ଇନଲ୍ୟାଣ୍ଡ ୱାଟରୱେଜ ଅଥୋରିଟି ଅଫ୍ ଇଣ୍ଡିଆ ସହ ଏମ୍‌ଓୟୁ ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ


ଭୁବନେଶ୍ୱର: ଆମାଜନ ଇଣ୍ଡିଆ ଏବଂ ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରଣାଳୟ ଅଧିନରେ ଥିବା ଇନଲ୍ୟାଣ୍ଡ ୱାଟରୱେଜ ଅଥୋରିଟି ଅଫ୍ ଇଣ୍ଡିଆ (ଆଇଡବ୍ଲ୍ୟୁଏଆଇ) ମଧ୍ୟରେ ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ଗ୍ରାହକଙ୍କ ପ୍ୟାକେଜଗୁଡ଼ିକର ପରିବହନ କ୍ଷେତ୍ରରେ ଏକ ପରିବର୍ତନଶୀଳ ଯାତ୍ରା ଆରମ୍ଭ କରିବା ପାଇଁ ଏକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ସହିତ ଆମାଜନ ଇଣ୍ଡିଆ ଆଭ୍ୟନ୍ତରୀଣ ଜଳପଥ ପରିବହନର ବ୍ୟବହାର କରୁଥିବା ଦେଶର ପ୍ରଥମ ଇକମର୍ସ କମ୍ପାନୀରେ ପରିଣତ ହୋଇଛି । ଆଇଡବ୍ଲ୍ୟୁଏଆଇ ସହିତ ଏହି ସହଭାଗିତା ପରିବହନର ଏକ ସୁଲଭ ଓ ସ୍ଥାୟୀ ମାଧ୍ୟମ ଭାବେ ଆଭ୍ୟନ୍ତରୀଣ ଜଳପଥର ଉନ୍ନତ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ସହ ଜଡିତ ରହିଛି । ଏହି ଏମ୍‌ଓୟୁ ଅଧିନରେ ଆମାଜନ ଇଣ୍ଡିଆ ଓ ଆଇଡବ୍ଲ୍ୟୁଏଆଇ କଂଟେନରାଇଜ୍ଡ କାର୍ଗୋର ଯାତାୟତକୁ ସକ୍ଷମ କରିବା ଏବଂ କାର୍ଗୋ ସିପମେଂଟ ପାଇଁ ଆଭ୍ୟନ୍ତରୀଣ ଜଳପଥର ବ୍ୟବହାର ଲାଗି ଏକ ନେଟୱର୍କ ଗଠନ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ । ଆମାଜନ ଇଣ୍ଡିଆ ଏହାର ଯୋଗାଣ ଶୃଙ୍ଖଳାର ଏକ ଅଂଶ ଭାବେ ଆଭ୍ୟନ୍ତରୀଣ ଜଳପଥର ଅନ୍ୱେଷଣ ଆରମ୍ଭ କରିବ ଏବଂ ଆଇଡବ୍ଲ୍ୟୁଏଆଇ ଓ ଏହାର ବାହକମାନଙ୍କ ସହଯୋଗ ସହିତ ଖୁବ୍‌ଶୀଘ୍ର ପାଟନାରୁ କୋଲକାତା ଜଳପଥରେ ଏକ ପରୀକ୍ଷଣ କରାଯିବ ।

ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନ୍ୱାଲ କହିଛନ୍ତି, “ଆମାଜନ ଇଣ୍ଡିଆ ସହିତ ଏହି ସହଭାଗିତା ଭାରତର ଆଭ୍ୟନ୍ତରୀଣ ଜଳପଥର କ୍ଷମତାକୁ ଉପଯୋଗ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି । ଆମର ଲକ୍ଷ୍ୟ ହେଉଛି ନଦୀ ପ୍ରଣାଳୀ ମାଧ୍ୟମରେ ମାଲ୍ ପରିବହନକୁ ବୃଦ୍ଧି କରିବା ଯାହା ପରିବହନର ଏକ ଅଧିକ ସ୍ଥାୟୀ ଓ ସୁଲଭ ମାଧ୍ୟମ ଅଟେ । ଏକ ଜଳପଥ ପରିବହନ ସମାଧାନ ସୃଷ୍ଟି କରିବା ପାଇଁ ଆଇଡବ୍ଲ୍ୟୁଏଆଇ ସହ ସହଭାଗିତା ଲାଗି ନିଜର ପ୍ରୟାସରେ ଆମାଜନ ଇଣ୍ଡିଆକୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ପଦକ୍ଷେପ ଭାରତର ଦ୍ରୁତ ସମ୍ପ୍ରସାରିତ ଇକମର୍ସ କ୍ଷେତ୍ରରେ ସ୍ଥାୟୀ ପରିବହନ ସମାଧାନର ମହତ୍ୱର ଏକ ପ୍ରତିଫଳନ ଅଟେ ।”

ଆମାଜନ ଇଣ୍ଡିଆର ଅପରେଶନସ ବିଭାଗର ଉପାଧ୍ୟକ୍ଷ ଅଭିନବ ସିଂହ କହିଛନ୍ତି, “ବିଗତ କିଛି ବର୍ଷ ମଧ୍ୟରେ ଆମେ ଦେଶରେ ଆମର ଫୁଲଫିଲମେଂଟ, ଟ୍ରାନ୍ସପୋର୍ଟେଶନ ଓ ଲଜିଷ୍ଟିକ୍ସ ଭିତିଭୂମି ନିର୍ମାଣ କରିବା ପାଇଁ ଅନେକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛୁ । ଆମାଜନ ଇଣ୍ଡିଆ ଓ ଇନଲ୍ୟାଣ୍ଡ ୱାଟରୱେଜ୍ ଅଥୋରିଟି ଅଫ୍ ଇଣ୍ଡିଆ ମଧ୍ୟରେ ଏହି ଚୁକ୍ତି ଏକ ପରିବର୍ତନଶୀଳ ବ୍ୟବସ୍ଥା ବିକଶିତ କରିବା ପାଇଁ ପ୍ରସ୍ତୁତ ରହିଛି ଯାହା ଦେଶର ବ୍ୟାପକ ଆଭ୍ୟନ୍ତରୀଣ ଜଳପଥର ବ୍ୟବହାର କରିବା ଲାଗି ସମସ୍ତ ଇକମର୍ସ କମ୍ପାନୀଗୁଡିକ ପାଇଁ ନୂଆ ସମ୍ଭାବନାଗୁଡିକୁ ଉନ୍ମୋଚନ କରିବ ।” ଆଭ୍ୟନ୍ତରୀଣ ଜଳପଥ ପରିଚାଳନାର ଆଗମନ ସହିତ ଆମାଜନ ଗ୍ରାହକଙ୍କ ପ୍ୟାକେଜଗୁଡ଼ିକର ଦ୍ରୁତ, ସୁଲଭ, ସ୍ଥାୟୀ ଓ ଅଧିକ ନିର୍ଭରଯୋଗ୍ୟ ବିତରଣ ସୁନିଶ୍ଚିତ କରିବା ଏବଂ ଏହାର ଲକ୍ଷ ଲକ୍ଷ ସେଲରଙ୍କୁ ଏକ ବିସ୍ତୃତ ପହଂଚ ପ୍ରଦାନ କରିବା ପାଇଁ ରେଳ, ଆକାଶମାର୍ଗ, ଜଳପଥ ଓ ଭୂଭାଗ ସମେତ ଦେଶର ପରିବହନର ସମସ୍ତ ସମ୍ଭାବ୍ୟ ମାଧ୍ୟମକୁ ବ୍ୟବହାର କରିବା ପାଇଁ ସକ୍ଷମ ହେବ ।


Share It

Comments are closed.