୍ଧି ପାଇଥାଏ ଯାହା ଡାଇବେଟିସ, ଖାଦ୍ୟ ହଜମ, ତ୍ୱଚା ଗଠନ ଏବଂ କ୍ରୋନିକ ରୋଗ ପାଇଁ ଖୁବ ଉପକାରୀ । ଆପଣ କିଛି ଆଲମଣ୍ଡକୁ ସମ୍ପୂର୍ଣ୍ଣ ରାତି କିଛି ଗରମ ଜଳ ସହିତ ଭିଜାଇ ରଖନ୍ତୁ । ଏହା ପରେ ଧୋଇ ଭଲ ଭାବେ ଏହାର ଉପର ପରଦା ଖୋଲି ଦିଅନ୍ତୁ ।
୨- ତ୍ୱଚା ଏବଂ କେଶ –

ଭିଜା ଆଲମଣ୍ଡରେ ସାଧାରଣ ପ୍ରଚୁର ପରିମାଣରେ ଭିଟାମିନ-ଇ ରହିଥାଏ ଯାହା ଉଭୟ ତ୍ୱଚା ଏବଂ କେଶ ପାଇଁ ଉପଯୋଗୀ । ପ୍ରତିଦିନ ସେବନ ଦ୍ୱାରା କେଶ ସମସ୍ୟା ତଥା କେଶ ଝଡା, ରୁପି ଏବଂ କେଶର ଶୁଷ୍କତାରୁ ଉପଶମ ମିଳିଥାଏ ।
୩- ଗର୍ଭାବସ୍ଥା –

ଗର୍ଭାବସ୍ଥାରେ ଫଲିକ ଏସିଡର ସେବନ ଖୁବ ଆବଶ୍ୟକ । ଭିଜା ହୋଇଥିବା ଆଲମଣ୍ଡରେ ଫଲିକ ଏସିଡ ମାତ୍ରା ଅଧିକ ପରିମାଣରେ ଥିବା ହେତୁ ଗର୍ଭବତୀ ମହିଳାମାନେ ଦିନକୁ ୫ରୁ ୭ଟି ଭିଜା ହୋଇଥିବା ଆଲମଣ୍ଡ ଖାଇବା ଆବଶ୍ୟକ ।
୪- ହଜମ ଶକ୍ତି ବୃଦ୍ଧି କରିବାରେ –

ଏଥିରେ ଥିବା ଫାଇବର ଶରୀରରକୁ ଡିଟକ୍ସିଫାଏ ଏବଂ ହଜମ କ୍ରିୟାକୁ ସଠିକ କରିଥାଏ । ବିଭିନ୍ନ ପ୍ରକାରର ରୋଗ ତଥା କେଷ୍ଠକାଠିନ୍ୟ, ପେଟ ଦରଜ ଏବଂ ଗ୍ୟାସ ପରି ସମସ୍ୟାରୁ ମୁକ୍ତି ପାଇଁ ଦିନକୁ ୪ରୁ ୬ଟି ଭିଜା ଆଲମଣ୍ଡ ଖୁବ ଉପକାରୀ ।

୫- ଓଜନ କମ କରିବାରେ –

ଏଥିରେ ଥିବା ସ୍ୱାସ୍ଥ୍ୟକର ଫାଇବର ଓଜନ କମାଇବାରେ ସାହାଯ୍ୟ କରିଥାଏ । ଏହା ହଜମ କ୍ରିୟାରେ ସାହାଯ୍ୟ କରିବା ହେତୁ ଏହା କ୍ୟାଲୋରୀ ବଢାଇବାର କ୍ଷମତାକୁ କମ କରି ଓଜନ କମ କରିଥାଏ ।
୬- କ୍ୟାନସରରୁ ମୁକ୍ତି-

ଜାତୀୟ କ୍ୟାନସର ଅନୁଷ୍ଠାନ ଅନୁଯାୟୀ ଏହି ପ୍ରକାର ଉଚ୍ଚମାତ୍ରାର ଫାଇବର ଯୁକ୍ତ ଖାଦ୍ୟ ସ୍ଥଳାନ୍ତ୍ର କ୍ୟାନସର ଏବଂ ସ୍ତନ କ୍ୟାନସର ସମ୍ଭାବନା କମ କରିଥାଏ ।
୭- ଡାଇବେଟିସ –

ଆଲମଣ୍ଡରେ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି ଯାହା ଖାଦ୍ୟ ପରେ ରକ୍ତରେ ଶର୍କରା ସନ୍ତୁଳନ କରିବା ସହିତ ଡାଇବେଟିସ ଠାରୁ ରକ୍ଷା କରିଥାଏ ।
୮- କୋଷ ବୃଦ୍ଧି –

ଭିଜା ଆଲମଣ୍ଡ ରିବୋଫ୍ଲେବିନ ଏବଂ ଏଲ – କାର୍ନିଟାଇନ ପୋଷଣ ଯୁକ୍ତ । ଏହା ଦ୍ୱାରା ମସ୍ତିଷ୍କର କୋଷ ବୃଦ୍ଧି ହୋଇଥାଏ ଏବଂ ଏହା ଗର୍ଭରେ ଶିଶୁଙ୍କ ମସ୍ତଷ୍କ କୋଷ ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପିସ୍ତାରେ ମାଇକ୍ରୋନ୍ୟୁଟ୍ରିନେଟ ତଥା କ୍ୟାଲସିୟମ ଏବଂ ଫସଫରସରେ ଭରପୁର ରହିଥାଏ ତେଣୁ ତାହା ହାଡ ଏବଂ ଦାନ୍ତକୁ ଶକ୍ତିଶାଳୀ କରେ ।
୯- ହୃଦଘାତ ଜନିତ ସମସ୍ୟରୁ ମୁକ୍ତି –

ଭିଜା ଆଲମଣ୍ଡରେ ପ୍ରଚୁର ପରିମାଣରେ ଥିବା ମନୋସାଚୁରେଟେଡ ଏବଂ ପଲି ସାଚୁରେଟେଡ ଫ୍ୟାଟ ରହିଛି ଯାହା ଶରୀରରେ ଅଦରକାରୀ କୋଲେଷ୍ଟ୍ରୋଲ କମ କରିବାରେ ସାହାଯ୍ୟ କରେ ଏବଂ ହୃଦଘାତ ଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।


Share It

Comments are closed.