ଅଏଲ ଇଣ୍ଡିଆ ତୈଳ କୂପରେ ବିସ୍ଫୋରଣ, ୩ ଆହତ


ଆସାମର ଟିନସୁକିଆ ଜିଲ୍ଲାର ବାଗଜାନ ସ୍ଥିତ ଅଏଲ ଇଣ୍ଡିଆର ପାଞ୍ଚ ନମ୍ବର କୂପରେ ବିସ୍ଫୋରଣ ଘଟିଛି । ଘଟଣାସ୍ଥଳରେ ୩ ଜଣ ବିଦେଶୀ ବିଶେଷଜ୍ଞ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ବାଗଦାନରେ ଅଗ୍ନି ନିର୍ବାପକ କାର‌୍ୟ୍ୟ ଚାଲିଥିବା ବେଳେ ଏହି ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ, ଜୁନ୍ ୯ ରେ ଟିନସୁକିଆ ଜିଲ୍ଲାର ତୈଳ କୂପ ବାଗାନ୍-୫ ରେ ବିସ୍ଫୋରଣ ହୋଇଥିଲା । ଏଠାରେ ପ୍ରାକୃତିକ ଗ୍ୟାସ ଏବଂ ତେଲ ଖୋଲା ଯାଇଥିଲା । ଯାହା ପରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏହି ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ନିକଟସ୍ଥ ଗାଁର ଲୋକମାନେ ମଧ୍ୟ ପ୍ରଭାବିତ ହୋଇଥିଲେ । ଏହି ଘଟଣା ପରେ ରାଜ୍ୟ ସରକାରଙ୍କୁ ମଧ୍ୟ ହଜାର ହଜାର ପରିବାରଙ୍କୁ ସ୍ଥାନାନ୍ତର କରିବାକୁ ପଡିଥିଲା ।


Share It

Comments are closed.