ଗର୍ଭବତୀ ମହିଳାମାନଙ୍କ ପାଇଁ ଉପକାରୀ କଦଳୀ


ଗର୍ଭବତୀମାନେ ନିଜର ସ୍ୱାସ୍ଥ୍ୟ ଏବଂ ନିଜ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପାଇଁ ନିଜର ଡାଏଟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ସେହିପରି ସେମାନେ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ବହୁ ଉପକୃତ ହୋଇଥାନ୍ତି । ଗର୍ଭାବସ୍ଥାରେ ମହିଳାମାନେ ଖାଉଥିବା ବିଭିନ୍ନ ଖାଦ୍ୟ ଉଭୟ ଶିଶୁ ଏବଂ ମା ଉପରେ ଭିନ୍ନ ପ୍ରଭାବ ପକାଇଥାଏ । ଫଳ ମଧ୍ୟରେ କଦଳୀ ଖାଇବାକୁ ସ୍ୱାଦିଷ୍ଟ ହୋଇଥିବା ବେଳେ ଏହାର ବିଭିନ୍ନ ଉପକାରିତା ମଧ୍ୟ ରହିଛି ଯାହା ଶରୀରରେ ବିଭିନ୍ନ ପ୍ରକାରର ଭିଟାମିନ ଏବଂ ମିନେରାଲର କମକୁ ଭରଣା କରିଥାଏ । ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କଦଳୀ ଖାଇବା କେତେ ଉପକାରୀ –
୧. ଗର୍ଭାବସ୍ଥାରେ ଫଲିକ ଏସିଡ ଭ୍ରୁଣର ବ୍ରେନ ଏବଂ ମେରୁ ଦଣ୍ଡ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । କଦଳୀରେ ଫଲିକ ଏସିଡର ମାତ୍ରା ଭରପୁର ମାତ୍ରାରେ ଥିବାରୁ ଏହା ଶରୀରରେ ଫଲିକ ଏସିଡର ମାତ୍ରାକୁ ବୃଦ୍ଧି କରିଥାଏ । ଏବଂ ଏହା ମଧ୍ୟ ପ୍ରିମାଚ୍ୟୁର ବେବି ଜନ୍ମରୁ ମୁକ୍ତି ପ୍ରଦାନ କରିଥାଏ ।
୨. କଦଳୀ ଆଇରନର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ଶରୀରରେ ଆଇରନର କମିକୁ ପୂରଣ କରିଥାଏ ।
୩. ଗର୍ଭାବସ୍ଥାରେ ମର୍ଣ୍ଣିଂ ସିକନେସ ଏକ ସାଧାରଣ କଥା । କିନ୍ତୁ ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । କଦଳୀ ଭିଟାମିନ ବି୬ର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ଶରୀରରୁ ଭିଟାମିନ ବି୬ରେ ଭରପୁର କରିଥାଏ ।
୪. କଦଳୀରେ ପୋଟାସିୟମ, ଡାଇଏଟୋରି ଫାଇବରର ମାତ୍ରା ଅଧିକ ଥିବାରୁ ଏହା ହଜମ କ୍ରିୟା ସକ୍ରିୟ କରିଥାଏ ଏବଂ କୋଷ୍ଠ କାଠିନ୍ୟ ପରି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୫. କଦଳୀ ଭିଟାମିନ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟର ଉତ୍ତମ ସ୍ରୋତ ଅଟେ । ଏହା ଶରୀରକୁ ବିଭିନ୍ନ ରାଡିକାଲ ଡ୍ୟାମେଜରୁ ମଧ୍ୟ ରକ୍ଷା କରିଥାଏ ।
୬. ପାଚିଲା କଦଳୀ ଖାଇବା ମାତ୍ରେ ଶରୀରରେ ତୁରନ୍ତ ଉର୍ଜା ଉତ୍ପନ୍ନ ହୋଇଥାଏ ।
୭. କଦଳୀ କାର୍ବୋହାଇଡ୍ରେଟର ଉତ୍ତମ ସ୍ରୋତ ଯାହା ଏକ ସମ୍ପୂର୍ଣ୍ଣ ମିଲ ପରି କାର୍ଯ୍ୟ କରିଥାଏ ।
୮. ଗର୍ଭବତୀ ମହିଳାମାନଙ୍କ ମଧ୍ୟରେ ଡିପ୍ରେସନ ରାଗ ଦେଖାଯିବା ସାଧାରଣ ହୋଇଥିବା ବେଳେ କଦଳୀ ସେମାନଙ୍କ ଆନଜାଇଟି ଲେଭଲକୁ ନିୟନ୍ତ୍ରଣ କରିଥାଏ । କଦଳୀ ଖାଇବା ଦ୍ୱାରା ରାଗ ଏବଂ ଅନଜାଇଟି ପାଇଁ ସୃଷ୍ଟି ହେଉଥିବା ହରମୋନ କ୍ଷରଣ ନିୟନ୍ତ୍ରଣ ହୋଇଥାଏ ।


Share It

Comments are closed.