ଅଷ୍ଟ୍ରିଆରେ ପୁଣି ଫେରିଲା କରୋନା , ସୋମବାର ଠାରୁ ସାରା ଦେଶରେ ଲକଡାଉନ


ଅଷ୍ଟ୍ରିଆରେ ପୁଣି ଫେରିଲା କରୋନା କୋପ। ଏହି ୟୁରୋପୀୟ ରାଷ୍ଟ୍ରରେ ସୋମବାର ଠାରୁ ସଂପୂର୍ଣ୍ଣ ତାଲାବନ୍ଦ ଜାରି କରିବାକୁ ଅଷ୍ଟ୍ରିଆ ସରକାର ଘୋଷଣା କରିଛନ୍ତି। ଟିକା ନେଇ ନ ଥିବା ବ୍ୟକ୍ତି ଘରୁ ବାହାରି ପାରିବେନି। ଦେଶବାସୀଙ୍କୁ କରୋନା ଟିକା ନେବାକୁ ବାଧ୍ୟତାମୁଳକ କରିବା ସହ ଫେବୃଆରୀ ସୁଦ୍ଧା
ଟୀକାକରଣ ସମ୍ପୂଣ୍ଣ କରିବାକୁ ଅଷ୍ଟ୍ରିଆ ସରକାରଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ୟୁରୋପର କେତେକ ରାଷ୍ଟ୍ରରେ ପୁଣିଥରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ଘଟିଥିବାରୁ ଏହାକୁ ରୋକିବା ଲାଗି ଭିନ୍ନ ଭିନ୍ନ ମାର୍ଗଦର୍ଶକା ଜାରି କରାଯାଇଛି। ମାତ୍ର ଅଷ୍ଟ୍ରିଆ ସରକାର ଦେଶରେ ପୁଣିଥରେ ସମ୍ପୂର୍ଣ୍ଣ ତାଲାବନ୍ଦ ଲାଗି ବଡ଼ ନିଷ୍ପତ୍ତି ନେଇଛନ୍ତି। ଚାନ୍ସେଲର ଆଲେକ୍ସଜାଣ୍ଡାର ସ୍କାଲେନବର୍ଗ ସୋମବାର ଠାରୁ ସମ୍ପୂର୍ଣ୍ଣ ତାଲାବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ ୨୦ ଦିନ ଧରି ସାରା ଦେଶରେ ତାଲାବନ୍ଦକୁ ବଳବତ୍ତର ରଖାଯିବ ବୋଲି ସୂଚନା ମିଳିଛି। କରୋନା ବିରୋଧରେ ଏଭଳି ପଦକ୍ଷେପ ନେବାରେ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଅଷ୍ଟ୍ରିଆ ପ୍ରଥମ ବୋଲି କୁହାଯାଉଛି। ମାତ୍ର ୧ କୋଟି ଲୋକସଂଖ୍ୟା ବିଶିଷ୍ଟ ଏହି ଦେଶରେ କରୋନା ସଂକ୍ରମଣ ପୁଣିଥରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ଗୁରୁବାର ଦେଶରେ ୧୫,୮୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ଦେଶରେ କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ ହୋଇଥିବା ସୂଚନା ମିଳିଛି।


Share It

Comments are closed.