ପ୍ରଭୁ ଶ୍ରୀରାମଙ୍କ ଗୃହପ୍ରବେଶ ତାରିଖ ଧାର୍ଯ୍ୟ ! ଜାଣନ୍ତୁ କେବେ ବସିବେ ଗର୍ଭଗୃହରେ


ରାମନଗରୀ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଯୁଦ୍ଧସ୍ତରରେ ଚାଲିଛି । ପୂରା ଦେଶ ସେହି ସମୟକୁ ଅପେକ୍ଷା କରିଛି ଯେତେବେଳେ ପ୍ରଭୁ ଶ୍ରୀରାମ ମନ୍ଦିରର ଗର୍ଭ ଗୃହରେ ବିରାଜିବେ । ଏହା ମଧ୍ୟରେ ଖବର ଆସୁଛି କି ପ୍ରଭୁ ଶ୍ରୀରାମଙ୍କ ଗୃହ ପ୍ରବେଶର ତାରିଖ ଧାର୍ଯ୍ୟ ହୋଇସାରିଛି । ସୂଚନା ମୁତାବକ ଭବ୍ୟ ରାମ ମନ୍ଦିରର ନିର୍ମାଣ ଡିସେମ୍ବର ୨୦୨୩ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହାପରେ ୧୪ଜାନୁଆରୀ ୨୦୨୪ ତଥା ମକରସଂକ୍ରାନ୍ତିରେ ପ୍ରଭୁଙ୍କୁ ମନ୍ଦିର ଗର୍ଭଗୃହରେ ସ୍ଥାପିତ କରାଯିବ ।

ମିଡିଆ ପ୍ରଭାରୀ ଶରତ ଶର୍ମା କହିଛନ୍ତି କି ପ୍ରଭୁ ଶ୍ରୀରାମ ଚନ୍ଦ୍ର ଖୁବଶୀଘ୍ର ଗର୍ଭଗୃହରେ ବିରାଜିବେ, ଏହାର ପ୍ରୟାଶ ଜାରି ରହିଛି । ସେ କହିଛନ୍ତି କି ଡିସେମ୍ବର ୨୦୨୩ସୁଦ୍ଧା ଗର୍ଭଗୃହର ନିର୍ମାଣ ହୋଇଯିବ । ପ୍ରୟାଶ ଜାରି ରହିଛି କି ୨୦୨୪ମକର ସଂକ୍ରାନ୍ତି ଅବସରରେ ବିଧି ବିଧାନ ସହ ପ୍ରଭୁଙ୍କୁ ତାଙ୍କ ଗର୍ଭଗୃହରେ ସ୍ଥାପିତ କରାଯିବ । ଶରତ ଶର୍ମା କହିଛନ୍ତି କି ନିର୍ମାଣ କାର୍ଯ୍ୟ ଯୁଦ୍ଧ ସ୍ତରରେ ଚାଲିଛି ।

ସୂଚନା ମୁତାବକ ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ସମିତିର ଦୁଇ ଦିବସୀୟ ବୈଠକ ରବିବାର ସମ୍ପୂର୍ଣ୍ଣ ହୋଇଛି ।


Share It

Comments are closed.