ଖାଇବା ସହ ମୁହଁରେ ଲଗାନ୍ତୁ ଗାଜରରେ ପ୍ରସ୍ତୁତ ଏହି ଫେସପ୍ୟାକ୍, ମିଳିବ ଅନେକ ଫାଇଦା


ଗାଜରରେ ଭିଟାମିନ୍ ଏ ବ୍ୟତୀତ ଅନ୍ୟ ଭିଟାମିନ୍ ଏବଂ ଖଣିଜ ଲବଣ ରହିଥାଏ ଯାହା ଦ୍ବାରା ତ୍ବଚାରେ କୈାଣସି କ୍ଷତି ହୁଏନାହିଁ। ଏହା ସୂର୍ଯ୍ୟକିରଣ ଦ୍ବାରା ପ୍ରଭାବିତ ହୋଇଥିବା ତ୍ବଚାକୁ ସଜାଡ଼ିଥାଏ। ଏହା ଆପଣଙ୍କ ଫାଟିଯାଇଥିବା ତ୍ବଚାକୁ ମୁଲାୟମ କରିଥାଏ। ଗାଜରରୁ ପ୍ରସ୍ତୁତ ହୋଇଥିବା ଫେସପ୍ୟାକ୍ ସାହାଯ୍ୟରେ ଆପଣଙ୍କ ମୁହଁରେ ଦେଖାଯାଉଥିବା ବୟସାଧିକ୍ୟକୁ କମ୍ କରିଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରି ତ୍ବଚାରେ ଚମକ ଆଣିଥାଏ।

ଗାଜର ଏବଂ ମହୁର ଫେସପ୍ୟାକ୍: ଏଥିପାଇଁ ଆପଣ ପ୍ରଥମେ ଦୁଇ ଚାମଚ ଗାଜର ଜୁସରେ ଏକ ଚାମଚ ମହୁ ମିଶାନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ୨୦ମିନିଟ ପର୍ଯ୍ୟନ୍ତ ନିଜ ତ୍ବଚାରେ ଲଗାଇ ରଖନ୍ତୁ। ୨୦ମିନିଟ ପରେ ନଖ ଉଷୁମ ପାଣିରେ ଏହାକୁ ଧୋଇଦିଅନ୍ତୁ। ଆପଣ ଏହି ପ୍ୟାକକୁ ସପ୍ତାହରେ ଥରେ କରିପାରିବେ।

ଗାଜର,ଲହୁଣି ଓ ଅଣ୍ଡାର ଫେସପ୍ୟାକ୍: ଗାଜର ଘଷିନିଅନ୍ତୁ ଏବଂ ଏକ ଚାମଚ ଘଷା ହୋଇଥିବା ଗାଜରରେ ଏକ ଚାମଚ ଲହୁଣୀ ଏବଂ ଅଣ୍ଡାର ଧଳା ଅଂଶ ମିଶାନ୍ତୁ। ୧୫ମିନିଟ ଲଗାଇ ରଖିବା ପରେ ଏହାକୁ ଧୋଇଦିଅନ୍ତୁ। ଶୁଷ୍କ ତ୍ବଚା ସମସ୍ୟା ଥିବା ଲୋକମାନେ ଏହି ପ୍ୟାକ୍ ଲଗାଇବା ଉଚିତ୍।

ଗାଜର ଆପଲ ସାଇଡର ଭିନେଗାର ଫେସପ୍ୟାକ୍: ଏହି ଫେସପ୍ୟାକ୍ ତେଲିଆ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ। ପ୍ରଥମେ ଗାଜର ଜୁସ୍ ନେଇ ଏଥିରେ ଏକ ଚାମଚ ଆପଲ୍ ରସ ମିଶାନ୍ତୁ। ଏହି ମିଶ୍ରଣକୁ ୧୦ମିନିଟ ପର୍ଯ୍ୟନ୍ତ ତ୍ବଚାରେ ରଖି ଧୋଇଦିଅନ୍ତୁ। ଏପରି ଆପଣ ସକାଳେ ଏବଂ ସନ୍ଧ୍ୟାରେ କରିପାରିବେ।

ଗାଜର,କ୍ଷୀର,ହଳଦୀ,ଚାଉଳଗୁଣ୍ଡର ଫେସପ୍ୟାକ୍: ଗାଜର ଘଷି ଏଥିରେ ଏକ ଚାମଚ କ୍ଷୀର,ଏକ ଚାମଚ ଚାଉଳ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ପେଷ୍ଟକୁ ଆପଣ ୧୫ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ଏହି ଫେସପ୍ୟାକ୍ ଚର୍ମକୁଞ୍ଚନ ପାଇଁ ଲାଭଦାୟକ ହୋଇଥାଏ। ଅଧିକ ଫାଇଦା ପାଇବା ପାଇଁ ଏହାକୁ ଆପଣ ସପ୍ତାହକୁ ଦୁଇଥର ଲଗାଇବା ଉଚିତ୍।


Share It

Comments are closed.