ଆର୍ଯ୍ୟନଙ୍କୁ ନେଇ ମେହବୁବାଙ୍କ କଡା ବୟାନ, କହିଲେ “ମୁସଲମାନ ହୋଇଥିବାରୁ ତାଙ୍କୁ କରାଯାଉଛି ହଇରାଣ”


ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏକ କଡ଼ା ବୟାନ ଦେଇଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ, ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଜଣେ ମୁସଲମାନ ହୋଇଥିବାରୁ ତାଙ୍କୁ ହଇରାଣ କରାଯାଉଛି। ଚାରିଜଣ କୃଷକଙ୍କୁ ହତ୍ୟା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ମାମଲାରେ ନ୍ୟାୟଯୁକ୍ତ ଯାଞ୍ଚ ପରିବର୍ତ୍ତେ କେନ୍ଦ୍ରୀୟ ଏଜେନ୍ସିମାନେ ୨୩ ବର୍ଷର ବାଳକ ପଛରେ ଏହି କାରଣରୁ ପଡ଼ିଛନ୍ତି, କାରଣ ତାଙ୍କ ସରନେମ୍‌ ଖାନ।

ଡ୍ରଗ୍ସ ମାମଲାରେ ଫସି ରହିଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଆଜି ବି କୌଣସି ଆରାମ ମିଳିପାରିଲା ନାହିଁ। ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ଆଗାମୀ ବୁଧବାର ଅପରାହ୍ଣ ୨.୪୫ରେ କରାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତେଣୁ, ବୁଧବାର ସୁଦ୍ଧା ଜବାବ ଦାଖଲ କରିବାକୁ ମଧ୍ୟ ବିଚାରପତି ଭି.ଭି. ପାଟିଲ୍‌ ‘ଏନ୍‌ସିବି’କୁ ନିର୍ଦେଶ ଦେଇଛନ୍ତି। ଆଜି ‘ଏନ୍‌ଡିପିଏସ୍‌’ ଅଦାଲତରେ ଆର୍ଯ୍ୟନଙ୍କ ଓକିଲ ନୂଆ ଜାମିନ ଆବେଦନ ଦାଖଲ କରିବା ପରେ ଶୁଣାଣି ଆରମ୍ଭ ହୋଇଥିଲା। ମୁମ୍ବାଇ ଅଧିବେଶନ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେପର୍ଯ୍ୟନ୍ତ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲରେ ରହିବାକୁ ପଡ଼ିବ।

ଆର୍ଯ୍ୟନଙ୍କ ନିକଟରୁ ଡ୍ରଗ୍ସ ଉଦ୍ଧାର କରାଯାଇ ନ ଥିବାରୁ ତାଙ୍କ ଜାମିନ ଆବେଦନ କରାଯାଇଛି। ଆର୍ଯ୍ୟଙ୍କ ଓକିଲ ତାଙ୍କ ତରଫରୁ ଯୁକ୍ତି କରିଛନ୍ତି ଯେ ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ଡ୍ରଗ୍ସ ମିଳିଥିଲା, ଯାହା ଆଧାରରେ ତାଙ୍କୁ ଜେଲରେ ରଖାଯାଇପାରିବ ନାହିଁ।


Share It

Comments are closed.