ଆସନ୍ତା କାଲି ବାତ୍ୟାର ଋପ ନେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ


ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଆସନ୍ତାକାଲି ମଙ୍ଗଳବାରରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଅଧିକ ଘନୀଭୂତ ହୋଇ ଅବପାତ ପରେ ଗଭୀର ଅବପାତ ଏବଂ ବାତ୍ୟାର ରୂପ ନେବ । ତେବେ ଓଡ଼ିଶା ପାଇଁ ବାତ୍ୟାକୁ ନେଇ ବିଶେଷ ଭୟ ନଥିବା କୁହାଯାଉଛି । ଏହା ବଙ୍ଗୋପସାଗର ମଝି ଦେଇ ଆଣ୍ଡାମାନ କିମ୍ବା ମିଁୟାମାର ଆଡକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି । ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜରେ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।


Share It

Comments are closed.