ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଟିମ ଚୟନ କରିଲେ ବିସିସିଆଇ . . .କୋହଲି ବାଦ ପଡିଥିବା ବେଳେ ରୋହିତ ଶର୍ମା ହେବେ କ୍ୟାପଟେନ


ଭାରତ- ଇଂଲଣ୍ଡର ମ୍ୟାଚ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଯାଉଥିବା ୫ଦିନିଆ  ଟି-୨୦ ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ୧୮ ଜଣିଆ ଟିମ ଚୟନ କରାଯାଇଛି । ଏହା ଗୁରୁବାର ଦିନ ଚୟନ କରାଯାଇଥିବା ବେଳେ ଏଥିରେ ରୋହିତ ଶର୍ମା କ୍ୟାପଟେନ ରହିବେ ଏବଂ ବିରାଟ କୋହଲିଙ୍କୁ ଏଥିରେ ବିଶ୍ରାମ ଦିଆଯାଇଛି । ଏହା ବିସିସିଆଇ ପକ୍ଷରୁ ସେମାନଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେୟାର କରାଯାଇଛି ।

ଏହି ଟିମରେ କ୍ୟାପଟେନ ପଦରେ ରୋହିତ ଶର୍ମାଙ୍କ ସହିତ ଆଇ କ୍ରିଷ୍ମନ, କେ ଏଲ ରାହୁଲ, ସୂର୍ଯ୍ୟ କୁମାର ୟାଦବ, ଡି ହୁଡ୍ଡା, ଏସ ଆୟର, ଡି କାର୍ତ୍ତିକ, ଆର ପନ୍ତ, ଏଚ ପାଣ୍ଡା, ଆର ଜାଡେଜା, ଅକ୍ସର ପଟେଲ, ଆର ଅଶ୍ୱିନ, ଆର ବଷ୍ଣୋଇ, କୁଲଦିପ ୟାଦବ, ବି କୁମାର, ଅଭେସ ଖାନ, ହର୍ସଲ ପଟେଲ ଏବଂ ଅକ୍ସାଦ୍ୱୀପ ସିଂ ପ୍ରମୁଖ ରହିଛନ୍ତି ।


Share It

Comments are closed.