ନାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଆଜି ପୁନର୍ବାର ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ


ଦ୍ୱିତୀୟ ଦିନରେ ୬ଘଣ୍ଟାର ଜେରା ପରେ ସୋନିଆ ଗାନ୍ଧୀ ପୁନର୍ବାର ଆଜି ଇଡିରେ ହାଜର ହେବେ । ମଙ୍ଗଳବାର ଦିନ ସୋନିଆଙ୍କୁ ପାଖାପଖି ୩୦ଟି ପ୍ରଶ୍ନ ପଚାରାଯାଇଥିବା ବେଳେ ସେ ସନ୍ଧ୍ୟା ୭ଟାରେ ଇଡି ଅଫିସରୁ ବାହାରି ଥିଲେ । ମଙ୍ଗଳବାର ଦିନ ସୋନିଆ ସକାଳ ୧୧ଟା ସମୟରେ ଇଡି ଅଫିସରେ ପ୍ରବେଶ କରିଥିଲେ ଏବଂ ୨.୫ଘଣ୍ଟାର ଜେରା ପରେ ମଧ୍ୟାହ୍ନ ଭୋଜନ ବ୍ରେକ ପରେ ପୁର୍ନବାର ସନ୍ଧ୍ୟା ୭ପର୍ଯ୍ୟନ୍ତ ଜେରା ହୋଇଥିଲା । ଏହି ଇଡି ଜେରାକୁ ବିରୋଧ କରି ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ରାହୁଲ ଗାନ୍ଧୀ ଦିଲ୍ଲୀ ବିଜୟ ଚୌକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।


Share It

Comments are closed.