ବାଲେଶ୍ୱରରେ ବଜାଜ୍ ଆଲିଆଞ୍ଜ ଜେନେରାଲ୍ ଇନ୍ସ୍ୟୁରାନ୍ସର ନୂଆ ଅଫିସ୍ ଉଦଘାଟିତ


ଭୁବନେଶ୍ୱର/ ବାଲେଶ୍ୱର: ଭାରତର ପ୍ରମୁଖ ପ୍ରାଇଭେଟ ଜେନେରାଲ ଇନ୍ସ୍ୟୁରାନ୍ସ ପ୍ରଦାନକାରୀ ବଜାଜ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସ ବାଲେଶ୍ୱର, ଓଡ଼ିଶାରେ ନିଜର ଏକ ନୂଆ ଅଫିସ ଉଦଘାଟନ କରିଛି । ଏହି ରଣନୀତିକ ବିସ୍ତାରର ଲକ୍ଷ ହେଉଛି ଭାରତର ଟିୟର ୨ ଏବଂ ଟିୟର ୩ ସହରଗୁଡ଼ିକରେ ବୀମା ଉପଲବ୍ଧତାର ଅଭିବୃଦ୍ଧି ତଥା ଭାରତର ନାଗରିକମାନଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିବା । ନିଜର ବିଶେଷଜ୍ଞତା ସହିତ ବଜାଜ ଆଲିଆଞ୍ଜର ଉଦ୍ଦେଶ୍ୟ ହେଉଛି ବାଲେଶ୍ୱରର ଜନସାଧାରଣଙ୍କୁ ନିଜର ଅଭିନବ ଉତ୍ପାଦ ଏବଂ ସମାଧାନ ପ୍ରଦାନ କରିବା । କମ୍ପାନୀ ଗ୍ରାହକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ଆଧାରିତ ସେବା ପ୍ରଦାନ କରିବ । ଏହି ନୂଆ ଅଫିସ ବଜାଜ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସ ପାଇଁ ଏକ କାର୍ଯ୍ୟକାରୀ କେନ୍ଦ୍ରରେ ପରିଣତ ହେବ ଯାହା ଏହି ଅଂଚଳର ଗ୍ରାହକମାନଙ୍କ ନିକଟରେ କମ୍ପାନୀର ଉପସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ ।

ନୂଆ ଅଫିସ୍‌ର ଉଦ୍‌ଘାଟନ ଉପରେ ଟିପ୍ପଣୀ ପ୍ରଦାନ କରି ବଜାଜ୍ ଆଲିଆଞ୍ଜ ଜେନେରାଲ ଇନସ୍ୟୁରାନ୍ସର ଏମ୍‌.ଡି. ଏବଂ ସି.ଇ.ଓ. ଶ୍ରୀ ତପନ ସିଙ୍ଘଲ୍ କହିଛନ୍ତି, “ଭାରତ ଏବେ ଦ୍ରୁତ ଆର୍ôଥକ ବିକାଶ ପଥରେ ଅଗ୍ରସର ହେଉଛି, ଏବଂ ଅପ୍ରତ୍ୟାଶିତ ପରିସ୍ଥିତିରେ ତଥା ସଙ୍କଟ ସମୟରେ ଇନସ୍ୟୁରାନ୍ସ ଆମ୍ଭମାନଙ୍କୁ ଆର୍ôଥକ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିବ । ଆମର କାର୍ଯ୍ୟାଳୟର ବିସ୍ତାର ହେଉଛି ଦେଶର କୋଣ-ଅନୁକୋଣରେ ଆମର ଗ୍ରାହକ-କୈନ୍ଦ୍ରିକ, ଉତ୍କୃଷ୍ଟ ଉତ୍ପାଦ ଏବଂ ସେବା ପହଂଚାଇବାର ଏକ ଉଦ୍ୟମ । ଏହି ନୂଆ ଅଫିସ୍ ଜରିଆରେ ଆମର ସମସ୍ତ ପ୍ରକାର ଉତ୍ପାଦର ସୁବିଧା ପ୍ରଦାନ କରାଯିବା ସହିତ ଉତ୍କୃଷ୍ଟ ମାନର ସେବା ଯୋଗାଇ ଦିଆଯିବ ଯେଉଁଠାରେ ଉନ୍ନତ ଡିଜିଟାଲ୍ ମାଧ୍ୟମରେ ଗ୍ରାହକମାନଙ୍କୁ ଉତମ ଅନୁଭୁତି ପ୍ରଦାନ ସହିତ ସେମାନଙ୍କ ପାଇଁ ବୀମା ସମ୍ବନ୍ଧିତ ସମସ୍ତ କାର୍ଯ୍ୟକୁ ଖୁବ୍ ସୁବିଧାରେ ତଥା ସହଜରେ ଉପଲବ୍ଧ କରାଯାଇ ପାରିବ । ବାଲେଶ୍ୱରରେ ଏହି ନୂତନ କାର୍ଯ୍ୟାଳୟର ଉଦ୍‌ଘାଟନ ହେଉଛି ଘରେ ଘରେ ପହଂଚିବାର ଆମର ଯେଉଁ ଲକ୍ଷ୍ୟ ରହିଛି ତାହା ହାସଲ କରିବା ଦିଗରେ ଏକ ପ୍ରୟାସ ।”

ଏହି ନୂଆ ଅଫିସ ଜରିଆରେ ଗ୍ରାହକମାନଙ୍କୁ ସମସ୍ତ ପ୍ରକାରର ବୀମା ଉତ୍ପାଦ ମିଳିପାରିବ ଏବଂ ଏହା ସହିତ ନିଜର ଆବଶ୍ୟକତା ଅନୁସାରେ ସର୍ବୋତମ ଉତ୍ପାଦ ଚୟନ କରିବା ପାଇଁ ସୂଚନା ମଧ୍ୟ ମିଳିପାରିବ । ବଜାଜ ଆଲିଆଞ୍ଜ ଜେନେରାଲ ଇନ୍ସୁରାନ୍ସ ନିଜର କୁଶଳ ଏବଂ ବିଶାଳ ବିତରଣ ଚ୍ୟାନେଲ ମାଧ୍ୟମରେ ନିଜ ଉତ୍ପାଦ ଏବଂ ସମ୍ବନ୍ଧିତ ସେବାଗୁଡ଼ିକୁ ଦେଶର ପ୍ରତ୍ୟେକ ଅଂଚଳରେ ପହଂଚାଇବା ପାଇଁ ଏବଂ ସମାଜ କଲ୍ୟାଣ କ୍ଷେତ୍ରରେ ନିଜର ଯୋଗଦାନ ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ ।


Share It

Comments are closed.