୪୫୦ ସିରିଜ ପାଇଁ ଏକାଧିକ ନୂଆ ଅପ୍‌ଡେଟ୍ ସହିତ ‘ଆଥର୍‌ଷ୍ଟାକ୍ ୫.୦’ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଇଲେକ୍‌ଟ୍ରିକ୍ ସ୍କୁଟର ମାନୁଫ୍ୟାକ୍‌ଚରର୍ ଆଥର ଏନର୍ଜି ଏହାର କଷ୍ଟମର ଇଭେଂଟ୍ ଆଥର୍ କମ୍ୟୁନିଟି ଡେ’ରେ ଏହାର ଉତ୍ପାଦଗୁଡିକରେ ଏକାଧିକ ଶିଳ୍ପ ପ୍ରଥମ ଫିଚରଗୁଡିକର ଶୁଭାରମ୍ଭ କରିଛି । ଆଥର୍ ପକ୍ଷରୁ ଏହାର ସଫ୍ଟୱେୟାର ଇଞ୍ଜିନ୍‌ରେ ସର୍ବବୃହତ୍ ଅପ୍‌ଗ୍ରେଡ୍‌, ଆଥର୍‌ଷ୍ଟାକ୍ ୫.୦ର ଆରମ୍ଭ କରାଯାଇଛି ଯାହା ଗାଡିକୁ ପରିଚାଳନା କରୁଛି । ଆଥର୍‌ଷ୍ଟାକ୍ ୫.୦ ଗୁଗଲ୍ ଦ୍ୱାରା ପରିଚାଳିତ ଭେକ୍ଟର ମ୍ୟାପ୍‌ର ଶୁଭାରମ୍ଭ କରିବା ବ୍ୟତୀତ ଡ୍ୟାଶବୋର୍ଡ ପାଇଁ ଏକ ବ୍ରାଣ୍ଡ ନ୍ୟୁ ୟୁଆଇକୁ ପରିଚାଳନା କରିବ । କମ୍ପାନୀ ୪ଟି ନୂଆ କଲର୍‌, ଏକ ନୂଆ ଆରାମଦାୟକ ସିଟ୍‌, ଗଡାଣିଆ ରାସ୍ତାରେ ଚାଳନାରେ ସହଯୋଗ କରିବା ପାଇଁ ଅଟୋହୋଲ୍ଡଟିଏମ୍ ଓ ଏକ ଅତୁଳନୀୟ ୫ ବର୍ଷର ଏକ୍ସଟେଣ୍ଡେଡ୍ ବ୍ୟାଟେରୀ ୱାରେଂଟି ପ୍ରୋଗ୍ରାମର ଶୁଭାମ୍ଭ କରିଛି ଏବଂ ଆଥର୍‌ର ସ୍କୁଟର ଆକ୍‌ସେସରିଜ୍ ଓ ମର୍ଚ୍ଚାଣ୍ଡାଇକୁ ଉନ୍ମୋଚନ କରି ଗ୍ରାହକଙ୍କ ପାଇଁ ବିକଳ୍ପଗୁଡିକୁ ବ୍ୟାପକ କରିଛି । ଆଥରଷ୍ଟାକ୍ ହେଉଛି ଏକ ସଫ୍ଟୱେୟାର ଇଞ୍ଜିନ୍ ଯାହା ଆଥର୍ ୪୫୦ଏକ୍ସରେ ସମସ୍ତ ସିଙ୍ଗଲ୍ ୟୁଜର୍ ଅଭିଜ୍ଞତାକୁ ସଶକ୍ତ କରୁଛି, ଯାହା ସଫ୍ଟୱେୟାର, ଫାର୍ମୱେୟାର, ସିଷ୍ଟମ ଇଂଟେଲିଜେନ୍ସ ଓ ଆଲ୍‌ଗୋରିଦ୍‌ମର ବିଭିନ୍ନ ଇଂଟରକନେକ୍ଟେଡ୍ ଲେୟର୍ ଉପରେ ନିର୍ମିତ ।

ନୂଆ ଆଥରଷ୍ଟାକ୍ ୫.୦ର ଶୁଭାରମ୍ଭ ସମ୍ପର୍କରେ ଆଥର୍ ଏନର୍ଜିର ସହପ୍ରତିଷ୍ଠାତା ଓ ସିଇଓ ତରୁଣ ମେହେତା କହିଛନ୍ତି, ୨୦୧୮ରେ ଯେତେବେଳେ ଆମେ ଆଥର ୪୫୦ରେ ଆଥର୍‌ଷ୍ଟାକ୍ ଉନ୍ମୋଚନ କରିଥିଲୁ, ଏହା ଭାରତରେ, ବୋଧହୁଏ ସମଗ୍ର ବିଶ୍ୱରେ କୌଣସି ଦୁଇଚକିଆ ଯାନରେ ପ୍ରଥମ ସଫ୍ଟୱେୟାର ଇଞ୍ଜିନ୍ ଥିଲା । ଏକ ଫ୍ଲୁଇଡ୍ ନ୍ୟୁ ୟୁଆଇ ଓ ଗୁଗଲ୍ ଭେକ୍ଟର ମ୍ୟାପ୍ ସହିତ ଆଥର୍‌ଷ୍ଟାକ୍ ୫.୦ ଆମର ଟଚ୍‌ସ୍କ୍ରିନ୍ ଓ ମ୍ୟାପ୍ ଅନୁଭୂତିକୁ ଏକ ନୂଆ ସ୍ତରକୁ ନେଉଛି । ଏହା ଆମକୁ ଅଟୋହୋଲ୍ଡଟିଏମ୍ ଭଳି ନୂଆ ଅନୁଭୂତିଗୁଡିକୁ ଅନ୍‌ଲକ୍ କରିବା ପାଇଁ ଆମର ହାର୍ଡୱେୟାରକୁ ବ୍ୟବହାର କରିବା ଲାଗି ସକ୍ଷମ କରୁଛି ।’

