ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଟଙ୍କା ଓ ମୋବାଇଲ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ମୟୂରଭଞ୍ଜ: ଦୁର୍ଘଟଣାର ଶିକାର ଜଣେ ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଚଳିତ ଜାନୁଆର ୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା କାପ୍ତିପଡ଼ା ବ୍ଲକ ଅଧିନସ୍ଥ ହାଣ୍ଡିଫୁଟା ଅଂଚଳରୁ ଏକ ଦୁର୍ଘଟଣା ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସ ପାଖକୁ ଏକ ଫୋନ କଲ ଆସିଥିଲା । ଖବର ପାଇବା ପରେ ୧୦୮ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଂଚି ସେଠାରୁ ଆହତ ସୁମନ୍ତ ନାୟକଙ୍କୁ ଆଣି ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲା । ଏହାପରେ ରୋଗୀଙ୍କୁ ଡାକ୍ତରଖାନାରେ ଛାଡ଼ି ଫେରିବା ସମୟରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଯୁଧୀଷ୍ଠୀର ପାତ୍ର, ଇଏମଟି ମାନସ କୁମାର ଦାସ ଏବଂ ସହାୟକ ମନୋଜ ସିଙ୍ଗ, ରୋଗୀଙ୍କ କ୍ୟାବିନରେ ଏକ ୱାଲେଟ ସହିତ ୬୩୦୦ଟଙ୍କା ଏବଂ ଏକ ମୋବାଇଲ ପଡ଼ିଥିବା ଦେଖିବାକୁ ପାଇଲେ । ତାପର ଦିନ ସକାଳେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜେ ରୋଗୀଙ୍କ ପାଖକୁ ଯାଇ ତାଙ୍କୁ ସମସ୍ତ ଜିନିଷ ହସ୍ତାନ୍ତର କରିଛନ୍ତି । ସେମାନଙ୍କର ଏଭଳି ସଚ୍ଚୋଟତା ପାଇଁ ରୋଗୀ ତଥା ସେମାନଙ୍କର ସମ୍ପର୍କୀୟଙ୍କ ସମେତ ଅନ୍ୟମାନେ ସେମାନଙ୍କୁ ଅନେକ ସାଧୁବାଦ ଜଣାଇଛନ୍ତି ।


Share It

Comments are closed.