ବେନ ଷ୍ଟୋକସ୍ ବିଶ୍ୱର ଶ୍ରେଷ୍ଠ ଅଲରାଉଣ୍ଡର, ତୃତୀୟରେ ଜାଡେଜା


ଓ୍ୱେଷ୍ଟଇଣ୍ଡିଜ ବିରୋଧରେ ଦ୍ୱିତୀୟ ଟେଷ୍ଟରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ବେନ୍ ଷ୍ଟୋକସ୍ ବିଶ୍ୱର ଏକ ନମ୍ବର ଟେଷ୍ଟ ଅଲରାଉଣ୍ଡର ହୋଇଛନ୍ତି । ମଙ୍ଗଳବାର ଜାରି ହୋଇଥିବା ଆଇସିସିର ସଦ୍ୟ ର‌୍ୟାକିଙ୍ଗରେ ଇଂଲଣ୍ଡ ଉପଅଧିନାୟକ ଷ୍ଟୋକସ୍ ଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲ୍ଡରଙ୍କୁ ପଛରେ ପକାଇ ଏହି କୀର୍ତ୍ତି ହାସଲ କରିଛନ୍ତି । ଏହାସହ ବ୍ୟାଟିଂ ରାଙ୍କିରେ ସେ ଅନେକ ଭାରତୀୟଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ୨୯ ବର୍ଷୀୟ କ୍ରିକେଟର ବ୍ୟାଟସମ୍ୟାନ୍ ରାଙ୍କିରେ ତୃତୀୟ ସ୍ଥାନରେ ରହିଛନ୍ତି । ଟପ୍ ୧୦ରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ତୃତୀୟ ଓ ଆର ଅଶ୍ୱିନୀ ପଞ୍ଚମ ସ୍ଥାନରେ ରହିଛନ୍ତି । ଏପରି କୀର୍ତ୍ତି ହାସଲ କରିଥିବା ସେ ହେଉଛନ୍ତି ଆଣ୍ଡ୍ରିଉ ଫ୍ରିଣ୍ଟପଙ୍କ ପରେ ଦ୍ୱିତୀୟ ଇଂଲିଶ ବ୍ୟାଟସମ୍ୟାନ୍ । ମାଞ୍ଚେଷ୍ଟରରେ ଖେଳାଯାଇତିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ବେନ୍ ଷ୍ଟୋକସ ଜାସନ ହୋଲ୍ଡରଙ୍କଠୁ ୫୪ ଅଙ୍କ ପଛରେ ଥିଲେ । କିନ୍ତୁ ପ୍ରଥମ ପାଳିରେ ୧୭୬ ରନ୍ ସହ ଗୋଟିଏ ଓ୍ୱିକେଟ୍ ଓ ଦ୍ୱିତୀୟ ପାଳିରେ ୭୮ ରନ୍ ସହ ଦୁଇଟି ଓ୍ୱିକେଟ୍ ନେବା ପରେ ସେ ୩୮ ଅଙ୍କ ଅଧିକ ପାଇଥିଲେ । ସେହିପରି ଟେଷ୍ଟ୍ ବ୍ୟାଟିଂ ତାଲିକାରେ ଷ୍ଟିଭ୍ ସ୍ମିଥ୍ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସ୍ମିଥ ୯୧୧ ପଏଁଣ୍ଟ ପାଇଛନ୍ତି । ବିରାଟଙ୍କ ପଏଁଣ୍ଟ ୮୮୬ ରହିଛି । ତୃତୀୟ ସ୍ଥାନରେ ବେନ୍ ଷ୍ଟୋକସ ରହିଛନ୍ତି ।


Share It

Comments are closed.