ଆଜି ଆଥର୍ ଏନର୍ଜିରେ ୮୫୦+ ଫାଷ୍ଟ୍ ଚାର୍ଜର ସହିତ ଦୁଇଚକିଆ ଯାନ ପାଇଁ ସର୍ବବୃହତ୍ ଫାଷ୍ଟ୍‌-ଚାର୍ଜିଙ୍ଗ୍ ନେଟ୍‌ୱର୍କ ରହିଛି । ସମଗ୍ର ଇଭି ଇକୋସିଷ୍ଟମକୁ ମଜଭୁତ କରିବା ଏବଂ ସମସ୍ତ ହିତାଧିକାରୀଙ୍କ ଚିନ୍ତା ଦୂର କରିବା ପାଇଁ ଆଥର ଏହାର ନୂଆ ଅଭିଯାନ- ଆଥର୍ ନେବରହୁଡ୍ ଚାର୍ଜିଙ୍ଗ୍‌ର ଘୋଷଣା କରିଛି । ଏହି ଚାର୍ଜିଙ୍ଗ୍ ସମାଧାନ ଆପାର୍ଟମେଂଟ୍ କମ୍ପେ୍ଲକ୍ସ, ଅଫିସ୍ ବିଲ୍ଡିଂ ଓ ଟେକ୍ ପାର୍କ ଭଳି ସେୟାର୍‌ଡ ପ୍ରାଇଭେଟ୍ ସ୍ଥାନଗୁଡିକରେ ଚାର୍ଜିଂ ପଏଂଟ୍ ପାଇଁ ଆକ୍‌ସେସ୍ ଦେଉଛି । ଆଥର୍ ପକ୍ଷରୁ ଏକ ନୂଆ ଫ୍ରଂଟ୍ ଷ୍ଟୋରେଜ୍ ସଲ୍ୟୁଶନ- ଦ ଫ୍ରଙ୍କ୍‌ର ଉନ୍ମୋଚନ କରାଯାଇଛି ଯାହା ଚାଳକଙ୍କ ଲେଗ୍‌ରୁମ୍‌ରେ ସାଲିସ୍ ନକରି କ୍ୱିକ୍ ଆକ୍‌ସେସ ଷ୍ଟୋରେଜ୍ ପ୍ରଦାନ କରୁଛି । ଏଥିରେ ଏକ ପ୍ରଶସ୍ତ ୧୪ ଲିଟର୍ କ୍ଷମତା ସହିତ ମୋବାଇଲ ଫୋନ୍ ପାଇଁ ଅତିରିକ୍ତ ୱାଟରପ୍ରୁଫ୍ କମ୍ପାର୍ଟମେଂଟ୍ ରହିଛି ଏବଂ ଏହା ୫ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଧରି ରଖିପାରେ । ଏହା ୧୦୦% ପଲିଷ୍ଟର ରିପ୍‌ଷ୍ଟପ୍ ମ୍ୟାଟେରିଆଲରେ ନିର୍ମିତ ଏବଂ ଏହା ଜଳ ଓ ଘାସ ପ୍ରତିରୋଧୀ ଅଟେ ।

ନୂଆ ଆଥର୍ ୪୫୦ଏକ୍ସ ଓ ୪୫୦ ପ୍ଲସ୍ ଟେଷ୍ଟ୍ ରାଇଡ୍ ପାଇଁ ଉପଲବ୍ଧ ହେବ ଏବଂ ଏହା ଦେଶବ୍ୟାପୀ ୭୦ଟି ସହର ଓ ୮୯ଟି ଏକ୍ସପେରିଏନ୍ସ ସେଂଟର୍‌ରେ ଉପଲବ୍ଧ ହେଉଛି । ଆଥର୍ ସ୍କୁଟର୍‌ର ପ୍ରାରମ୍ଭିକ ଆଡପ୍ଟରଙ୍କ ପାଇଁ ଏକ ଅଫର୍ ଭାବେ କମ୍ପାନୀ ଏହାର ପ୍ରଥମ ୧୦୦୦ ଜଣ ଗ୍ରାହକଙ୍କ ପାଇଁ ଏକ ଶିଳ୍ପ ପ୍ରଥମ ବାୟବ୍ୟାକ୍ ଅଫର୍‌ର ଘୋଷଣା କରିଛି । ଏହା ଗ୍ରାହକଙ୍କୁ ନୂଆ ଆଥର୍ ୪୫୦ଏକ୍ସକୁ ୮୦,୦୦୦ ଟଙ୍କାରେ କ୍ରୟ କରିବା ପାଇଁ ଅନୁମତି ଦେଉଛି । ଏହି ବାୟବ୍ୟାକ୍ ଅପ୍‌ଗ୍ରେଡ୍ ପାଇଁ ଚୟନ କରିଥିବା ପ୍ରଥମ ୧୦୦୦ ଗ୍ରାହକ ୧୦୦୦୦ ଟଙ୍କାର ଏକ ଅତିରିକ୍ତ ରିହାତି ପାଇବେ ଯାହା ଏହାର ପ୍ରଭାବୀ ମୂଲ୍ୟକୁ ୭୦୦୦୦ ଟଙ୍କାକୁ ହ୍ରାସ କରୁଛି ।


Share It

Comments are closed.