ଆଇଟିସି ଭିଭେଲ୍‌ର ନୂଆ କ୍ୟାମ୍ପେନରେ ସୋନମ୍ କପୁର


ଭୁବନେଶ୍ୱର: ସୋନମ୍ କପୁର ଆଇଟିସି ଭିଭେଲ୍ ପାଇଁ ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଏହାର ବ୍ରାଣ୍ଡ୍ ଦୁନିଆରେ ପ୍ରବେଶ କରିଛନ୍ତି, ଯିଏକି ଆଇଟିସି ଭିଭେଲ୍ ର ନୂଆ ଟିଭିସିରେ ଅଭିନୟ କରିଛନ୍ତି । ବ୍ରାଣ୍ଡ ଡେଭିଡ୍ ଦ୍ୱାରା ପରିକଳ୍ପିତ ଏହି କ୍ୟାମ୍ପେନକୁ ଏଭଳି ଏକ ପୃଷ୍ଠଭୂମି ଉପରେ ପ୍ରସ୍ତୁତ କରାଯାଇଛି ଯାହା ଭିଭେଲର ଷ୍ଟାର ଉପାଦାନ ଆଲୋବେରାକୁ ଆଲୋକିତ କରିବା ସହିତ ସତେଜତା ନିସୃତ କରୁଛି । ସୋନମଙ୍କ ସହ ନିର୍ମିତ ଏହି ଫିଲ୍ମଟି ଭିଭେଲ୍ ଆଲୋବେରା ସାବୁନର କୋମଳ ଓ ପୋଷଣଯୁକ୍ତ ଗୁଣଗୁଡିକୁ ଆଲୋକପାତ କରୁଛି ଏବଂ ଏହାକୁ ସମସ୍ତ ବୟସ ବର୍ଗର ଲୋକଙ୍କ ପାଇଁ ଉପଯୁକ୍ତ ପସନ୍ଦ ଭାବେ ଉପସ୍ଥାପନ କରୁଛି । ଆଇଟିସି ଲିମିଟେଡର ପର୍ସନାଲ କେୟାର ପ୍ରଡକ୍ଟସ ବିଜେନେସ ଡିଭିଜନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସମୀର ଶତପଥୀ କହିଛନ୍ତି, “ଆମେ ଭିଭେଲ ପାଇଁ ସୋନମ କପୁରଙ୍କୁ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିୟୋଜିତ କରି ଖୁବ୍ ଉତ୍ସାହିତ ଅଛୁ । ତାଙ୍କର ପ୍ରକୃତ ଆନନ୍ଦଦାୟକ ବ୍ୟକ୍ତିତ୍ୱ ସହିତ ସେ ବ୍ରାଣ୍ଡ ପ୍ରତି ଏକ ନୂଆ ସତେଜତା ଓ ଉତ୍ସାହ ଆଣିଛନ୍ତି ଏବଂ ପୋଷଣଯୁକ୍ତ ଓ କୋମଳ ତ୍ୱଚାର ଚିନ୍ତାଧାରାକୁ ପୂରିପୂର୍ଣ୍ଣ କରୁଛନ୍ତି ।”

ଆଇଟିସି ଭିଭେଲ ସହିତ ନିଜର ସହଭାଗିତା ସମ୍ପର୍କରେ ଅଭିନେତ୍ରୀ ସୋନମ କପୁର କହିଛନ୍ତି, “ମୁଁ ଭିଭେଲ୍‌ର ପ୍ରତିନିଧିତ୍ୱ କରିବା ପାଇଁ ଉତ୍ସାହିତ ରହିଛି କାରଣ ମୁଁ ବ୍ରାଣ୍ଡର ଦର୍ଶନକୁ ପ୍ରତିଧ୍ୱନିତ୍ୱ କରୁଛି । ମୁଁ ସବୁବେଳେ ବିଶ୍ୱାସ କରେ ଯେ, ଯେତେବେଳେ ଆପଣ ପ୍ରକୃତରେ ନିଜ ତ୍ୱଚାର ଯତ୍ନ ନେବେ ସେତେବେଳେ ଆପଣ ନିଜର ତ୍ୱଚାରେ ଆରାମଦାୟକ ଅନୁଭବ କରିପାରିବେ ଏବଂ ମୁଁ ବିଶ୍ୱାସ କରେ ଯେ, ପ୍ରକୃତିର ଉତମତା ଓ ଏହାର ବଦାନ୍ୟତାରେ ଆମର ତ୍ୱଚାକୁ କୋମଳ ଓ ଜୀବନ୍ତ କରିବା ପାଇଁ ଏକ ମାଧ୍ୟମ ରହିଛି ।”

ଭିଭେଲ ଆଲୋବେରା ସାବୁନ ହେଉଛି ତ୍ୱଚା ପାଇଁ ଏକ ଆନନ୍ଦଦାୟକ ଉପହାର ଯାହାକି ଆଲୋବେରା ଓ ଭିଟାମିନ୍‌-ଇ ର ପ୍ରାଚୁର୍ଯ୍ୟତା ଓ ଉତମତାରେ ଭରି ରହିଛି । ଭିଭେଲ୍ ଆଲୋବେରା ରେଞ୍ଜ ସହିତ ପୋଷଣର ଡେଲି ଡୋଜ୍ ସହ ପ୍ରକୃତିର କୋମଳ ସ୍ପର୍ଶକୁ ଧାରଣ କରନ୍ତୁ । ଏହି ରେଞ୍ଜ ସମସ୍ତ ରିଟେଲ ଷ୍ଟୋର ଓ ଇକମର୍ସ ପ୍ଲାଟଫର୍ମରେ ୧୦୦ଗ୍ରାମ ପାଇଁ ୩୦ ଟଙ୍କା, ୫ଟି ୧୦୦ ଗ୍ରାମ ସାବୁନର ଏକ ପ୍ୟାକ୍ ପାଇଁ ୧୦୦ ଟଙ୍କାରେ ଉପଲବ୍ଧ ହେଉଛି ।


Share It

Comments are closed.