ବିଭିନ୍ନ ସ୍କିନ କେୟାର ପାଇଁ ବ୍ୟବହାର କରନ୍ତୁ ରସୁଣ


ରସୁଣ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ରୋଗରୁ ଉପମଶ ମିଳିବା କଥା ଆପଣ ଜାଣିଥିବେ । କିନ୍ତୁ ରସୁଣକୁ ଆପଣ ମଧ୍ୟ ନିଜର ସ୍କିନ କେୟାର ଉତ୍ପାଦଭାବେ ବ୍ୟବହାର କରିପାରିବେ । ଏହାକୁ ଖାଇବା ଦ୍ୱାରା ଏହା ବିଭିନ୍ନ ପ୍ରକାରର କ୍ୟାନସର ସୃଷ୍ଟିକାରୀ କୋଷକୁ ନିୟନ୍ତ୍ରଣ କରିବା ସହିତ କୋଲେଷ୍ଟ୍ରଲର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ରସୁଣର ଆଣ୍ଟି- ଫଙ୍ଗାଲ, ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଶରୀରରେ ରକ୍ତକୁ ଶୁଦ୍ଧ କରିଥାଏ ଏବଂ ଚମକଦାର ତଥା ଉଜ୍ଜ୍ୱଳ ତ୍ୱଚା ପ୍ରଦାନ କରିଥାଏ । ଏହାକୁ ଖାଇବା ଦ୍ୱାରା ଯେତେ ପ୍ରକାରର ସୁଫଳ ମିଳିଥାଏ ସେହିପରି ଏହାକୁ ସ୍କିନ କେୟାରରେ ବ୍ୟବହାର କରିଲେ ମଧ୍ୟ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ । ଆସନ୍ତୁ ଜାଣିବା ସ୍କିନ କେୟାରରେ ଏହାର ବ୍ୟବହାର ଏବଂ ଉପକାରିତା ସମ୍ପର୍କରେ . . . . . .
୧. ବ୍ଲାକ ହେଡସ ଏବଂ ହ୍ୱାଇଟ ହେଡସ କମ କରିବାରେ – ତ୍ୱଚାରେ ବ୍ଲାକହୋଡସ ଏବଂ ହ୍ୱାଇଟ ହେଡସ ସମସ୍ୟା ଏକ ସାଧାରଣ ସମସ୍ୟା ଅଟେ । ହ୍ୱାଇଟ ହେଡସ ଏବଂ ବ୍ଲାକହେଡସର ସମସ୍ୟାକୁ ଦୂରେଇବା ପାଇଁ ଆପଣ ରସୁଣର ବ୍ୟବହାର କରିପାରିବେ । ଗୋଟିଏରୁ ଦୁଇ କୋଲା ରସୁଣ ନିଅନ୍ତୁ । ରସୁଣର ରସ ପ୍ରସ୍ତୁତ କରି ସେଥିରେ ଗୋଟିଏ ଚାମଚ ଓଟସ, ଅଧା ଚାମଚ ଟି ଟ୍ରି ଅଏଲ,ଗୋଟିଏ ଚାମଚ ମହୁ ଏବଂ ଅଧା ଚାମଚ ମହୁକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ବ୍ଲାକହେଡ ଏବଂ ହ୍ୱାଇଟ ହେଡ ସ୍ଥାନରେ ଲଗାଇ ରଖନ୍ତୁ । ଏବଂ ୩୦ମିନିଟ ପରେ ହାଲକା ଉଷୁମ ପାଣିରେ ଧୋଇଦିଅନ୍ତୁ ।
୨. ବ୍ରଣରୁ ମୁକ୍ତି –ଆପଣ ବ୍ରଣ ହେଇଥିବା ସ୍ଥାନକୁ ରସୁଣରେ ଘଷନ୍ତୁ । ଏହ ପରେ ୫ମିନିଟ ରଖି ଭଲଭାବେ ଧୋଇଦିଅନ୍ତୁ । ଏହା ତ୍ୱଚାରେ ଲାଲପଣ ଏବଂ ଫୁଲିବାରୁ ମୁକ୍ତି ଦେଇଥାଏ ।
୩. କେଶର ଯତ୍ନ – ରସୁଣକୁ ଆପଣ ସାମ୍ପ୍ୟୁ ଏବଂ କଣ୍ଡିସନରଭାବେ ବ୍ୟବହାର କରିପାରିବେ । ରସୁଣର ରସ କରି ଆପଣ କେଶରେ ଲଗାଇ ପାରନ୍ତୁ । ଏହା ସ୍କାଲ୍ପରେ ରୂପି ଏବଂ ଗନ୍ଧ ସମସ୍ୟାରୁ ମୁକ୍ତି ଦେଇଥାଏ ।
୪. ଧଳା କେଶରୁ ମୁକ୍ତି – ଧଳା କେଶର ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଆପଣ ରସୁଣର ବ୍ୟବହାର କରିପାରିବେ । ସୋରିଷ ତେଲ ସହିତ ଆପଣ ଦୁଇଟୁ ୩ଟି କୋଲା ରସୁଣକୁ ନେଇ ଭଲଭାବେ ଫୁଟାଇ ଦିଅନ୍ତୁ । ଏହି ତେଲକୁ ଥଣ୍ଡା ହେବା ପରେ କେଶର ମୂଳକୁ ଭଲଭାବେ ମସାଜ କରନ୍ତୁ । ଏହା ଦ୍ୱାରା କେଶର ପାଚିବା ଏବଂ ଝଡା ବନ୍ଧ ହୋଇଥାଏ ।


Share It

Comments are closed.