ଆପଣଙ୍କ ଆଇଫୋନ-୮ରେ କୌଣସି ଯାନ୍ତ୍ରିକ ତୃଟି ରହିଛି କି, ତେବେ ମାଗଣାରେ କରନ୍ତୁ ଏହାର ରିପ୍ୟାରିଙ୍ଗ


ଟେକ୍ନୋଲଜି ଜଗତର ସର୍ବ ବୃହତ କମ୍ପାନୀ ଆପେଲ ପକ୍ଷରୁ ଆଇ-ଫୋନ ୮ର ରିପ୍ୟାରିଙ୍ଗ ପୋଗ୍ରାରାମର ଘୋଷଣା କରିଛି । ଯେଉଁଥିରେ ମାଗଣାରେ ଆଇ-ଫୋନ ୮ର ମରାମତି କରାଯିବା । ଏହି ଘୋଷଣା ଅନୁଯାୟୀ ସେହି ଆଇ-ଫୋନ ୮ର ମରାମତି କରାଯିବ, ଯାହାକୁ ସେପ୍ଟେମ୍ବର ୨୦୧୭ରୁ ମାର୍ଚ୍ଚେ ୨୦୧୮ ମଧ୍ୟରେ କିଣାଯାଇଥିବ । ଆପଣଙ୍କୁ କହି ରଖିବାକୁ ଚାହିଁଛୁ ଯେ, ଏହି ଅବଧି ମଧ୍ୟରେ କିଣାଯାଇଥିବା ଆଇଫୋନ ୮ର ଲଜିକ ବୋର୍ଡରେ କୌଣସି ତ୍ରୁଟି ରହିଛି, ଯାହା ଫଳରେ ଫୋନଟି ବାରମ୍ବାର ଷ୍ଟାର୍ଟ ହୋଇଯାଉଛି ।
ଏହି ତ୍ରୁଟିର ସମାଧାନ କରିବା ପାଇଁ କମ୍ପାନୀ ଏହି ନିର୍ଣ୍ଣୟ ନେଇଥିବାର ଜଣାପଡିଛି । ଏହା ସହ ଫୋନଟି ହଠାତ ବନ୍ଦ ହୋଇଯିବାର ମଧ୍ୟ ସମସ୍ୟା ଉପୁଜୁଛି । ଲଜିକ ବୋର୍ଡ ଫୋନଟିର ମୁଖ୍ୟ ସର୍କିଟ ବୋର୍ଡ ଅଟେ, ଯାହାକି ସେଣ୍ଟର ପ୍ରୋସେସିଙ୍ଗ ୟୁନିଟ ସହ ଯୋଡି ହୋଇ ରହିଛି । ଏହା ସହିତ ସିଷ୍ଟମ ମେମୋରି, କି-ବୋର୍ଡ, ଡିସପ୍ଲେ ଏବଂ ସମସ୍ତ ଆପ ଗୁଡିକର ନିୟନ୍ତ୍ରଣ ମଧ୍ୟ ଏହି ଥିରୁ ହିଁ ହୋଇଥାଏ ।
କମ୍ପାନୀ ଏହି ରିପ୍ୟାରିଙ୍ଗ ପୋଗ୍ରାରାମର ଘୋଷଣା କରିବାକୁ ଯାଇ ଏହା କହିଛି ଯେ, ଆମେ ଆଇ-ଫୋନ୮ର ଲଜିକ ବୋର୍ଡରେ କିଛି ତୃଟି ଥିବା ଜାଣିବାକୁ ପାଇଛୁ, ଯାହାକୁ ଆମେ ଭାରତ, ହଙ୍କକଙ୍ଗ, ଜାପାନ, ମକାଓ, ଜାପାନ, ଆମେରିକା ଏବନ ନ୍ୟୁଜିଲ୍ୟଣ୍ଡରେ ବିକ୍ରି କରିଛୁ । ଯଦି ଆପଣଙ୍କ ଫୋନରେ ରିପ୍ୟାରିଙ୍ଗ ଆବଶ୍ୟକ ରହିଛି ତେବେ ଆମେ ଆପଣ ଫୋନକୁ ମାଗାଣରେ ମରାମତି କରିବା । ଏହାର ସମ୍ପୂଣ୍ଣ ତଥ୍ୟ ଆପଣ ଆଇଫୋନ-୮ର ସିରିଏଲ ନମ୍ବରରୁ ପାଇପାରିବେ


Share It

Comments are closed.